July 6, 2026

ସମ୍ବଲପୁରୀ ଦିନ ଲାଗି ପ୍ରସ୍ତୁତି ବୈଠକ..

IMG-20260705-WA0040
Share

     ସମ୍ବଲପୁରୀ ଦିନ ଲାଗି ପ୍ରସ୍ତୁତି ବୈଠକ -ଆଜି ବୁର୍ଲା ସ୍ଥାନୀୟ ପାୱାର ହାଉସ କ୍ଲବ ଠାରେ ଅଗଷ୍ଟ ୧ ତାରିଖ ସମ୍ବଲପୁରୀ ଦିନ ପାଳନ ନିମନ୍ତେ ସମ୍ବଲପୁରୀ ଏକତା ମଞ୍ଚ, ବୁର୍ଲା ପକ୍ଷରୁ ଏକ ପ୍ରସ୍ତୁତି ବୈଠକରେ ପ୍ୟାରୀମୋହନ ପୁଝାରୀଙ୍କ ସଭା ପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି, ଏଥିରେ ମୁଖ୍ୟ ଉପଦେଷ୍ଠା ଭୀମସାର ବୁର୍ଲାର ପ୍ରାକ୍ତନ ଅଧକ୍ଷ୍ୟ ପ୍ରଫେସର ବ୍ରଜ ମୋହନ ମିଶ୍ର,ଉପଦେଷ୍ଠା ଆଇନଜୀବି ପ୍ରସନ୍ନ କୁମାର ସାହୁ, ସାଂସ୍କୃତିକ ସମ୍ପାଦକ ତରଣୀସେନ ଚାନ୍ଦ, କୋଷାଧକ୍ଷ ସତ୍ୟବ୍ରତ ନାୟକ, ଆବାହକ ସୁବ୍ରତ ପଟ୍ଟନାୟକ ,ସ୍ୱତନ୍ତ୍ର କମିଟି ସଭ୍ୟ ଵାଲା ମାଝି, ଅର୍ଜୁନ ମେହେର, ଚନ୍ଦ୍ରାବତୀ ନାୟକ, ଉପସ୍ଥିତ ଥିବା ସମୟରେ, ସଂଗଠକ ସମ୍ପାଦକ ଦେବାଶିଷ ନନ୍ଦଙ୍କର ଅସୁସ୍ଥତା କାରଣରୁ ଏକତା ମଞ୍ଚ ତରଫରୁ ତାଙ୍କ ପାଇଁ ଉଦିଷ୍ଠ ଏକ ଆସନ ଖାଲି ରଖାଯାଇଥିବା ବେଳେ ସର୍ଵ ସମ୍ମତି କ୍ରମେ ସଭ୍ୟ ନୟନ ପଟେଲଙ୍କୁ ଅସ୍ଥାୟୀ ଭାବେ ସଂଗଠନ ସମ୍ପାଦକ ଦା୍ୱିତ୍ବ ଅର୍ପଣ କରାଯାଇଥିଲା, ଏହି ସମ୍ବଲପୁରୀ ଦିନ ଏହି ବର୍ଷ ଦୁଇ ଦିନ ଧରି ଚାଲିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା, ପୂର୍ଵ ବର୍ଷ ପରି ସମ୍ବଲପୁରର କଳାକାରଙ୍କ ସମେତ, ବିଦ୍ୟାଳୟ ଓ କଲେଜ ପିଲାମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ସହ ସ୍ଥାନୀୟ ବିଭିନ୍ନ ଅନୁଷ୍ଠାନଙ୍କ ଦ୍ୱାରା ସମ୍ବଲପୁରୀ ଖାଦ୍ୟର ଆୟୋଜନ କରାଯିବା ଲାଗି ଅନୁଷ୍ଠାନ ମାନେ ମତାମତ ରଖିଥିଲେ, ଏହି ଅବସରେ ଆନ୍ତ ବିଦ୍ୟାଳୟ ଏବଂ କଲେଜର ଛାତ୍ର, ଛାତ୍ରୀଙ୍କ ଦ୍ୱାରା ଏକ ଚିତାଙ୍କନ ପ୍ରତିଯୋଗିତା ସହ ଦଳଗତ ନୃତ୍ୟ ପ୍ରତିଯୋଗିତା ପାଇଁ ସ୍ଥିରୀକୃତ ହୋଇଥିଲା, ଏହି କାର୍ଯ୍ୟକ୍ରମରେ ଅନେକ ସଦସ୍ୟ ଉପସ୍ଥିତ ରହି ନିଜର ମତାମତ ରଖିଥିଲେ, ଅଶ୍ୱିନ ମହାନନ୍ଦ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସହ ସମ୍ପାଦକ ଜୟନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ, ପରିଶେଷରେ ଏକ ନୈଶ୍ୟ ଭୋଜିର ଆୟୋଜନ କରାଯାଇ ଧାର୍ଯ୍ୟ ଆଗାମୀ ଦିନରେ ବିଭିନ୍ନ କମିଟି ଗଠନ ସହ ଏହି କାର୍ଯ୍ୟକ୍ରମକୁ ପୂର୍ଣ୍ଣ ମାତ୍ରାରେ ସଫଳ କରିବା ପାଇଁ ସମବେତ ନିଷ୍ପତି ନିଆ ଯାଇଥିଲା

You may have missed