ଛତ୍ରପୁର ମୁନସିପାଲିଟିରେ ଶିଶୁମାନଙ୍କ ଓଜନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ
ଛତ୍ରପୁର ତା ୬/୭/୨୬(ଅରୁଣ କୁମାର ପଣ୍ଡା )ଛତ୍ରପୁର ମୁନସିପାଲିଟିର ୬ ନମ୍ବର ୱାର୍ଡ ଅଙ୍ଗନବାଡି କେନ୍ଦ୍ରରେ ଶିଶୁମାନଙ୍କର “ଓଜନ ଉତ୍ସବ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ବିଧାୟକ ଅଶୋକ କୁମାର ଚୌଧୁରୀ, କବି ଓ ଆଇନଜୀବୀ ପ୍ରଶାନ୍ତ କୁମାର ଶତପଥୀ, କାଉନସିଲର ମମତା ପାତ୍ର, ଏ.ଏନ୍.ଏମ୍ ଆର୍ ଜ୍ୟୋତି ରେଡି, ଆଶା କର୍ମୀ ମଧୁସ୍ମିତା ପାତ୍ର, ଅଙ୍ଗନବାଡ଼ି କର୍ମୀ ସଂଗୀତା ମହାପାତ୍ର ଏବଂ ଅଙ୍ଗନବାଡ଼ି ସହାୟିକା ଆର ଲାଲୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଜନ୍ମରୁ ୫ ବର୍ଷ ବୟସର ମୋଟ ୨୪ ଜଣ ଶିଶୁ (୧୩ ଜଣ ଝିଅ ଓ ୧୧ ଜଣ ପୁଅ)ଙ୍କର ଓଜନ ଏବଂ ଉଚ୍ଚତା ମାପ କରାଯାଇ ଖାତାରେ ଲିପିବଦ୍ଧ କରାଯାଇଥିଲା। ଏହା ସହିତ କେନ୍ଦ୍ରରେ ଉପସ୍ଥିତ ଥିବା ୨ ଜଣ ଗର୍ଭବତୀ ମହିଳାଙ୍କ ରକ୍ତଚାପ ମାପ କରିବା ସହ ଏ.ଏନ୍.ଏମ୍ ଓ ଆଶା କର୍ମୀ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝି ଆବଶ୍ୟକୀୟ ପରାମର୍ଶ ଦେଇଥିଲେ l ଉପସ୍ଥିତ ୧୦ ଜଣ କିଶୋରୀ ବାଳିକାଙ୍କୁ (୧୦ରୁ ୧୯ ବର୍ଷ) ଏହି ସପ୍ତାହର ୪ଟି ଅଣ୍ଡା, ମୁଢ଼ି ଓ ଚଣା ବଣ୍ଟନ କରାଯାଇଥିଲା। ଆଜିଠାରୁ ଏକ ନୂତନ ଖାଦ୍ୟ ସାରଣୀ ଆରମ୍ଭ ହୋଇଥିବା ବେଳେ, ଆଜି ସୋମବାରର ନିୟମ ଅନୁଯାୟୀ ଉପସ୍ଥିତ ସମସ୍ତ ଶିଶୁଙ୍କୁ ସୁଆଦିଆ ହାଲୁଆ ଖାଦ୍ୟ ପ୍ରଦାନ କରାଯାଇଥିଲା।
