November 8, 2026

ଉମରକୋଟ ଅନ୍ତର୍ଗତ ବେହେଡା ଠାରେ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ….

IMG-20261108-WA0139
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ବେହେଡ଼ା କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ମାଟଗାଁ ଠାରେ ମାସିକ ବୈଠକ ଅନୁଷ୍ଠିତ ହେବା ଅବସରରେ ଦୁଇଜଣ ଶିକ୍ଷକ ଶ୍ରୀ ଶେଖ ନାସିରୁଦ୍ଦିନ ଓ ଶ୍ରୀ ଅନ୍ଧାରୁ ଗଣ୍ଡଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଏଥିରେ ଉମରକୋଟ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୋନା ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଡୁଣ୍ଡୁବେଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୁରେଶ ଚନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଭବ୍ୟ ସମାରୋହରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ବିଷ୍ଣୁ ପ୍ରସାଦ ସାହୁ ସ୍ୱାଗତ ଭାଷଣ ଓ ଆଦିତ୍ୟା ଶର୍ମା ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ l ସମ୍ମାନିତ ଅତିଥି ଭାବେ ସୁକିଗାଁ ସରପଞ୍ଚ ଶ୍ରୀ ସୁବାସ ସାନ୍ତା, ୱାର୍ଡ ମେମ୍ବର ଶ୍ରୀ ଭୀମ ସାନ୍ତା, ବିଦ୍ୟାଳୟ ପରିଚାଳନା ସମିତି ଉପ ସଭାପତି ରମୁଲା ଗଣ୍ଡ, ଶିକ୍ଷକ ଶ୍ରୀ ଟୁଟୁବାବୁ ପଟ୍ଟନାୟକ ମଞ୍ଚାସୀନ ଥିଲେ l ଶିକ୍ଷୟିତ୍ରୀ ଶ୍ରୀମତୀ ମୀନା ରାଣୀ ସିପକା ବିଦାୟୀ ଗୀତିକା ଗାନ କରିଥିଲେ l ମୁଖ୍ୟ ଅତିଥି ଶ୍ରୀ ସୋନା ମାଝୀ, ବିମଳ କୁମାର ବାରୋଇ, ଅରବିନ ଭତ୍ରା, ଟୁଟୁବାବୁ ପଟ୍ଟନାୟକ ନିଜ ନିଜ ବକ୍ତବ୍ୟରେ ଅବସର ନେଇଥିବା ଦୁଇଜଣ ଶିକ୍ଷକଙ୍କ ଗୁଣାବଳୀ ଓ ବ୍ୟକ୍ତିତ୍ୱ ବିଷୟରେ ବକ୍ତବ୍ୟ ରଖିଥିଲେ l ତତ୍ପରେ ଅବସର ନେଇଥିବା ଦୁଇଜଣ ଶିକ୍ଷକଙ୍କୁ ଉତ୍ତରୀୟ, ମାନପତ୍ର, ଉପହାର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ଗ୍ରାମବାସୀବୃନ୍ଦ ଦୁଇଜଣ ଶିକ୍ଷକଙ୍କୁ ସ୍ଲୋଗାନ, ବାଦ୍ୟଯନ୍ତ୍ରର ତାଳେ ତାଳେ ପାରମ୍ପରିକ ନୃତ୍ୟ ପରିବେଷଣ ଓ ଗ୍ରାମ ପରିକ୍ରମା କରାଇ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଯେଉଁମାନେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ ସେମାନେ ହେଲେ ଶ୍ରୀ ବିଧାନ ବିଶ୍ୱାସ,ଶ୍ରୀ ନିଳକଣ୍ଠ ଚମ୍ପତି, ଶ୍ରୀ ରମେଶ ଚନ୍ଦ୍ର ଓଝା, ଶ୍ରୀମତୀ ଘନେଶ୍ୱରୀ ସାଙ୍ଗନା, ଶ୍ରୀ ରାଇଧର ଭତ୍ରା, ସୁବ୍ରତ ସରକାର ରାମେଶ୍ୱର ନାୟକ, ଯଶୋବନ୍ତ ଦେ, ମନୀଷ କୁମାର ବାରିକ,ଇତ୍ୟାଦି l ପରିଶେଷରେ ଶ୍ରୀ ବିଷ୍ଣୁ ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l