ରୋଟାରୀ କ୍ଲବ ଅଫ୍ ସମ୍ବଲପୁର ଗ୍ରେଟର ପକ୍ଷରୁ ବିଶ୍ୱ ଡାକ୍ତର ଦିବସ ଓ ସିଏ ଦିବସ ପାଳିତ

ଆଜି ରୋଟାରୀ କ୍ଲବ ଅଫ୍ ସମ୍ବଲପୁର ଗ୍ରେଟର ପକ୍ଷରୁ ବିଶ୍ୱ ଡାକ୍ତର ଦିବସ ଏବଂ ସିଏ (ଚାର୍ଟାର୍ଡ ଆକାଉଣ୍ଟାଣ୍ଟ) ଦିବସ ଉତ୍ସାହର ସହ ପାଳନ କରାଯାଇଥିଲା। ଏହି ଅବସରରେ କ୍ଲବର ସଦସ୍ୟ ଥିବା ବିଭିନ୍ନ ବିଶିଷ୍ଟ ଡାକ୍ତରମାନଙ୍କୁ ସମ୍ମାନ ଜଣାଇ ଶୁଭେଚ୍ଛା ପ୍ରଦାନ କରାଯାଇଥିଲା। ସମ୍ମାନିତ ଡାକ୍ତରମାନଙ୍କ ମଧ୍ୟରେ ରୋଟାରିଆନ୍ ଡା. ଦୀପକ କୁମାର ପାଣିଗ୍ରାହୀ, ଡା. ଶୀତଳ କୌର, ରୋଟାରିଆନ୍ ଡା. ବୁବୁନ ପଟେଲ, ରୋଟାରିଆନ୍ ଡା. କଳ୍ପେଶ କକ୍କଡ, ଡା. ପ୍ରଣବ କୁମାର ମିଶ୍ର, ଡା. ସୁଶ୍ରୀ ସୁଭସ୍ମିତା ମିଶ୍ର, ଡା. ଅଲେଖ ମହାପାତ୍ର, ରୋଟାରିଆନ୍ ଡା. ମନୋରଞ୍ଜନ ସାହୁ, ଡା. ରବିନାରାୟଣ ଗୁରୁ, ଡା. ସୁଧାଂଶୁ ଶେଖର ପଣ୍ଡା, ଡା. ଗଙ୍ଗାଧର ପଣ୍ଡା, ଡା. ସି.ଆର୍. ମହାପାତ୍ର, ଡା. ଅଭିନାଶ ମିଶ୍ର ଏବଂ ଡା. ସୋନାଲି ମିଶ୍ର ପ୍ରମୁଖ ରହିଥିଲେ।
ସେହିପରି ସିଏ ଦିବସ ଅବସରରେ ରୋଟାରିଆନ୍ ସିଏ ପ୍ରଦୀପ ଲାଠ ଏବଂ ରୋଟାରିଆନ୍ ସିଏ ଚନ୍ଦ୍ରଶେଖର ଶାହଙ୍କୁ ମଧ୍ୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଥିଲା।
ଆଜିଠାରୁ ରୋଟାରୀ ଇଣ୍ଟରନ୍ୟାସନାଲର ୨୦୨୬-୨୭ ବର୍ଷର ନୂତନ କାର୍ଯ୍ୟକାଳ ଆରମ୍ଭ ହୋଇଥିବା ବେଳେ ରୋଟାରିଆନ୍ ଜିଜି ଜୋସେଫ କ୍ଲବର ସଭାପତି ଏବଂ ରୋଟାରିଆନ୍ ଲକ୍ଷ୍ମୀକାନ୍ତ ମହାପାତ୍ର ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଏହି ଅବସରରେ ଆସନ୍ତା ୫ ଜୁଲାଇ ୨୦୨୬ ତାରିଖରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚଏଚ) ଠାରେ ଏକ ବୃହତ୍ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ଯୋଜନା କରାଯାଇଥିବା ସୂଚନା ଦିଆଯାଇଥିଲା। ଏହି ଶିବିରରେ ୧୫୦ ୟୁନିଟ୍ ରକ୍ତ ସଂଗ୍ରହ କରିବା ଲକ୍ଷ୍ୟ ରଖାଯାଇଛି। ରକ୍ତଦାତାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରାଯିବ।
ଆଜିର କାର୍ଯ୍ୟକ୍ରମକୁ ତତ୍କାଳୀନ ସଭାପତି (IPP) ରୋଟାରିଆନ୍ ରାଜୀବ ଜୈନ ଅଧ୍ୟକ୍ଷତା କରିଥିବା ବେଳେ କ୍ଲବ ସର୍ଭିସ ଡାଇରେକ୍ଟର ଅମିତାଭ ପରିଡ଼ା, ପିପି ରୋଟାରିଆନ୍ ମହମ୍ମଦ ପରୱେଜ ଅଲି ଖାନ, ପିପି ପ୍ରଶାନ୍ତ ରଥ, ପିପି ରୋଟାରିଆନ୍ ଘନଶ୍ୟାମ ମେହେର, ପିପି ରୋଟାରିଆନ୍ ବିଲାଲ ମଲ୍ଲିକ, ରୋଟାରିଆନ୍ ସୁମିତ ନାୟକ, ରୋଟାରିଆନ୍ ଲକ୍ଷ୍ମୀକାନ୍ତ ମହାପାତ୍ର, ରୋଟାରିଆନ୍ ରାଜକିଶୋର ଅଗ୍ରୱାଲ ଏବଂ ରୋଟାରିଆନ୍ ନିଶାନ୍ତ ବୋହିଦାର ପ୍ରମୁଖ ଉପସ୍ଥିତ ଥିଲେ।
