October 12, 2026
IMG-20261008-WA0064
Share

 

 

ଚକ୍ରତୀର୍ଥ ବେଳାଭୂମି ବଞ୍ଚାଅ ଅଭିଯାନ ଏବଂ ବ୍ଲୁ ଫ୍ଲାଗ ବିଚ କୁ ବିରୋଧରେ ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ।ପୂର୍ବରୁ 2022 ମସିହାରେ ସରକାର ଉକ୍ତ ବେଳାଭୂମି କୁ ବ୍ଲୁ ଫ୍ଲାଗ କରିବା ପାଇଁ ଯୋଜନା କରିଥିଲେ ତାହାକୁ ବିରୋଧ କରି ଚକ୍ରତୀର୍ଥ ବେଳାଭୂମି ଏକ ବଡ଼ ଆନ୍ଦୋଳନ କରିଥିଲା ପରବର୍ତ୍ତୀ ସମୟରେ ପ୍ରଶାସନ ଏବଂ ଚକ୍ରତୀର୍ଥ ବେଳାଭୂମିର ସମସ୍ତ ସଦସ୍ୟ ଉପସ୍ଥିତରେ ଏକ ଲିଖିତ ଆକାରରେ ଦେଇଥିଲେ ଯେ ଆଗାମୀ ଦିନରେ ଯେକୌଣସି କାର୍ଯ୍ୟ ହେଲେ ପିଏମସି ଏବଂ ଚକ୍ରତୀର୍ଥ ବେଳାଭୂମି କମିଟି ଉଭୟ ମିଳିତ ଭାବରେ କାର୍ଯ୍ୟକ୍ରମ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଯାହା ଆମ ମାନଙ୍କ ପାଖରେ ଲିଖିତ ଆକାରରେ ରହିଅଛି।କିନ୍ତୁ ବର୍ତ୍ତମାନ ପ୍ରଶାସନ କିଛି ନ ଜଣାଇ ମନ ଇଚ୍ଛା ସମୁଦ୍ରକୂଳରେ ବଡ଼ ବଡ଼ ଗାତ ଖୋଳି କାମ କରୁଛନ୍ତି।ଆମ୍ଭେମାନେ ପଚାରିଲେ ଆମ୍ଭ ମାନଙ୍କୁ କୌଣସି ଉତ୍ତର ଦେଉନାହାନ୍ତି।ଏହାକୁ ବିରୋଧ କରି ଆମ୍ଭେମାନେ ସମସ୍ତେ ଆଜି ପ୍ରଶାସନ ବିରୋଧରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଅଛୁ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed