July 8, 2026

ଓମ୍ ଶାନ୍ତି ବ୍ରହ୍ମକୁମାରୀ ଆଶ୍ରମ ରେ ବିଧାୟକ ରୂପେସ ପାଣିଗ୍ରାହୀ..

IMG-20260706-WA0044
Share

            ପାରଳାଖେମୁଣ୍ଡି – ଅଜି ଗଜପତି ଜିଲ୍ଲା ପାରଳଖେମୁଣ୍ଡି ଓମ୍ ଶାନ୍ତି କଲୋନୀ ରେ ଥିବା ଶାନ୍ତି ସନ୍ଦେଶ ଆଶ୍ରମ ଠାରେ ସଂକଳ୍ପ ଶକ୍ତି ର ସଫଳତା କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ରୁପେଶ ପାଣିଗ୍ରାହୀ । କାର୍ଯ୍ୟକ୍ରମ ଆରମ୍ଭ ରେ ବିଧାୟକ ଙ୍କୁ ଫୁଲ ତୋଡା ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ବ୍ରହମକୁମାରି ଭଉଣୀ ମାନେ । ଆଜି ଠାରୁ ଲଗାତାର ତିନିଦିନ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ, ଆଜି ସାମୁହିକ ଭାବେ ଏହି କାର୍ଯ୍ୟକ୍ରମ ଉଦଘାଟନ କଲେ ବିଧାୟକ ରୂପେସ ପାଣିଗ୍ରାହୀ, ଏହି ଶାନ୍ତି ସନ୍ଦେଶ ଆଶ୍ରମ କୁ ଆହୁରି ଉନ୍ନତଧରଣ କରିବା ପାଇଁ ଚେଷ୍ଟା କରାଯିବ ବୋଲି ବିଧାୟକ ଜଣାଇଛନ୍ତି, ଆଜି ସନ୍ଧ୍ୟାରେ ବିଜୁ କଲ୍ୟାଣ ମଣ୍ଡପ ପ୍ରାଙ୍ଗଣ ରେ ସଂକଳ୍ପ ଶକ୍ତିର ସଫଳତା କିପରି ପାଇପାରିବେ ସେନେଇ ଉଦବୋଧନ ଦେବେ ମାଉଣ୍ଟନ ଅଫ ରାଜସ୍ଥାନ ରୁ ଆସିବେ ଡ: ବିକେ ସକ୍ତିରାଜ୍ ଭାଇ । ଏହି ଭଳି କାର୍ଯ୍ୟକ୍ରମ ସମଗ୍ର ଗଞ୍ଜାମ ଓ ଗଜପତି ଜିଲ୍ଲା ରେ ଲଗାତାର ଏକ ମାସ ହେବ ବିଭିନ୍ନ ସ୍ଥାନ ରେ ବ୍ରହ୍ମକୁମାରୀ ରାଜଯୋଗିନୀ ମାଳା ଭଉଣୀ ଙ୍କ ନେତୃତ୍ ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି । ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମକୁମାରୀ ବିକେ ସୁଜାତା ଭଉଣୀ, ବ୍ରହ୍ମକୁମାରୀ ରଶ୍ମିତା ଭଉଣୀ, ବ୍ରହ୍ମକୁମାରୀ ମୁନି ଭଉଣୀ, ବ୍ରହ୍ମକୁମାରୀ ସଲିନି ଭଉଣୀ ପ୍ରମୁଖ ସହଯୋଗ କରିଥିଲେ