July 3, 2026

ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ବିଦ୍ୟୁତ ସଚେତନତା ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ

IMG-20260702-WA0062
Share

 

 

ବେଗୁନିଆ (ଉପାନ୍ତଖବର ମାନସ ରଞ୍ଜନ କର) ୨,୭. ଗୁରୁବାର ଦିନ ବେଗୁନିଆ ମଣ୍ଡଳ ଅନ୍ତର୍ଗତ ଗୋପବନ୍ଧୁ ଉଚ୍ଚବିଦ୍ୟାଳୟରେ ପ୍ରଧାନଶିକ୍ଷକ ପ୍ରମୋଦ କୁମାରସ୍ୱାଇଁ ଙ୍କ ପୌରୋହିତ୍ଵରେ ଏବଂ ସୂର୍ଯ୍ୟକାନ୍ତ ମହାପାତ୍ରଙ୍କ ତତ୍ୱାବଧାନରେ ବିଦ୍ୟୁତ ସଚେତନତାସଭା ଅନୁଷ୍ଠିତ ହୋଇଯାଇଅଛି. ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ଵରସ୍ଥିତ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ବାରିକ ଏବଂ ସହକାରୀ ନିର୍ବାହୀ ଯନ୍ତ୍ରୀ କୁନାଲଦାସ ଯଥାକ୍ରମେ ମୁଖ୍ୟଅତୀଥି ଓ ସମ୍ମାନୀତ ଅତୀଥି ରୂପେ ଯୋଗ ଦେଇଥିଲେ. ବରିଷ୍ଠ ଶୀକ୍ଷୟତ୍ରି ଶୁଭଲକ୍ଷ୍ମୀ ସାହୁ ସ୍ଵାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ. ତାହାପରେ ସଭାପତି, ସମସ୍ତ ଅତିଥି ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାର୍ଥୀମାନଙ୍କ ପିତାମାତା ଏବଂ ୩୮୭ ଜଣ ଛାତ୍ରଛାତ୍ରୀ ଉକ୍ତ ପ୍ରସଙ୍ଗ ସମ୍ବନ୍ଧୀୟ ଶପଥ ପାଠକ କରିଥିଲେ. ବିଦ୍ୟୁତ ସଚେତନତା ଉପରେ ଶିକ୍ଷୟିତ୍ରି ମୋହିନୀକାନ୍ତି ଦାସ, ରିସ୍କାରସ୍ମି ପାଇକରାୟ ଓ ଶିକ୍ଷକ ଶୀକାନ୍ତ ପଣ୍ଡାଙ୍କ ଦ୍ଵାରାପୂର୍ବ ଅନୁଷ୍ଠିତ ଚିତ୍ରାଙ୍କନ,ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ଦୀତିୟ ଓ ତୃତିୟ ସ୍ଥାନ ଅଧିକାର କରିଥିବା ଉଭୟ କନିଷ୍ଠ ଓ ବିରିଷ୍ଠ ବିଭାଗର ୧୮ଜଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରୀୟା ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ. ଶିକ୍ଷୟିତ୍ରୀ ଆଶା ର୍ମୁର୍ମୁ ଏବଂ ଶୀକ୍ଷକ ହିମାଂଶୁ ଭୂଷଣ ସ୍ଵାଇଁ ତତ୍ବାଅବଧାନରେ ବିଭିନ୍ନ କିସମର ଫଳ, ଫୁଳ ଓ ଔଷଧୀୟ ବୃକ୍ଷ ଅତିଥି,ସ୍କାଉଟ,ଗାଇଡି ଏନସିସି ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାର୍ଥୀମାନଙ୍କ ପିତା ମାତାଙ୍କ ଦ୍ଵାରା ରୋପଣ କରାଯାଇଥିଲା ଗଞ୍ଜାମ ଜିଲ୍ଳା ଶେରଗଡମଣ୍ଡଳ ଅନ୍ତର୍ଗତ ଧବଳ ପୁରସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶୀକ୍ଷୟତ୍ରୀ ସ୍ମୃତିତ୍ସ୍କୀତା ବେହେରା ଉକ୍ତ ବୄକ୍ଷରୋପଣ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ ଏଥିରେ ବିରଞ୍ଚିନାରାୟଣ ସାହୁ ଏବଂ ସନ୍ତୋସ ଗୁମାନ ସିଂହ ସହଯୋଗ କରିଥିଲେ