October 4, 2026

୧୨୨ତମ ଶାସ୍ତ୍ରୀ ଓ ୧୫୫ତମ ଗାନ୍ଧୀ ଜୟନ୍ତୀ ପାଳନ

IMG-20261002-WA0044
Share

 

 

ବରଗଡ,

ଶୁକ୍ରବାର ଦିନ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ସମଗ୍ର ବିଶ୍ବକୁ ସତ୍ୟ ଓ ଅହିଂସାର ମାର୍ଗ ଦେଖାଇଥିବା ମହାତ୍ମାଗାନ୍ଧୀଙ୍କ ୧୫୭ତମ ଗାନ୍ଧୀ ଜୟନ୍ତୀ ଓ ଜୟ ଯବାନ ଜୟ କିଷାନ ସ୍ଳୋଗାନ୍ ଦେଇଥିବା ଦ୍ବିତୀୟ ପ୍ରଧାନ ମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ୧୨୨ତମ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି।ଏ ଅବସରରେ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ତରିଆ (ବିଶ୍ବ ହିନ୍ଦୁ ପରିଷଦ ଅତାବିରା ପ୍ରଖଣ୍ଡର ସଂପାଦକ)ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ଜ୍ବଳନ ପୂର୍ବକ ସମସ୍ତଙ୍କର ଶୁଭ କାମନା କରି ଶିଶୁ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ସ୍ବାଗତ ଭାଷଣ ତଥା ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ। ଗୁରୁମା ସୁଶ୍ରୀ ଗୁପ୍ତେଶ୍ବରୀ କର୍ମୀ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଶିଶୁ ଭଉଣୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ।ସୁଶ୍ରୀ ରଶ୍ମିତା ବାରିକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶ୍ରୀମତୀ ଶ୍ରୁତି ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।

You may have missed