August 4, 2026

ସାପ କାମୁଡାରେ ଚାଷୀଙ୍କ ମୃତ୍ୟୁ 

IMG-20260801-WA0043
Share

 

 

ବୁଗୁଡ଼ା : ତା ୦୧/୦୮/୨୬: ବୁଗୁଡ଼ା ବ୍ଲକ କରଚୁଲି ଗ୍ରାମର ଜନୈକ ଚାଷୀ ବିଷଧର ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି l ମୃତ ଚାଷୀ ହେଲେ କରଚୁଲି ଗ୍ରାମର ସନ୍ତୋଷ କୁମାର ପୋଲେଇ(୫୨) l ସନ୍ତୋଷ ନିଜ ଚାଷଜମିରେ କାମ କରୁଥିବା ସମୟରେ ବିଷଧର ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ବୁଗୁଡ଼ା ମେଡିକାଲକୁ ଆଣିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ତାଙ୍କର ମୃତ ଶରୀର ଗାଁ ରେ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତ ଚାଷୀଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ସେ ହିଁ ପରିବାରର ଏକ ମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ l ତାଙ୍କର ବିଧବା ସ୍ତ୍ରୀ, ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି l ଏହି ଚାଷୀ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ପରିବାର ଏବଂ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଥିବା ଜଣାଯାଇଛି ।