ପାରଳାଖେମୁଣ୍ଡି କଲେଜ ଛକରେ ଗାଡ଼ି ପାର୍କିଂ ଯୋଗୁଁ ଟ୍ରାଫିକ୍ ଜାମ୍
GNV ସୁନା ଦୋକାନ ସମ୍ମୁଖରେ ଅବ୍ୟବସ୍ଥିତ ପାର୍କିଂ, ପ୍ରଶାସନ ଓ ପୋଲିସର ହସ୍ତକ୍ଷେପ ଦାବି
ପାରଳାଖେମୁଣ୍ଡି: ସହରର ମୁଖ୍ୟ କଲେଜ ଛକ ଦେଇ ପ୍ରତିଦିନ ଶହ ଶହ ଗାଡ଼ି ଯାତାୟାତ କରୁଥିବା ବେଳେ ଛକ ନିକଟସ୍ଥ GNV ସୁନା ଦୋକାନ ସମ୍ମୁଖରେ ନିୟମିତ ଗାଡ଼ି ପାର୍କିଂ ଯୋଗୁଁ ରାସ୍ତା ଜାମ୍ ହେଉଥିବା ଅଭିଯୋଗ ହୋଇଛି।
ଏହି ଛକଟି ସହରର ଏକ ଗୁରୁତ୍ୱପୂର୍ଣ୍ଣ ଯାତାୟାତ ରାସ୍ତା ହୋଇଥିବାରୁ ଏଠାରେ ଗାଡ଼ି ଅବ୍ୟବସ୍ଥିତ ଭାବେ ପାର୍କିଂ କରାଯିବା ଦ୍ୱାରା ଯାତ୍ରୀ, ଦୁଇଚକିଆ ଓ ଚାରିଚକିଆ ଯାନ ଚାଳକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଫଳରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଛକରେ ଅନାବଶ୍ୟକ ଭିଡ଼ ସୃଷ୍ଟି ହେଉଛି।
ଏହି ସମସ୍ୟା ପ୍ରତି ପାରଳାଖେମୁଣ୍ଡି ପ୍ରଶାସନ ଓ ଟ୍ରାଫିକ୍ ପୋଲିସ ଗୁରୁତ୍ୱ ଦେଇ ନଜର ଦେବା ସହ ଅବ୍ୟବସ୍ଥିତ ପାର୍କିଂ ଉପରେ ନିୟନ୍ତ୍ରଣ ଆଣିବାକୁ ସାଧାରଣରେ ଦାବି ଉଠିଛି। ଏହି ଛକରେ ଯାତାୟାତ ସୁବ୍ୟବସ୍ଥିତ କରିବା ଏବଂ ଜନସାଧାରଣଙ୍୍କ ଯାତ୍ରାକୁ ସୁଗମ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ।
ଜନସାଧାରଣଙ୍କ ଦାବି: କଲେଜ ଛକରେ ଅବ୍ୟବସ୍ଥିତ ପାର୍କିଂ ରୋକିବା ସହ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପ୍ରଶାସନ ଓ ପୋଲିସ ନିୟମିତ ନଜର ରଖନ୍ତୁ।
