August 4, 2026

ଶ୍ରୀକ୍ଷେତ୍ର ଦୟଣାସେବା ଟ୍ରଷ୍ଟ ପକ୍ଷରୁ ଦୟଣା ଚୋରୀ ନୀତି ନିମନ୍ତେ ଦୟଣା ପ୍ରଦାନ

IMG-20260402-WA0019
Share

 

ଶ୍ରୀକ୍ଷେତ୍ର ଦୟଣା ସେବା ଟ୍ରଷ୍ଟ ପକ୍ଷରୁ ପ୍ରତିଦିନ ମହାପ୍ରଭୁଙ୍କୁ ଦୟଣା ଯୋଗାଇ ଦିଆଯାଉଥିବା ବେଳେ ମହାପ୍ରଭୁଙ୍କ ଦୟଣା ଚୋରୀ ନିମନ୍ତେ ଟ୍ରଷ୍ଟ ପକ୍ଷରୁ ପୁରୀ ଡାକ୍ତରଖାନା ଛକରୁ ମହାଡ଼ମ୍ବରରେ ୮୦୦ ଦୟାଣା ଚାରା ସହିତ ଦୟାଣା ଫୁଲ, ଗୋବିନ୍ଦ ଭୋଗ ଚାଉଳ ପାଞ୍ଚ କୁଇଣ୍ଟାଲ ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ଅଣାଯାଇଥିଲା l ସେଠାରୁ ମଠାଧୀଶ ଙ୍କ ସହିତ ଟ୍ରଷ୍ଟ ର ସମସ୍ତ ସଦସ୍ୟ ଶ୍ରୀମନ୍ଦିର କାର୍ଯ୍ୟାଳୟ ରେ ପହଁଞ୍ଚି ମହାପ୍ରଭୁ ଙ୍କ ଉଦେଶ୍ୟ ରେ ସମର୍ପଣ କରିବା ସହିତ ମହାପ୍ରଭୁଙ୍କ ତପୋବନ ନିମନ୍ତେ ଦୟାଣା ଚାରା ପ୍ରଦାନ କରିଥିଲେ l ପରେପରେ ମହାପ୍ରଭୁ ଙ୍କ ଦୟାଣାଚୋରୀ ନୀତି ସମ୍ପନ୍ନ ପରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଦୟାଣା ଚାରା ବଣ୍ଟନ କରାଯାଇଥିଲା l ଏହି ଚାରା ଶାବର ଶ୍ରୀକ୍ଷେତ୍ର ପଞ୍ଚବଟୀ ଏବଂ ଡେରାସ ର ଉଦ୍ୟାନ ଉତ୍କତ୍ସ ପକ୍ଷରୁ ପ୍ରଦାନ କରାଯାଇଥିଲା l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

You may have missed