August 3, 2026

ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ସାକ୍ଷାତ କରି ନୂତନ ବର୍ଷ ର ଅଭିନନ୍ଦନ ଜଣାଇଥିଲେ 

IMG-20260104-WA0006
Share

 

 

ପାରଳାଖମୁଣ୍ଡି:୩/୧(ଗରୁଡ଼ ଧ୍ଵଜ ଚୌଧୁରୀ)ଲପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ଆଜି ସନ୍ଧ୍ୟାରେ ନବୀନ ନିବାସ’କୁ ଯାଇ ସେଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ’ଙ୍କୁ ଭେଟି ତାଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ।ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ପାରଳାଖେମୁଣ୍ଡିକୁ ଅତି ଭଲ ପାଆନ୍ତି , କାରଣ ତାଙ୍କ ଜେଜେ ବାପା ଶ୍ରୀ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଅତୀତରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି’ଙ୍କ ଦିୱାନ ଥିଲେ । ଅନ୍ୟ ପକ୍ଷରେ କିମ୍ବଦନ୍ତୀ ପୁରୁଷ ଶ୍ରୀ ବିଜୁ ପଟ୍ଟନାୟକ ମଧ୍ୟ ସ୍ୱର୍ଗତ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ସହଯୋଗ ଓ ସମର୍ଥନରେ ପାଇଲଟ୍ ତାଲିମ ପାଇଁ ଫେଲୋସିପ୍ ପାଇଥିଲେ । ଏହା ବ୍ୟତୀତ ଗଜପତି ଜିଲ୍ଲା’ର ଆଦିବାସୀ ଏବଂ କୃଷକ ମାନଙ୍କ ପ୍ରତି ସମଭାବ ବିଷୟରେ ଅନେକ କିଛି ସେ ବିଧାୟକଙ୍କ ସହିତ ଆଲୋଚନା କରିଥିଲେ। ମୁଖ୍ୟତଃ ଚଳିତ ବର୍ଷ ଚାଷୀଙ୍କ ଭଲ ଧାନ ହୋଇଛି ଏବଂ ସେ ସବୁ ଧାନ ଚାଷୀ ମଣ୍ଡିରେ ଧାନ ଦେବେ । ସେହି ପରିପ୍ରେକ୍ଷୀରେ ଚାଷୀଙ୍କ ଟୋକେନ୍ ଏବଂ ଧାନ କ୍ରୟ ସମୟରେ କଟନି ଛଟନି ସମସ୍ୟା ଯେଭଳି ନ ହୁଏ ଏବଂ ଚାଷୀ ସୁରୁଖୁରୁରେ ଧାନ ଦେଇ ଉଚିତ୍ ସମୟରେ ଉଚିତ୍ ପ୍ରାପ୍ୟ ଯେଭଳି ଚାଷୀଙ୍କ ଖାତାକୁ ଯିବ , ଏଭଳି ବିଭିନ୍ନ ବିଷୟରେ ପାରଳା ବିଧାୟକ’ଙ୍କ ସହ ଆଲୋଚନା କରିଥିଲେ ବିଧାୟକ ଇଂ ରିପେଶ ପାଣିଗ୍ରାହୀବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସମୟରେ ତାଙ୍କ ସହିତ ତାଙ୍କ ଝିଅ ପରିବେଶ ସୁରକ୍ଷା ଗବେଷିକା ଧୃତିମୋକ୍ଷା ପାଣିଗ୍ରାହୀ ଏବଂ ପୁତୁରା ଶ୍ରୀ ବିଶ୍ୱରାଜ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

You may have missed