କଳାପାଣି ରେ ସମ୍ବଲପୁରୀ ଦିନ

ଅତାବିରା
ଦିବ୍ୟ ଜୀବନ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର କଳାପାଣି ଠାରେ ଧୂମଧାମରେ ସମ୍ବଲପୁରୀ ଦିନ୍ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ମାନେ ସମ୍ବଲପୁରୀ ବେଶ ପୋଷାକ ରେ ଆସିଥିଲେ।ଓ ପାରମ୍ପରିକ ଖାଦ୍ୟ ଦ୍ରବ୍ୟ ର ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟ କ୍ରମ କୁ ଉପାଧ୍ୟକ୍ଷ ଶ୍ରୀ ସୁମନ୍ତ ସାହୁ, ଶିକ୍ଷକ ବିନୟ ପ୍ରଧାନ, ପ୍ରମୋଦ ଦାସ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
