July 4, 2026

ଜଳସମ୍ପଦ ବିଭାଗ ର ସର୍ବୋଚ୍ଚ ମୁଖ୍ୟଯନ୍ତ୍ରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଲା, ଜଗତସିଂହପୁର ବିକାଶ ପରିଷଦ

IMG-20260703-WA0097
Share

ତିର୍ତ୍ତୋଲ ତା 3/7/2026 ରାଜ୍ୟଜଳସମ୍ପଦ ବିଭାଗର ସର୍ବୋଚ୍ଚ ମୁଖ୍ୟଯନ୍ତ୍ରୀ ଇଂ ଭକ୍ତରଞ୍ଜନ ମହାନ୍ତି, ଆସିଷ୍ଟାଣ୍ଟ ଇଞ୍ଜିନିଅର ରୁ ଚାକିରୀ ଆରମ୍ଭ କରି , ବିଭାଗୀୟ ବିଭିନ୍ନ ପଦପଦବୀ ରେ କାର୍ଯ୍ୟକରି, ଗତ ଜୁନ ତିରିଶତାରିଖ ରୁ ଅବସର ଗ୍ରହଣ କରିବାପରେ, ତାଙ୍କ ସରକାରୀ ବାସଭବନରେ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞ୍l ପନ କରିଥିଲେ, ଜଗତସିଂହପୁର ବିକାଶ ପରିଷଦ ର ସମସ୍ତକର୍ମକର୍ତ୍ତା ଓ ଶୁଭେଛୁବୃନ୍ଦ l ଇଂ ମହାନ୍ତି ଙ୍କ ଜନ୍ମସ୍ଥାନ, ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ, କନକପୁର ପଞ୍ଚାୟତ ଅଧୀନ ସର୍ଦ୍ଦୋଳl ଗ୍ରାମରେ ହୋଇଥିବାରୁ, ସମ୍ବର୍ଦ୍ଧନା ପାଇବା ପରେ ତାଙ୍କର ପ୍ରତିକ୍ରିୟା ରେ କହିଥିଲେ ଯେ, ଚାକିରୀକାଳ ଭିତରେ ନିଜର ଗୁରୁଦାୟିତ୍ୱ ଯୋଗୁଁ ଜନ୍ମମାଟି ର ସେବା କରିପାରିନଥିଲି l ମୋର ସ୍ବପ୍ନଥିଲା ଅବସର ଗ୍ରହଣ କରିବାପରେ, ଆମ ଜିଲ୍ଲାର ବିକାଶ ନିମନ୍ତେ ଉତ୍ସର୍ଗୀକୃତ ଭାବେ ନିଜକୁ ନିୟୋଜିତ କରିବି l ଆଜିଠାରୁ ସେଇ ସୁଯୋଗଲାଭ କରିଥିବାରୁ ନିଜକୁ ଭାଗ୍ୟବାନ ମନେକରୁଛି l ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଜଗତସିଂହପୁର ବିକାଶ ପରିଷଦ ର ସଭାପତି ଅଜୟ କୁମାର ଦାସ, ସାଧାରଣ ସମ୍ପାଦକ ଡଃ ସୌଭାଗ୍ୟ ରାଉତରାୟ, କୋଷାଧ୍ୟକ୍ଷ ପ୍ରେମାନନ୍ଦ ମହାନ୍ତି (ଜଟି ) ଓ ମୁଖ୍ୟସଂଯୋଜକ ସୂର୍ଯ୍ୟରଞ୍ଜନ ମହାନ୍ତି ଙ୍କ ସମେତ ପ୍ରଣବ ଦେ, ସୁଜିତ ପୁହାଣ, ରାଜକିଶୋର ଦାସ, ନିଲୁ ଖୁଣ୍ଟିଆ, ଅନିରୁଦ୍ଧ ଚକ୍ର ଓ ଜ୍ୟୋତି ଦାସ ପ୍ରମ୍ମୁଖ କର୍ମକର୍ତ୍ତା ମାନେ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed