ସମ୍ବଲପୁର ଜିଲ୍ଲାର ଖସଡ଼ା ଭୋଟର ତାଲିକା-୨୦୨୬ ପ୍ରକାଶିତ: ଦାବି ଓ ଆପତ୍ତି ଜଣାଇବା ପାଇଁ ନିବେଦନ

.ରାଜନୈତିକ ଦଳମାନଙ୍କୁ ନେଇ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।
ସମ୍ବଲପୁର, ତା ୦୫/୦୭/୨୬ ରିଖ
ରାଜ୍ୟବ୍ୟାପି ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଅନ୍ତର୍ଗତ ସମ୍ବଲପୁର ଜିଲ୍ଲାରେ ୨୮.୦୫.୨୦୨୬ ରୁ ୨୮.୦୬.୨୦୨୬ ପର୍ଯ୍ୟନ୍ତ ଘରକୁ ଘର ବୁଲି ସର୍ବେକ୍ଷଣ ଏବଂ ତଥ୍ୟର ଡିଜିଟାଇଜେସନ୍ (Digitization) ପ୍ରକ୍ରିୟା ଶେଷ ହେବା ପରେ, ଆଜି (୦୫.୦୭.୨୦୨୬) ରେ ୨୦୨୬ ମସିହା ପାଇଁ ‘ଖସଡ଼ା ଭୋଟର ତାଲିକା’ (Draft Electoral Roll) ପ୍ରକାଶ ପାଇଛି।
ଏହି ପରିପ୍ରେକ୍ଷୀରେ ରେ ସମ୍ବଲପୁର ଜିଲ୍ଲା ମୁଖ୍ୟାଳୟ ଠାରେ ସ୍ଥିତ ଏସ ଏସ ଏସ ଏ ସମ୍ମିଳନୀ କକ୍ଷ ଠାରେ ରାଜନୈତିକ ଦଳମାନଙ୍କୁ ନେଇ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ସମ୍ମିଳନୀ ରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ଥିଲେ।ଏହି ସର୍ବଦଳୀୟ ବୈଠକରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଖସଡ଼ା ଭୋଟର ତାଲିକାର ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ କପି ପ୍ରଦାନ କରାଯାଇଛି। ସମସ୍ତ ରାଜନୈତିକ ଦଳଗୁଡ଼ିକୁ ଅନୁରୋଧ କରାଯାଇଛି ଯେ ସେମାନେ ନୂତନ ଭୋଟ୍ ଗ୍ରହଣ କେନ୍ଦ୍ରଗୁଡ଼ିକ ପାଇଁ ନିଜର ବୁଥ୍ ଲେଭେଲ୍ ଏଜେଣ୍ଟ (BLA) ନିଯୁକ୍ତ କରନ୍ତୁ। ଏହି ବି.ଏଲ୍.ଏ. ମାନେ ଦାବି ଓ ଆପତ୍ତି ସମୟରେ ବି.ଏଲ୍.ଓ (BLO) ମାନଙ୍କୁ ସହଯୋଗ କରିବା ସହ ସମସ୍ତ ଯୋଗ୍ୟ ଭୋଟରଙ୍କ ଅନ୍ତର୍ଭୁକ୍ତି ଏବଂ ଅଯୋଗ୍ୟ ନାମର ବାଦ୍ ପଡିବା ସୁନିଶ୍ଚିତ କରିବେ। ଏହି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାଂଶୁ ଭୋଇ, ଉପ ଜିଲ୍ଲାପାଳ ଡ଼ ପୁଷ୍ପାଞ୍ଜଳି ପଣ୍ଡା, ଡେପୁଟି କଲେକ୍ଟର ଇଲେକ୍ସନ ଗିତିକା ନାଏକ, ଡେପୁଟି କଲେକ୍ଟର ଶ୍ରୀ ଶୁଭ୍ରାଂଶୁ ଶେଖର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ପ୍ରଶାସନ ତରଫରୁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ ଖସଡ଼ା ତାଲିକାରେ ନିଜର ନାମ ଓ ବିବରଣୀ ଯାଞ୍ଚ କରି ନିଅନ୍ତୁ ଏବଂ କୌଣସି ପ୍ରକାରର ତ୍ରୁଟି ଥିଲେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନ କରନ୍ତୁ।
ଏହି ତାଲିକା ଜିଲ୍ଲାର ସମସ୍ତ ୧୧୬୬ ଟି ଭୋଟ୍ ଗ୍ରହଣ କେନ୍ଦ୍ର ବା ବୁଥ୍ ଏବଂ ଇ.ଆର.ଓ (ERO) କାର୍ଯ୍ୟାଳୟରେ ଜନସାଧାରଣଙ୍କ ଯାଞ୍ଚ ନିମନ୍ତେ ଉପଲବ୍ଧ କରାଯାଇଛି।
ଭୋଟର ତାଲିକା ସଂଶୋଧନ ଓ ଆବେଦନ ପ୍ରକ୍ରିୟା
ଯଦି କୌଣସି ଯୋଗ୍ୟ ଭୋଟରଙ୍କ ନାମ ଏହି ଖସଡ଼ା ତାଲିକାରୁ ବାଦ୍ ପଡ଼ିଥାଏ, ତେବେ ସେମାନେ ନିର୍ଦ୍ଧାରିତ ଫର୍ମ ପୂରଣ କରି ଆବେଦନ କରିପାରିବେ।
ନୂତନ ଭୋଟର କିମ୍ବା ବାଦ୍ ପଡିଥିବା ଯୋଗ୍ୟ ଭୋଟରମାନେ ୦୫.୦୭.୨୦୨୬ ଠାରୁ ୦୪.୦୮.୨୦୨୬ ମଧ୍ୟରେ ଫର୍ମ-୬ (Form-6) ମାଧ୍ୟମରେ ଆବେଦନ କରିପାରିବେ।
ଏଥିପାଇଁ ୨୦୦୨ ଭୋଟର ତାଲିକାକୁ ଆଧାର କରି ଏକ ଘୋଷଣାନାମା ରେ ଉଲ୍ଲେଖ ଥିବା ଯେକୌଣସି ଗୋଟିଏ ପ୍ରମାଣପତ୍ର (ଯଥା- ବାର୍ଥ ସାର୍ଟିଫିକେଟ୍, ପାସପୋର୍ଟ, ମାଟ୍ରିକ ସାର୍ଟିଫିକେଟ୍ ଇତ୍ୟାଦି) ଦାଖଲ କରିବାକୁ ପଡିବ।
ଅଯୋଗ୍ୟ କିମ୍ବା ମୃତ ଭୋଟରଙ୍କ ନାମ ବାଦ୍ ଦେବା ପାଇଁ ଫର୍ମ-୭ ବ୍ୟବହାର କରାଯିବ।
ଭୋଟର ତାଲିକାରେ ତ୍ରୁଟି ସଂଶୋଧନ, ସ୍ଥାନାନ୍ତର କିମ୍ବା ପରିଚୟ ପତ୍ର (EPIC) ବଦଳାଇବା ପାଇଁ ଫର୍ମ-୮ ବ୍ୟବହାର କରାଯିବ।
କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟସୀମା
ଦାବି ଓ ଆପତ୍ତି ଆହ୍ୱାନ (Claims & Objections)
୦୫.୦୭.୨୦୨୬ ରୁ ୦୪.୦୮.୨୦୨୬ ରହିଛି
ଦାବି ଓ ଆପତ୍ତିର ଶୁଣାଣି ତଥା ଫଇସଲା ୦୫.୦୭.୨୦୨୬ ରୁ ୦୨.୦୯.୨୦୨୬ ରହିଛି।
ଚୂଡ଼ାନ୍ତ ଭୋଟର ତାଲିକା (Final Electoral Roll) ୦୬.୦୯.୨୦୨୬ ପ୍ରକାଶ ପାଇବ।
ଭୋଟ୍ ଗ୍ରହଣ କେନ୍ଦ୍ରଗୁଡ଼ିକର ପୁନର୍ବିନ୍ୟାସ (Rationalization of Booths)
ଜିଲ୍ଲାରେ ଭୋଟରମାନଙ୍କ ସୁବିଧା ନିମନ୍ତେ ବୁଥ୍ ଗୁଡ଼ିକର ପୁନର୍ବିନ୍ୟାସ କରାଯାଇଛି। ପୂର୍ବରୁ ଥିବା ୯୫୮ ଟି ବୁଥ୍ ସହିତ ନୂତନ ଭାବେ ୨୦୮ ଟି ବୁଥ୍ ସୃଷ୍ଟି କରାଯାଇଛି। ଫଳରେ ଜିଲ୍ଲାରେ ମୋଟ ବୁଥ୍ ସଂଖ୍ୟା ୧୧୬୬ ରେ ପହଞ୍ଚିଛି।
କୁଚିଣ୍ଡା (୧୫): ୩୨୯ ଟି ବୁଥ୍
ରେଙ୍ଗାଲି (୧୬): ୨୭୨ ଟି ବୁଥ୍
ସମ୍ବଲପୁର (୧୭): ୨୭୦ ଟି ବୁଥ୍
ରେଢ଼ାଖୋଲ (୧୮): ୨୯୫ ଟି ବୁଥ୍
ଭୋଟର ତଥ୍ୟର ସୂଚନା ଅନୁଯାୟୀ
ଜିଲ୍ଲାରେ ସମୁଦାୟ ୮,୪୪,୭୪୧ ଜଣ ଭୋଟର ଅଛନ୍ତି।
ସେଥିମଧ୍ୟରୁ ୭,୯୧,୯୬୬ (୯୩.୭୫%) ଭୋଟରଙ୍କ ମ୍ୟାପିଂ ସମ୍ପୂର୍ଣ୍ଣ ହୋଇଛି ଏବଂ ୫୨,୭୭୫ ଜଣଙ୍କର ମ୍ୟାପିଂ ବାକି ରହିଛି।
ସମୁଦାୟ ୨,୧୦,୮୬୨ ଭୋଟରଙ୍କ ତଥ୍ୟରେ ବିସଙ୍ଗତି (Anomalies) ଚିହ୍ନଟ ହୋଇଛି, ଯାହାର ସମାଧାନ ପ୍ରକ୍ରିୟା ଜାରି ରହିଛି।
କୁଚିଣ୍ଡା (୧୫) ରେ ୨୧୯୬୦୧, ଭୋଟରଙ୍କ ମ୍ୟାପିଂ ସମ୍ପୂର୍ଣ୍ଣ ହୋଇଛି ଏବଂ ୬୪୪୦ ଜଣଙ୍କର ମ୍ୟାପିଂ ବାକି ରହିଛି।
ରେଙ୍ଗାଲି (୧୬) ୧୮୭୩୨୧ ଭୋଟରଙ୍କ ମ୍ୟାପିଂ ସମ୍ପୂର୍ଣ୍ଣ ହୋଇଛି ଏବଂ ୧୩୯୨୭ ଜଣଙ୍କର ମ୍ୟାପିଂ ବାକି ରହିଛି।
ସମ୍ବଲପୁର (୧୭)ରେ ୧୮୭୧୧୯ ଭୋଟରଙ୍କ ମ୍ୟାପିଂ ସମ୍ପୂର୍ଣ୍ଣ ହୋଇଛି ଏବଂ ୨୫୯୮୧ ଜଣଙ୍କର ମ୍ୟାପିଂ ବାକି ରହିଛି।
ରେଢ଼ାଖୋଲ (୧୮) ରେ ୧୯୭୯୨୫ ଭୋଟରଙ୍କ ମ୍ୟାପିଂ ସମ୍ପୂର୍ଣ୍ଣ ହୋଇଛି ଏବଂ ୬୪୨୭ ଜଣଙ୍କର ମ୍ୟାପିଂ ବାକି ରହିଛି।
ବୈଠକ ଶେଷରେ ଏହି ପରିପ୍ରେକ୍ଷୀରେ ରେ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ଯ ଅନୁଷ୍ଠିତ ହୋଇଥିଲା।
