September 17, 2026

ଗଜପତି ଜିଲ୍ଲା ନୂଆଗଡ ବ୍ଲକରେ ଆରମ୍ଭ ହେଲା ମାଣ୍ଡିଆ ମଣ୍ଡି 

IMG-20260203-WA0011
Share

 

ପାରଳାଖେମୁଣ୍ଡି:୩/୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ନୂଆଗଡ ବ୍ଲକରେ ଓଡିଶା ସରକାରଙ୍କ ଶ୍ରୀ ଅନ୍ନ ଅଭିଯାନ ପ୍ରକଳ୍ପ ମାଧ୍ୟମରେ ଚାଷୀଙ୍କ ଠାରୁ ମଣ୍ଡିରେ ମାଣ୍ଡିଆ କ୍ରୟ ନିମନ୍ତେ ମହେନ୍ଦ୍ରଗିରି ପ୍ରଡ୍ୟୁସର କମ୍ପନୀ ଲିଃ. ତରଫରୁ ପରିମଳ ରେ ଶନିବାର ଦିନ , ଖଜୁରୀପଦାରେ ବୁଧବାର ଦିନ ଓ ବେତାରସିଂ ରେ ଗୁରୁବାରଦିନ ଜାନୁୟାରୀ ମାସ ଠାରୁ ମାର୍ଚ୍ଚ ମାସ ପଯ୍ୟନ୍ତ ମାଣ୍ଡିଆ କ୍ରୟ କରିବାର ବ୍ୟବସ୍ଥା ରହିଛି ତେଣୁ ଆଜି ନୂଆଗଡ ବ୍ଲକ ର ବେତାରସିଂ ଗ୍ରାମରେ ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ମାଳତୀ ପ୍ରଧାନ ମୁଖ୍ୟ ଅତିଥି ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏମ . ପ୍ରକାଶ ରାଓ ସମ୍ମାନିୟ ଅତିଥି ଭାବେ ଉପସ୍ଥିତ ରହି ମାଣ୍ଡିଆ ମଣ୍ଡିର ଶୁଭ ଉଦ୍ଘାଟନ କରିଥିଲେ . ଶ୍ରୀମତୀ ପ୍ରଧାନ ଚାଷୀମାନଙ୍କୁ ଅଧିକ ପରିମାଣ ରେ ମାଣ୍ଡିଆ ଚାଷ କରିବାକୁ ପରାମର୍ଶ ଦେଇଥିଲେ ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏମ . ପ୍ରକାଶ ରାଓ ସରକାରଙ୍କ ଯୋଜନାର ଲାଭ ଉଠାଇବାକୁ ପରାମର୍ଶ ଦେବାସାହିତ ଚାଷୀମାନଙ୍କୁ ବିଭାଗୀୟ କର୍ମଚାରୀଙ୍କ ସହ ସବୁବେଳେ ଯୋଗାଯୋରେ ରହିବାର ଅବଶ୍ୟତା ରହିଥିବା କଥା ଗୁରୁତ୍ୱ ଦେଇଥିଲେ ଅନ୍ୟ ସମ୍ମାନନୀୟ ଅତିଥି ମଧ୍ୟରେ କୃଷିବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଶ୍ରୀ ସଂଗ୍ରାମ ପରମଗୁରୁ , ବ୍ଲକ କୃଷି ଅଧିକାରୀ ଶ୍ରୀ ଭୁବେନ୍ଦ୍ର ମୁର୍ମୁ ବେତାରସିଂ ପଂଚାୟତର ସରପଂଚ ,ଶ୍ରୀ ଅନ୍ନ ଭିଯାନ ର ଜିଲ୍ଲା ଓ ବ୍ଲକ ସଂଯୋଜକ , ଟିଡ଼ିସିସିର କର୍ମକର୍ତା ଓ ମହେନ୍ଦ୍ରଗିରି ପ୍ରଡୁସର କମ୍ପାନୀର ସମସ୍ଥ ବିଓଡି ଓ କର୍ମଚାରୀ ଅଂଶଗ୍ରହଣ କରି ନୂଆଗଡ ବ୍ଲକ ରେ ଚଳିତ ବର୍ଷ ୩୫୦୦ କ୍ୱିଣ୍ଟାଲ , କ୍ୱିଣ୍ଟାଲ ପ୍ରତି ୪୮୮୬ ଟଙ୍କାରେ ସଫା ଓ ଶୁଖିଲା ମାଣ୍ଡିଆ ଟିଡ଼ିଡ଼ିସିସି ମହେନ୍ଦ୍ରଗିରି ପ୍ରଡ୍ୟୁସର କମ୍ପାନୀ ମାଧ୍ୟମରେ କିଣିବା ଲକ୍ଷ ଧାର୍ଯ୍ୟ କରାଯାଇଥିବା କଥା ଆଲୋଚନା କରାଯାଇ ;; ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ମହେନ୍ଦ୍ରଗରି ପ୍ରଡୁସର କମ୍ପାନୀର କାର୍ଯ୍ୟନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ମହାନ୍ତି ସ୍ୱାଗତ କରିଥିବା ବେଳେ ଶ୍ରୀ ଅନ୍ନ ଅଭିଯାନ ର ନୂଆଡ଼ଡା ବ୍ଲକ ଅତିରିକ୍ତ ସଂଯୋଜକ ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କଳରିଥିଲେ ଓ ମହେନ୍ଦ୍ରଗରି ପ୍ରଡୁସର କମ୍ପାନୀର ସମସ୍ଥ କର୍ମକର୍ତା ସହଯୋଗ କରିଥିଲେ

You may have missed