July 7, 2026

ଉମରକୋଟ ରାସ୍ତା କାଦୁଅ ଯୋଗୁଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବ ପାଇଁ ମନ୍ତ୍ରୀ ଟ୍ରାକ୍ଟର ରେ ଗଲେ………

IMG-20260706-WA0051
Share

 

 

ଉମରକୋଟ:- (ଏମ୍.ଦୀନା°ଶୁ ଆଚାରୀ) ଦୀର୍ଘ ଦିନ ଧରି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବଣିପଦର ଗ୍ରାମ ଠାରୁ ସିଉନ।ଗୁଡ଼। ଭ।ୟ। ଧୁଣ୍ଡୁବେଡ଼। ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ସ୍ଥାନୀୟ କିଛି ଗ୍ରାମବାସୀ ଦୀର୍ଘ ଦିନ ଧରି ଦାବି କରି ଆସୁଥିଲେ। ଏହାକୁ ଦୃଷ୍ଟିରେ ରଖି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଓ ଗ୍ରାମ୍ୟ ଉନୟନ ମନ୍ତ୍ରୀ ରବି ନାଏକଙ୍କ ସହ ଆଲୋଚନା କରିବା ପରେ ଏହି ରାସ୍ତା ନିର୍ମାଣ ପାଇଁ ଅନୁମୋଦନ ମିଳିଛି। ଏହାକୁ ଆଜି ମନ୍ତ୍ରୀ ଶ୍ରୀ ନିତ୍ୟ।ନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ତେବେ ଦୀର୍ଘ ୪ ଦିନ ହେଲା ଉମରକୋଟ ଅଞ୍ଚଳ ରେ ଭୀଷଣ ବର୍ଷା ଯୋଗୁ ମନ୍ତ୍ରୀ ଙ୍କ କାର ଲିମଗୁଡ଼। ଠାରେ ଯିବା ସମ୍ବବ ହେଇ ନ ଥିଲା। ଅପର ପକ୍ଷରେ ଶତାଧିକ ଗ୍ରାମବାସୀ ଖୁସିରେ ମନ୍ତ୍ରୀ ଆସିବେ ବୋଲି ଅପେକ୍ଷା କରିଥିଲେ। ମନ୍ତ୍ରୀ ଏହା ଜାଣିବା ପରେ ଟ୍ରାକ୍ଟର ରେ ଲିମାଗୁଡ଼। ଠାରେ ପହଞ୍ଚି ଥିଲେ। ୬ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମାଣ ହେବାକୁ ଥିବା ମୁଖ୍ୟ ମନ୍ତ୍ରୀ ସଡକ ଯୋଜନାରେ ଏହି ରାସ୍ତା ନିର୍ମାଣ ହେବ ଯାହାର ଲମ୍ବ। ହେଉଛି ୧୦ କିଲୋମିଟର। ଗ୍ରାମ୍ୟ ଉନୟନ ବିଭାଗ ଦ୍ୱାରା ନିର୍ମାଣ ହେବାକୁ ଥିବା ଏହି ରାସ୍ତା ହେବ। ଦ୍ୱାରା ନ।ଙ୍ଗ।ଗୁଡା, ଲିମ।ଗୁଡ଼।, ଶିଉନ।ଗୁଡ଼।, ଧଡ।ମାଲ, ଧୁଣ୍ଡୁବେଡ଼।, କୁମିବେଡ଼।,ଓ ଭାଲୁଗୁଡ଼। ଗ୍ରାମବାସୀ ଉପକୃତ ହେବେ ଓ ସ୍ଥାନୀୟ ଅଂଚଳର ଅର୍ଥନୀତିର ବିକାଶ ହେଇ ପାରିବ ବୋଲି ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରକାଶ କରିଥିଲେ। ଏହି ଭିତ୍ତି ପ୍ରସ୍ତର ସ୍ଥାପନ ସମୟରେ ସାଂସଦ ପ୍ରତିନିଧି ଭୋଜ ନାଥ ଗଣ୍ଡ, ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର କୋଷାଧ୍ୟକ୍ଷ ସନ୍ତୋଷ କୁମାର ମହାପାତ୍ର, ହର ପ୍ରସାଦ ପାଣିଗ୍ରାହୀ, ବାବୁ ଭାଇ, ମିଲୁ ପଣ୍ଡା ,ଗ୍ରାମ୍ୟ ଉନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ କ୍ରିଷ୍ଣା ପ୍ରିୟ। ଗୋମ।ଙ୍ଗ, ସହକାରୀ ନିର୍ବାହୀ ଯନ୍ତ୍ରୀ ଏଚ.ଡି.ବେଶ୍ରା ପ୍ରମୁଖ ଉପସ୍ଥିତ ଥିଲେ।