October 6, 2026

ସଶା ହାଣ୍ଡି ପଞ୍ଚାୟତ ରେ ମଦବିକ୍ରି ବନ୍ଦ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠି ମହିଳାଙ୍କ ଦ୍ୱାରା ଥାନାରେ ଦାବିପତ୍ର

IMG-20261005-WA0079
Share

              କୋରାପୁଟ ଜିଲା କୋଟପାଡ଼ ଏବଂବୋରିଗୁମ୍ମା ବ୍ଲକରେ ଦିନକୁ ଦିନ ଗ୍ରାମାଞ୍ଚଳରେ ବିହାରୀ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଥିବା ଯୋଗୁଁ ଗ୍ରାମାଞ୍ଚଳ ର ଶିକ୍ଷିତ ଯୁବକ ଯୁବତୀ ନିଶାଡି ମାନଙ୍କ ଦୁର୍ବ୍ୟବହାର ଶିକାର ହେବା ସହ ପ୍ରତ୍ୟେକ ପରିବାର ରେ ନିତିଦିନ କୌଣସି ନା କୌଣସି ଅପ୍ରୀତିକର ଘଟଣା ଦେଖା ଦେଉଥିବା ଯୋଗୁଁ ସୋମବାର ଦିନ ବୋରିଗୁମ୍ମା ବ୍ଲୋକ କୋଟପାଡ ଥାନା ଅନ୍ତର୍ଗତ ଶସାହାଣ୍ଡି ପଞ୍ଚାୟତ ର 8 ଗୋଟି ଗ୍ରାମର ଏକ ହଜାର ରୁ ଉର୍ଦ୍ଧ୍ଵ ମହିଳା, ଓ ସ୍ଵୟଂସହାୟକ ଗୋଷ୍ଠୀ ର ମୋହିଲା ମାନେ ମଦ ବିକ୍ରିକୁ ବିରୋଧ କରିବା ସହ ଉକ୍ତ ପଞ୍ଚାୟତରେ ସମ୍ପୂର୍ଣ୍ଣ ମଦଦୋକାନ ବନ୍ଦ କୁ ନେଇ କୋଟପାଡ ଥାନା ଘେରାଉ କୋରିବା ସହ ଦାବିପତ୍ର ଦେଇଥିବା ଦେଖା ଦେଇଛି, ଏଥି ପୂର୍ବରୁ କୋଟପାଡ ବ୍ଲକ ର ସଡରଙ୍ଗା , ବତାସନା , ଘୁମର ପଞ୍ଚାୟତ ର ଲୋକେ ଦାବି ପତ୍ର ଦେଇଥିଲେ କିନ୍ତୁ ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ ନାମକୁ ମାତ୍ର ବେଆଇନ ବିକ୍ରି ମଦ ଦୋକାନ ଗୁଡିକ ଉପରେ ଚଡାଉ କୋରି ଥିଲେ କିନ୍ତୁ କିଛି ଦିନହେବ ପୂର୍ବରୁ ଯେଭଳି ମଦଦୋକାନ ମାନଙ୍କରେ ମଦ ବିକ୍ରି ହେଉଥିଲା ବର୍ତ୍ତମାନ ମଧ୍ୟ ସେଭଳି ବିକ୍ରି ଚାଲୁଥିବା ଲୋକେ ଅଭିଯୋଗ କରିଛନ୍ତି l ବର୍ତ୍ତମାନ ସମୟରେ ସରକାର ସହରଞ୍ଚାଳର ବିଦେଶୀ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିବାବେଳେ ବିଦେଶୀ ମଦ ଏବେ ଗ୍ରାମାଞ୍ଚଳରେ ବିକ୍ରି ହେଉଛି l ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନୀ କିଛି ବିହାରୀ ମାନଙ୍କ ଦ୍ଵାରା ଗ୍ରାମାଞ୍ଚଳ ମାନଙ୍କରେ ନିତିଦିନ ଚାଲାଣ କରାଯାଉଥିବା ବେଳେ ସଶା ହାଣ୍ଡି ଜାତୀୟ ରାଜ ପଥ କଡ଼ରେ ମଧ୍ୟ ବିଦେଶୀ ନକଲି ମଦ ବିକ୍ରି ଯୋଗୁଁ ମଦୁଆଙ୍କ ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି l ତେଣୁ ତୁରନ୍ତ ଗ୍ରାମାଞ୍ଚଳରେ ମୋଦ ବିକ୍ରି ବନ୍ଦ ସହ ବିହାରୀ ମାନଙ୍କ ଦ୍ୱାରା ମଦ ଯୋଗାଣ ବନ୍ଦ କରିବାକୁ ଦାବି କରିଛନ୍ତି l ସଶାହାହାଣ୍ଡି ପଞ୍ଚାୟତର ବୈରାଗୀ ପଦର. ବାମୁନିଆ ଗୁଡା. ଡ଼ାବାଗାଁ. ଢୁଡୁସା ପାଲା. ସଶାହାଣ୍ଡି. ପୂଜାରୀ ଗୁଡା. ଗାଦିଗାଁ. ଦେଉଡ଼ା ପାଲା. ନୂଆଗାଁ ସମେତ ସମଗ୍ର ପଞ୍ଚାୟତ ର ହଜାର ରୁ ଉର୍ଦ୍ଧ ମହିଳା ଏବଂ ସମିତି ସଭ୍ୟ ଯଶୋଦା ଗାଦବା.ଏବଂ ସମାଜ ସେବି ଇନ୍ଦୁ ନାୟକ. କୁନ୍ଦ ଗାଦବା ଉକ୍ତ ଦାବି ପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିବା ଜଣା ଯାଇଛି.

You may have missed