October 12, 2026

କୋରାପୁଟରେ ବନ୍ଦର ପ୍ରଭାବ କୋରାପୁଟରେ ବନ୍ଦର ପ୍ରଭାବ ଦୋକାନବଜାର ବନ୍ଦ, ଯାନବାହନ ଚଳାଚଳ ବାଧାପ୍ରାପ୍ତ

IMG-20261008-WA0067
Share

କୋରାପୁଟ, ୮ ଅକ୍ଟୋବର: ଇଣ୍ଡିଆ ମେଣ୍ଟ ପକ୍ଷରୁ ଆଜି ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦର ପ୍ରଭାବ କୋରାପୁଟ ଜିଲ୍ଲାରେ ପଡ଼ିଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି। କୋରାପୁଟ ସହର ସମେତ ବିଭିନ୍ନ ସ୍ଥାନରେ ବନ୍ଦ ସମର୍ଥକମାନେ ପିକେଟିଂ ଓ ପ୍ରତିବାଦ କରିଛନ୍ତି। ଫଳରେ ଦୋକାନବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବା ସହ ସାଧାରଣ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ସହ କୋରାପୁଟ ଅଞ୍ଚଳରେ ମଧ୍ୟ ବନ୍ଦ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିବା ଖବର ମିଳିଛି।

ବନ୍ଦ ଆହ୍ୱାନର ପ୍ରମୁଖ ଦାବି ମଧ୍ୟରେ MMDR (Amendment) Act, 2026 ପ୍ରତ୍ୟାହାର, ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ପ୍ରଭାବିତଙ୍କୁ ରିଲିଫ୍ ଓ ପୁନର୍ବାସ ଯୋଗାଇଦେବା ଦାବି ରହିଛି। ବନ୍ଦ ଯୋଗୁଁ ବସ୍, ଅଟୋ ଓ ଅନ୍ୟାନ୍ୟ ସାଧାରଣ ପରିବହନ ସେବା ପ୍ରଭାବିତ ହୋଇଥିବାବେଳେ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିଛି। ତେବେ ଜରୁରୀ ସେବାଗୁଡ଼ିକୁ ବନ୍ଦରୁ ବାଦ ରଖାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ସତର୍କତାମୂଳକ ବ୍ୟବସ୍ଥା କରାଯାଇଛି। କୋରାପୁଟ ଜିଲ୍ଲାରେ ବନ୍ଦର ପ୍ରଭାବରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିବାବେଳେ, ବନ୍ଦ ସମୟରେ ଯେପରି କୌଣସି ଅପ୍ରୀତିକର ଘଟଣା ନଘଟେ ସେଥିପାଇଁ ପୁଲିସ ପକ୍ଷରୁ ନଜର ରଖାଯାଇଛି। ଗୁପ୍ତେଶ୍ଵର ରଥ କୋରାପୁଟ)

You may have missed