October 6, 2026

ପୁରୀରେ ଶକ୍ତିମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ

IMG-20261005-WA0011
Share

 

 

ପୁରୀ ଡିଭିଜନ ବିଦ୍ୟୁତ କର୍ମଚାରୀ ମିଳିତ ମଞ୍ଚ ପୁରୀ ତରଫରୁ ଟିପିସିଓଡିଏଲ ପୁରୀ ବିଦ୍ୟୁତ ବିଭାଗରେ କାର୍ଯ୍ୟ କରୁଥିବା ମିଟର ରିଡିଙ୍ଗ, ବିଲ ଆଦାୟ, ରକ୍ଷଣା ବେକ୍ଷଣ ଭଳି ବିଭିନ୍ନ କାର୍ଯ୍ୟ କରୁଥିବା 600 ରୁ ଉର୍ଧ୍ଵ କର୍ମଚାରୀ ମାନଙ୍କର ନିମ୍ନ ଲିଖିତ ଦାବି ନେଇ ବାରମ୍ବାର ଲିଖିତ ଭାବେ ଶ୍ରମ କାର୍ଯ୍ୟାଳୟ, ଓ ସମସ୍ତ କର୍ତ୍ତୃପକ୍ଷ ଙ୍କୁ ଜଣାଇ ଫେଲ ହେବାପରେ ଆସନ୍ତା 13.10.2026 ରୁ ସମ୍ପୂର୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ପାଈଁ 20.9.2026 ଲିଖିତ ଆକାରରେ ଦେବା ପରେ tpcodl ଓ ମହାନ୍ତି ବ୍ରଦର୍ସ କମ୍ପାନୀ ତରଫରୁ ରକ୍ଷଣା ବେକ୍ଷଣ କାର୍ଯ୍ୟକରୁଥିବା 36 ଜଣ କର୍ମଚାରୀଙ୍କୁ ବେଆଇନ ଭାବେ ଚାକିରିରୁ କାଢି ଦେଇଛନ୍ତି।

୧. ଆଇନସମ୍ମତ ମଜୁରୀ:

ମିଟର ରିଡର ଓ ବିଲ କଲେକ୍ଟରମାନଙ୍କୁ ପ୍ରଚଳିତ ଶ୍ରମ ଆଇନ ଓ ସରକାରୀ ଭାବେ ନିର୍ଦ୍ଧାରିତ ପ୍ରଯୋଜ୍ୟ ମଜୁରୀ ହାର ଅନୁଯାୟୀ ସମ୍ପୂର୍ଣ୍ଣ ଓ ନିୟମିତ ଦରମା ପ୍ରଦାନ କରାଯାଉ। ବୈଧ ଆଧାର ବିନା କୌଣସି ଦରମା କଟୋତି ନକରାଯାଉ।

୨. ସମସ୍ତ ବକେୟା ଦରମା ପ୍ରଦାନ:

19.09.2026 ତାରିଖରେ ଶ୍ରମ କାର୍ଯ୍ୟାଳୟରେ ହୋଇଥିବା ଆଲୋଚନାରେ ମେ ଓ ଜୁନ 2026 ମାସରେ କଟାଯାଇଥିବା ଦରମା 24.09.2026 ସୁଦ୍ଧା ପ୍ରଦାନ କରିବା ସମ୍ପର୍କରେ ନିଷ୍ପତ୍ତି ହୋଇଥିଲା। ମିଟର ରିଡରମାନଙ୍କୁ ଦେୟ ପ୍ରଦାନ ହୋଇଥିଲେ ମଧ୍ୟ ବିଲ କଲେକ୍ଟରମାନଙ୍କର ବକେୟା ରାଶି ସୁଜନିକ୍ସ କମ୍ପାନୀ ପକ୍ଷରୁ ଏପର୍ଯ୍ୟନ୍ତ ପ୍ରଦାନ ହୋଇନାହିଁ।

ଏହାସହିତ ଅଗଷ୍ଟ 2026 ମାସରେ ବିଲ କଲେକ୍ଟରମାନଙ୍କଠାରୁ କଟାଯାଇଥିବା ଦରମା ମଧ୍ୟ ତୁରନ୍ତ ପ୍ରଦାନ କରାଯାଉ।

୩. ସଂଶୋଧିତ ନିଯୁକ୍ତିପତ୍ର:

ସୁଜନିକ୍ସ କମ୍ପାନୀ ପକ୍ଷରୁ ସମସ୍ତ କର୍ମଚାରୀଙ୍କୁ ବାସ୍ତବିକ ନିଯୁକ୍ତି ସର୍ତ୍ତ, ମଜୁରୀ ଓ ଅନ୍ୟାନ୍ୟ ବୈଧ ସର୍ତ୍ତ ସ୍ପଷ୍ଟ ଭାବରେ ଉଲ୍ଲେଖ ଥିବା ସଂଶୋଧିତ ନିଯୁକ୍ତିପତ୍ର ତୁରନ୍ତ ପ୍ରଦାନ କରାଯାଉ।

୪. ଟେଣ୍ଡର ପରିବର୍ତ୍ତନ ନାମରେ ଛଟେଇ ବନ୍ଦ:

01.10.2026 ଠାରୁ ନୂତନ ରକ୍ଷଣାବେକ୍ଷଣ ଟେଣ୍ଡର କାର୍ଯ୍ୟକାରୀ ହେବା ପରିପ୍ରେକ୍ଷୀରେ ଦୀର୍ଘଦିନ ଧରି କାର୍ଯ୍ୟରତ ଶ୍ରମିକମାନଙ୍କୁ କେବଳ ଟେଣ୍ଡର/ଏଜେନ୍ସି ପରିବର୍ତ୍ତନର ଆଧାରରେ ବୈଧ ପ୍ରକ୍ରିୟା ବିନା ଛଟେଇ କିମ୍ବା କାର୍ଯ୍ୟରୁ ବଞ୍ଚିତ ନକରାଯାଉ।

୫. ଷ୍ଟ୍ରକ୍ଚରରେ ଆବଶ୍ୟକ ମାନବ ସମ୍ବଳ:

ଚିଫ ଇଲେକ୍ଟ୍ରିକାଲ ଇନ୍ସପେକ୍ଟରଙ୍କ ନିର୍ଦ୍ଦେଶ/ପ୍ରଯୋଜ୍ୟ ବ୍ୟବସ୍ଥା ଅନୁଯାୟୀ ପ୍ରତ୍ୟେକ ଷ୍ଟ୍ରକ୍ଚର/କଣ୍ଟ୍ରୋଲ ରୁମରେ ଆବଶ୍ୟକ ମାନବ ସମ୍ବଳ ନିଶ୍ଚିତ କରାଯାଉ। ବର୍ତ୍ତମାନ ଅପର୍ଯ୍ୟାପ୍ତ କର୍ମଚାରୀରେ କାର୍ଯ୍ୟ କରାଯାଉଥିବା ବିଷୟରେ ତଦନ୍ତ କରାଯାଉ।

୬. ଶ୍ରମ ଆଇନ ପାଳନ ଓ ଠିକାଦାରଙ୍କ ବିରୋଧରେ ପଦକ୍ଷେପ:

ଶ୍ରମ ଆଇନ, ମଜୁରୀ ସମ୍ବନ୍ଧୀୟ ନିୟମ, ଚୁକ୍ତିଗତ ସର୍ତ୍ତ ଓ କର୍ମଚାରୀଙ୍କ ବୈଧ ଅଧିକାର ଉଲ୍ଲଂଘନ କରୁଥିବା ଏଜେନ୍ସି/ଠିକାଦାରଙ୍କ ବିରୋଧରେ ସମ୍ପୃକ୍ତ ଆଇନ ଓ ଟେଣ୍ଡର ସର୍ତ୍ତ ଅନୁଯାୟୀ ତଦନ୍ତ ଏବଂ ଆବଶ୍ୟକ ପ୍ରଶାସନିକ/ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯାଉ।

ବିଦ୍ୟୁତ ବିଭାଗ ରେ କାର୍ଯ୍ୟ କରୁଥିବା ଠିକା କର୍ମଚାରୀ ସମସ୍ୟା ନେଇ ଓକିଲ ତଥା ବରିଷ୍ଠ ଶ୍ରମିକ ନେତା ଶ୍ରୀକାନ୍ତ ପରିଜା, ଶେଖ ଆଜାଦ,ବସନ୍ତ ପଲେଇ, ମନୋଜ କୁମାର ରାଉତରାୟ ଙ୍କ ନେତୃତ୍ୱ 500 ରୁ ଉର୍ଧ୍ଵ କର୍ମଚାରୀ ମାନେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଓଡିଶା ର ଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓ ଓ TPCODL ସିଇଓ ଗଜାନନ କାଳେଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ତୁରନ୍ତ ଛଟେଇ ହୋଇଥିବା 36 ଜଣ ରକ୍ଷଣା ବେକ୍ଷଣ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଓ ବକେୟା ଦରମା ଓ ଶ୍ରମ ଆଇନ ମୁତାବକ ଦରମା ପ୍ରଦାନ ବିଷୟ ସମାଧାନ କରା ନଗଲେ ଆସନ୍ତା 13 ତାରିଖରୁ ପୁରୀ ରେ ସମସ୍ତ ପ୍ରକାର ବିଦ୍ୟୁତ କାର୍ଯ୍ୟ ବନ୍ଦ ରହିବ ସେଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ TPCODL କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଶରତ ଚନ୍ଦ୍ର ଦାଶ, ସୂର୍ଯ୍ୟ ନାରାୟଣ ଦାଶ, ଲୋକନାଥ ଗଡ଼ନାୟକ, ଶେଷଦେବ ରାୟ, ଗୋପାଳ ସ୍ୱାଇଁ, ମଧୁସୂଦନ ଆଚାରି, ନିରଞ୍ଜନ ବେହେରା, କିଶୋର ନାୟକ, ଦୁଃଶାସନ ସାହୁ, ମାନସ ବରାଳ ବିଦ୍ୟାଧର ନାୟକ ପ୍ରମୁଖ ମତ ପ୍ରକାଶ କରିଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed