ଦଶାହ କାର୍ଯ୍ୟ ପାଇଁ ସହାୟତାର ହାତ ବଢାଇଲେ ସମାଜସେବୀ ଅଭିମନ୍ୟୁ ସାହୁ
ବଅଁରପାଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢାପଙ୍କ ପଞ୍ଚାୟତର ବୃନ୍ଦାବନପୁର ଗ୍ରାମର ଟୁନା ଶିଙ୍କୁଙ୍କ ଅକାଳ ବିୟୋଗରେ ଶୋକାକୁଳ ପରିବାରକୁ ସହାୟତାର ହାତ ବଢାଇଛନ୍ତି ଯୁବ ସମାଜସେବୀ ଅଭିମନ୍ୟୁ ସାହୁ।
ଟୁନା ଶିଙ୍କୁଙ୍କ ମୃତ୍ୟୁ ଖବର ପାଇ ଶ୍ରୀ ସାହୁ ତାଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ପରିବାରର ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି ଦଶାହ କାର୍ଯ୍ୟ ପାଇଁ ଚାଉଳ, ଡାଲି ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।
ଦୁଃଖଦ ସମୟରେ ପରିବାର ପାଖରେ ଠିଆ ହୋଇ ତାଙ୍କୁ ଧୈର୍ଯ୍ୟ ଓ ସାହସ ଦେବା ସହ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି ଅଭିମନ୍ୟୁ ସାହୁ। ତାଙ୍କର ଏହି ମାନବିକ ସେବା କାର୍ଯ୍ୟକୁ ପରିବାରବର୍ଗଙ୍କ ସମେତ ଗ୍ରାମବାସୀ ପ୍ରଶଂସା କରିଛନ୍ତି।
