July 7, 2026

ଉପଜିଲ୍ଲାପାଳ ଙ୍କ ଦ୍ଵାରା ୭୭ ତମ ବନ ମହୋତ୍ସବ ସପ୍ତାହ ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି…

IMG-20260706-WA0055
Share

ବେଲଗୁଣ୍ଠା : ସୁକାନ୍ତ କୁମାର ନାୟକ (ଉପାନ୍ତ ଖବର) ବେଲଗୁଣ୍ଠା ବ୍ଳକ କ୍ଷତ୍ରିୟବରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗାଙ୍ଗପୁର ସେକ ସନ୍ ବୁଢା କେନ୍ଦୁ ଦୁମୁଦୁମି ଜଙ୍ଗଲ ଠାରେ ୭୭ ତମ ବନମହୋତ୍ସବ ସପ୍ତାହ ୨୦୨୬ କାର୍ଯ୍ୟକ୍ରମ ପାଳନ କରା ଯାଇଛି ।

ଏହି କାର୍ଯ୍ୟକ୍ରମ କୁ ମୂଖ୍ୟ ଅତିଥି ରୂପେ ଉଞ୍ଜନଗର ଉପ ଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ଯୋଗ ଦେଇଥିଲେ ଏବଂ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବେଲଗୁଣ୍ଠା ବ୍ଳକ୍ B.D.O ଶ୍ରୀ ସିଙ୍ଗିପୁରମ ହରି, ବେଲଗୁଣ୍ଠା ତହସିଲଦାର ଶ୍ରୀ କଳାକୁଷ୍ଣ ପ୍ରଧାନ , A.C.F ଘୁମୁସର ଶ୍ରୀ ବିମଳ ପ୍ରଧାନ , ସରପଞ୍ଚ ଶ୍ରୀମତୀ କମଳ କୁମାରୀ ପ୍ରଧାନଙ୍କ ସହ ସମସ୍ତ ଜଙ୍ଗଲ ବିଭାଗ କର୍ମଚାରୀ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଅତିଥିମାନେ ଗୋଟିଏ ଗୋଟିଏ ଗଛ ଲଗାଇ ଥିଲେ । ଏବଂ ସେହି ଗଛର ଦାୟୀତ୍ଵ ନେବା ପାଇଁ ନିକଟସ୍ତ ଗ୍ରାମ ବାସି ଙ୍କୁ ଅନୁରୋଧ କରିବା ସହ ଦାୟୀତ୍ୱ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନିକଟସ୍ଥ ଗ୍ରାମ ପରସୁଲୁଣ୍ଡା ଗ୍ରାମର ସମସ୍ତ ମହିଳା ଓ ପୁରୁଷ ଉପସ୍ଥିତ ରହିବା ସହିତ କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ଏକ ପେଡ଼ ମା କେ ନାମ୍ ର ନାରା ଦେବା ସହ କାର୍ଯ୍ୟକ୍ରମ ଶେଷ କରିଥିଲେ ।