ଜୁଲାଇ 8 ରେ ଜିଲ୍ଲାପାଳ ଅଫିସ ଘେରାଓ ..

ଗଞାମ=ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ବ୍ଲକ ଅନ୍ତର୍ଗତ ପଳିବନ୍ଧ ପଞ୍ଚାୟତ ଋଷିକୁଲ୍ୟା ମୁହାଣ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ସମୁଦ୍ର ତଟ ର ବେଳାଭୂମି ଦ୍ରୁତ ଗତିରେ ଅବକ୍ଷୟ ହେବାରେ ଲାଗିଛି l ବିଶେଷ କରି ଗୋଖରକୁଦା ଠାରୁ ବଟେଶ୍ୱର ମନ୍ଦିର ବେଳାଭୂମି ପର୍ଯ୍ୟନ୍ତ ବେଳାଭୂମି ଅବକ୍ଷେୟ ହେଉଥିବା ଦେଖିବାକୁ ମିଳିଛି l ଯାହାଫଳରେ ବେଳାଭୂମି ନଷ୍ଟ ହେବା ସହ ବଟେଶ୍ୱର ଠାରୁ ସମୁଦ୍ର କୂଳକୁ ସଂଯୋଗ ରାସ୍ତାବି ଉଚ୍ଚ ଜୁଆର ମାଡ଼ ରେ ଭାଙ୍ଗି ଗଲାଣି l ଏଥିପାଇଁ ସମୁଦ୍ର ଉପକୁଳ ତଟବର୍ତ୍ତୀ ଅଂଚଳରେ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟର ବତା ବରଣ ସୃଷ୍ଟି ହୋଇଛି l ଏଥିପାଇଁ ଆନ୍ଦୋଳନ ପାଇଁ ସଜବାଜ ହେଲେଣି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ବାସୀ l ଏନେଇ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ତଥା ତିନି ଗ୍ରାମବାସୀ କଣ୍ଟିଆଗଡ଼, ନୀଳାଦ୍ରି ପୁର ଓ ଖଟୁଆକୁଦା ଗ୍ରାମବାସୀ ବଟେଶ୍ୱର ପୀଠ ପ୍ରାଙ୍ଗଣରେ ଏକ ଜରୁରୀ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଥିଲା l ଏଥିରେ ନାରାୟଣ ପ୍ରଧାନ ସଭାପତିତ୍ୱ କରିଥିଲେ l ପ୍ରଶାସନ ପକ୍ଷରୁ ତୁରିତ ପଦକ୍ଷେପ ଗ୍ରହଣ ନ କରନ୍ତି ତାହେଲେ ଆସନ୍ତା 8 ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ପ୍ରତିବାଦ ଓ ଧାରଣା ଦିଆଯିବ ବୋଲି ବୈଠକରେ ନିସ୍ଵତୀ ଗ୍ରହଣ କରାଯାଇ ଥିବା ଜଣା ପଡିଛି l ଆନ୍ଦୋଳନ ପରିଚାଳନା ନିମନ୍ତେ ଏକ କମିଟି ଗଠନ କରାଯାଇଛି l କଣ୍ଟିଆଗଡ଼ର ଶିବରାମ ପଲାଇ, ପିତାମ୍ବର ସ୍ୱାଇଁ, ରଞ୍ଜିତ ପଲାଇ, ନାରାୟଣ ପ୍ରଧାନ,ସମୟ ସ୍ୱାଇଁ, ରଞ୍ଜନ ପ୍ରଧାନ ଓ କିଶୋର ପ୍ରଧାନ, ଖଟୁଆ କୁଦା ପୁର ଗ୍ରାମର ବୃନ୍ଦାବନ ପ୍ରଧାନ, ଶବର କୁମାର ତରାଇ,ଅଜୟ ପ୍ରଧାନ, ପ୍ରଦୀପ ସାହୁ, ପିଣ୍ଟୁ ସାହୁ,ଅଭିରାମ ଗୌଡ଼ ଏବଂ ନୀଳାଦ୍ରି ପୁର ଗ୍ରାମର ଦିଲ୍ଲୀପ ଛୋଟରାଏ, ଧର୍ମରାଜ ସ୍ୱାଇଁ,ତ୍ରିଲୋଚନ ପ୍ରଧାନ, ସତୀଶ ସ୍ୱାଇଁ,ବିଦ୍ୟାଧର ପ୍ରଧାନ,ଶ୍ରୀଧର ସ୍ୱାଇଁ ଓ ପିତାମ୍ବର ପ୍ରଧାନ ପ୍ରମୁଖଙ୍କୁ ନେଇ 17 ଜଣିଆ କମିଟି ଗଠନ କରାଯାଇଛି l ଏଥିସହ ପ୍ରତ୍ୟେକ ଗ୍ରାମର ଜଣେ ପୁରୁଷ ଓ ଜଣେ ମହିଳା ଆନ୍ଦୋଳନରେ ସାମିଲ ହେବାକୁ ବୈଠକରେ ଆହ୍ୱାନ ଦିଆଯାଇଛି l ପାଳିବନ୍ଧ ପଞ୍ଚାୟତ ସମସ୍ତ ଗ୍ରାମରେ ଡାକବାଜି ଯନ୍ତ୍ର ତଥା ମାଇକରେ ପ୍ରଚାର କରାଯାଇ ଲୋକଙ୍କୁ ସଚେତନତା କରାଯିବ ବୋଲି ଶିବରାମ ପଲାଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ପୋଡମ ପେଟା ଗ୍ରାମର ଚାରି ଭାଗରୁ ତିନି ଭାଗ ସମୁଦ୍ର ଗର୍ଭରେ ଲୀନ ହୋଇ ସାରିଲାଣି ଆଉ କିଛି ମାସ ପରେ ସମ୍ପୂର୍ଣ ଅନ୍ୟ ଗ୍ରାମ ଗୁଡିକରେ ସମୁଦ୍ର ଲହଡି ମlରିବ ବୋଲି ସେ କହିଛନ୍ତି l
