ବିଦ୍ୟାଳୟ ସ୍ତରୀୟ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ଆୟୋଜନ

ହାଟଡିହି ତା ୨/୮(ମନମୋହନ ନାୟକ) : ମତାବାଜ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କାଙ୍ଗାଳି ବିହାର ମତାବାଜରେ ୦୧/୦୮/୨୦୨୬ ରିଖ ଦିନ ଶିଶୁ ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ଆୟୋଜନ କରାଯାଇଥିଲା l ଏଥିରେ ଚତୁର୍ଥ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁ ଭାଇ ଓ ଭଉଣୀ ମାନେ ଅଂଶ ଗ୍ରହଣ କରିଥିଲେ l ଉଦଘାଟନ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଶ୍ରୀକାନ୍ତ ସେନାପତି ଯୋଗ ଦେଇ ଦ୍ୱୀପ ପ୍ରଜ୍ୟୋଳନ କରିଥିଲେ ଥିଲେ । ସେଥିରେ ବିଦ୍ୟାଳୟର ପ୍ରଧାନ ଗୁରୁଜୀ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ ଶିଶୁ ମାନଙ୍କୁ ବିଜ୍ଞାନର ଉପକାରିତା ବିଷୟରେ ବୁଝାଇ ଥିଲେ । ପରିଚାଳନା କମିଟିର ସଭ୍ୟ ଶ୍ରୀଯୁକ୍ତ ଗଦାଧର ନନ୍ଦ ଓ ଶ୍ରୀଯୁକ୍ତ ହରେକୃଷ୍ଣ ସ୍ୱାଇଁ ଯୋଗ ଦେଇ ଥିଲେ । ଏହି ବିଜ୍ଞାନ ମେଳାରେ ଚତୁର୍ଥ ଶ୍ରେଣୀ ଠାରୁ ସପ୍ତମ ଶ୍ରେଣୀ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୯୨ ଜଣ ଶିଶୁ ଭାଇ ଓ ଭଉଣୀ ଭାଗ ନେଇ ଥିଲେ l ଏହି ବିଜ୍ଞାନ ମେଳାରେ ବିଜ୍ଞାନ ପ୍ରଶ୍ନମଞ୍ଚ, ଗଣିତ ପ୍ରଶ୍ନମଞ୍ଚ, ବିଜ୍ଞାନ ପ୍ରକଳ୍ପ,ବିଜ୍ଞାନ ପ୍ରୟୋଗ, ଗଣିତ ପ୍ରୟୋଗ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା l ଏହି ବିଜ୍ଞାନ ମେଳାରେ ପର୍ଯ୍ୟବେକ୍ଷକ ଭାବରେ ଶ୍ରୀଯୁକ୍ତ ଆର୍ତତ୍ରାଣ ସାହୁ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ , ନାରାୟଣ ବୋଇତେଇ ଏବଂ ଶ୍ରୀକାନ୍ତ ଦାସ ଯୋଗ ଦେଇ ଥିଲେ । ଶିଶୁ ମାନଙ୍କୁ ବିଦ୍ୟାଳୟର ପ୍ରଧାନ ଗୁରୁଜୀ, ସହ- ପ୍ରଧାନ ଆଚର୍ଯ୍ୟା ଜ୍ୟୋତିର୍ମୟୀ ବେହେରା,ପରୀକ୍ଷା ପ୍ରମୁଖ ପ୍ରସନ୍ନ ଶଙ୍ଖୁଆ,ମଦନ ମୋହନ ସାହୁ,ଭାରତୀ କର,ପ୍ରତିମା ରାଉତ,ସସ୍ମିତା ପଣ୍ଡା,ସୁବାଶ କୁମାର ଦଳେଇ,ବନିତା ସାହୁ,କୁମୁଦିନୀ ପାଢୀ,ଜୟନ୍ତୀ ପ୍ରଧାନ,କାଞ୍ଚନ ବେହେରା,ଶୁଭସ୍ମିତା ଦାସ ,ପଙ୍କଜିନୀ ସେଠୀ ଗୁରୁମା ପୂର୍ଣ୍ଣ ସହଯୋଗ କରିଥିଲେ। ଏହାପରେ ଶିଶୁ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ।ସର୍ବଶେଷରେ ପ୍ରଧାନ ଗୁରୁଜୀ ବସନ୍ତ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସଭାପତି ମହୋଦୟ ସଭାସାଙ୍ଗ କରିଥିଲେ l
