October 5, 2026

ଚାଟୁଳା ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ କ୍ଲଷ୍ଟରସ୍ତରୀୟ ବୈଠକ

IMG-20261004-WA0170
Share

 

 

ବେଲଗୁଣ୍ଠା ୪/୧୦: ଚାଟୁଳା ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିକ୍ଷାବର୍ଷ ୨୦୨୬-୨୭ର ଚତୁର୍ଥ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସିଆରସିସି ରଂଜିତା ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକକୁ ଚାଟୁଳା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦ୍ୱିତୀକୃଷ୍ଣ ବେହେରା ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ।

ବୈଠକରେ ସୁରଭି କାର୍ଯ୍ୟକ୍ରମ, ପ୍ରଥମ ସମାପ୍ତି ସୂଚକ ଆକଳନ, ମୌଳିକ ସାକ୍ଷରତା, ଗଣିତ ଶିକ୍ଷଣ, ଗ୍ୟାଲେରୀ କାର୍ଯ୍ୟ, ଶ୍ରେଣୀ ପରିଭ୍ରମଣ, କଳା ଓ ଶାରୀରିକ ଶିକ୍ଷା, ସଂଖ୍ୟାଜ୍ଞାନ, ଶିକ୍ଷଣ ସୋପାନ ରେଜିଷ୍ଟର ଓ ବିଭିନ୍ନ ଶିକ୍ଷଣ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ସମ୍ବଳ ଶିକ୍ଷକ ମନୋଜ ତ୍ରିପାଠୀ ଓ ସିଆରସିସି ରଂଜିତା ପାତ୍ର ବିଭିନ୍ନ ବିଷୟରେ ଆଲୋଚନା କରି ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ।

ବୈଠକରେ ପ୍ରଧାନଶିକ୍ଷକ ଜୟରାମ ବେହେରା, ରାଜେନ୍ଦ୍ର ପ୍ରଧାନ, ବଂଶୀଧର ପରିଡ଼ା, ଅଳକା ପଣ୍ଡା ଓ ରିତା ବେହେରା ପ୍ରମୁଖ ନାଚ, ଗୀତ ଓ ବିଭିନ୍ନ ଶିକ୍ଷଣୀୟ ଉପସ୍ଥାପନା ମାଧ୍ୟମରେ ଅଂଶଗ୍ରହଣ କରିଥିଲେ। ସହକାରୀ ଶିକ୍ଷକ-ଶିକ୍ଷୟିତ୍ରୀ ଗୀତାଞ୍ଜଳି ଦାସ, ମେଘନାଦ ଦଳବେହେରା, ସଙ୍ଗୀତା ମଞ୍ଜରୀ ଶତପଥୀ, ସୁଜିତା ବିଷୋୟୀ, ବନ୍ଦନା ମହାରଣା, ମମତା ସ୍ୱାଇଁ, ପ୍ରିୟଙ୍କା ପଣ୍ଡା, ପୁଷ୍ପାଞ୍ଜଳି ବେହେରା, ସଙ୍ଗୀତା ପ୍ରଧାନ, ପର୍ଶୁରାମ ଖର ଓ ସ୍ମିତା ଶେଫାଳି ରାଉତ ପ୍ରମୁଖ ନାଟକୀୟ ଭଙ୍ଗୀରେ ବିଭିନ୍ନ ମୁଖା ପରିଧାନ କରି ଶିକ୍ଷଣୀୟ ବିଷୟ ପରିବେଷଣ କରିଥିଲେ।

ଶେଷରେ ସମ୍ବଳ ଶିକ୍ଷକ ମନୋଜ ତ୍ରିପାଠୀ ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ

You may have missed