July 6, 2026

“ସହାବସ୍ଥାନ ଓ ସହଯୋଗୀତା ଶlନ୍ତି ପୂର୍ଣ୍ଣ ଜୀବନର ମୂଳଦୁଆ” “ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର -୨୦୨୬

IMG-20260705-WA0027
Share

 

ସମ୍ବଲପୁର -ତା: ୦୫/୦୭/୨୦୨୬-

ଆଜି ‘ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାର’ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ‘ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି’ ଶିବିରର ଦ୍ବାଦଶତମ ରବିବାସରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ୨୪ ଟି ବିଦ୍ୟାଳୟରୁ ୪୭ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଆଜି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅବସରପ୍ରାପ୍ତ ଭାଷା-ଶିକ୍ଷକ ଶ୍ରୀ ପଦ୍ମନାଭ ମହାକୁଡ଼ “ଆସ ନିର୍ଭୁଲ୍ ଇଂରାଜୀ କହିଵା” ଉପରେ ଶିକ୍ଷାଦାନ କରିଥିଲେ।

ପ୍ରଥମ ଅଧିବେଶନରେ ‘ଜୀବନ କୌଶଳ ଶିକ୍ଷା’ କାର୍ଯ୍ୟକ୍ରମରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସରକାରୀ ମହାବିଦ୍ୟାଳୟ, ସମ୍ବଲପୁରର ପ୍ରାକ୍ତନ ଅଧ୍ୟକ୍ଷl ଡଃ ନିଳେନ୍ଦ୍ରୀ ପଣ୍ଡା ‘ସହାବସ୍ଥାନ ଓ ସହଯୋଗିତା’ ଉପରେ ଆଲୋଚନା କରିଥିଲେ।ସେ କହିଥିଲେ ଯେ,

ସମାଜରେ ଉତ୍ତମ ଓ ଶାନ୍ତିପୂର୍ଣ୍ଣ ଜୀବନଯାପନ ପାଇଁ ପରସ୍ପର ମଧ୍ୟରେ ନିର୍ଭରଶୀଳତା ଓ ସହଯୋଗିତା ଏକାନ୍ତ ଆବଶ୍ୟକ l

ଦ୍ବିତୀୟ ଅଧିବେଶନରେ ‘ସ୍ବାସ୍ଥ୍ୟ ସଚେତନତା ଶିକ୍ଷା’ କାର୍ଯ୍ୟକ୍ରମରେ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (VIMSAR), ବୁର୍ଲାର ଡାକ୍ତର ଶତରୂପା ଦାଶ ‘ଶରୀରର ବିଭିନ୍ନ ଅଙ୍ଗ-ପ୍ରତ୍ଯଙ୍ଗର ଯତ୍ନ’ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ।

ସେ କହିଥିଲେ ଯେ,ମଣିଷ ଶରୀରର ପ୍ରତ୍ୟେକ ଅଙ୍ଗ ଅତ୍ୟନ୍ତ ଉପଯୋଗୀ ଅଟେ। ତେଣୁ ସେଗୁଡ଼ିକର ସୁରକ୍ଷା ଓ ଯତ୍ନର ଯଥେଷ୍ଟ ଆବଶ୍ୟକତା ରହିଛି। ନିଜର ଶାରୀରିକ ସୁସ୍ଥତା ଆମ ନିଜ ହାତରେ ରହିଛି ବୋଲି ମତବ୍ୟକ୍ତ କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାରର ସଭ୍ୟ-ସଂପାଦକ ଶ୍ରୀ ରଘୁନାଥ ମିଶ୍ର, ସଦସ୍ୟ ପ୍ରଫେସର ସେବକ ତ୍ରିପାଠୀ,ପ୍ରଫେସର ନିରୂପମା ବଡ଼ପଣ୍ଡା ତଥା ଶ୍ରୀ ଅଶୋକ କୁମାର ମିଶ୍ର ଉପସ୍ଥିତ ରହି ଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ।କାର୍ଯ୍ୟକ୍ରମ-ସଂଯୋଜକ

ଶ୍ରୀ ଶିବ ଶଙ୍କର ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ,

ଡଃ ଗିରିଧାରୀ ହୋତା,

ହରି ନାରାୟଣ ପଣ୍ଡା ଓ ପୃଥ୍ୱୀରାଜ ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ଅଫିସ ସହକାରୀ ବିଜୟ କୁମାର ସାହୁ ବୈଷୟିକ ସହାୟତା ପ୍ରଦାନ କରିଥିବା ବେଳେ ଭୁବନ କୁମୁରା ସହଯୋଗ କରିଥିଲେ।

You may have missed