ଆଜିର ଖବର..
୧-ଭୁବନେଶ୍ୱର: ଦୀର୍ଘ ପ୍ରତିକ୍ଷାର ଅନ୍ତ,ଆଜି କଳିଙ୍ଗ ଷ୍ଟୁଡିଓର ଶୁଭାରମ୍ଭ,୨୦୨୧ରେ ପୁନରୁଦ୍ଧାର ପାଇଁ ୨୦୦କୋଟି ମଞ୍ଜୁର ହୋଇଥିଲା।
୨-କଟକ:ମାଁ କଟକ ଚଣ୍ଡୀ ଠାକୁରାଣୀଙ୍କର ଶରତ କାଳୀନ ଷୋଡ଼ଶ ଉପଚାର ପୂଜାର୍ଚ୍ଚନା ଆରମ୍ଭ।
୩-ଯାଜପୁର ଟାଉନ୍:ମାଆ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା, ଆଗାମୀ ୧୬ ଦିନ ଧରି ଚାଲିବ ପୂଜା।
୪-ରାଜ୍ୟରୁ ନିଶା ମୂଳପୋଛ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ଆହ୍ୱାନ, ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ।
୫-ଓଏମ୍ସି ଦ୍ୱାରା ପରିଚାଳିତ ଓଏମ୍ଏଭି ବଡ଼ବିଲରେ ସ୍ୱାସ୍ଥ୍ୟ ଶିବିର, ୧୭୧ ଛାତ୍ରଛାତ୍ରୀଙ୍କ ହେଲା ସ୍ୱାସ୍ଥ୍ୟ ପରୀକ୍ଷା।
୬-ଯାଜପୁରରେ ବଡ଼ଧରଣର ହିଂସା: ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ,୩ଟି ଗାଡ଼ି ଭଙ୍ଗାରୁଜା।
୭-ନନ୍ଦନକାନନରେ ଏବେଠାରୁ ୧୧ଟି ନୂତନ ପ୍ରଜାତିର ମୋଟ ୩୬ଟି ପ୍ରାଣୀଙ୍କୁ ଦେଖିବେ ପର୍ଯ୍ୟଟକ।
୮-ଚନ୍ଦନେଶ୍ଵର:ବାଲି ଚାଲାଣକୁ ନେଇ ସୀମାନ୍ତ ଅଶାନ୍ତ,ଦୁଇ ଓଡ଼ିଆଙ୍କୁ ନିସ୍ତୁକ ପିଟିଲେ ୫୦ ବଙ୍ଗ ମାଫିଆ।
୯-ସୋର:ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ,୬ ଲକ୍ଷ ଟଙ୍କାର ସୁନା ଗହଣା ସହ ୫ ହଜାର ଟଙ୍କା ଲୁଟିନେଲେ।
୧୦-ଅଳିଆ ଆବର୍ଜନାରେ ଭର୍ତ୍ତି ପୁରୀ ବ୍ଲୁ ଫ୍ଲାଗ୍ ବିଚ୍, ନାକ ଟେକୁଛନ୍ତି ପର୍ଯ୍ୟଟକ।
୧୧-KIITରେ ୭ଜଣଙ୍କୁ କିଟ୍- କିସ୍ ଇଜ ୱାନ (କିଓ) ଜୀବନବ୍ୟାପୀ ସମ୍ମାନ, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ହେଲେ ସମ୍ମାନିତ।
୧୨-ବୌଦ୍ଧ/ହରଭଙ୍ଗା:ମହାନଦୀରେ ମଣିଷ-କୁମ୍ଭୀର ଲଢ଼େଇ, ଦେଢ଼ ଘଣ୍ଟାର ସଂଘର୍ଷ ପରେ ଭାଇକୁ ବଞ୍ଚାଇଲେ ଭାଇ।
୧୩-ଢେଙ୍କାନାଳ ହିନ୍ଦୋଳରେ ହାତୀଙ୍କ ଉପଦ୍ରବ, ଏକର ଏକର ଧାନ ଫସଲ ଦଳି ଚକଟି କଲେଣି ନଷ୍ଟ।
୧୪-୨୦ତମ ଏସିଆଡ୍ ଉଦଯାପିତ: ଚୀନ ଚାମ୍ପିଅନ,ଭାରତ ଚତୁର୍ଥ, ଓଡ଼ିଶା ଖାତାରେ ୩ ପଦକ।
୧୫-ପଶ୍ଚିମବଙ୍ଗରେ ଲଭ୍ ଜିହାଦ ଓ ଧର୍ମ ପରିବର୍ତ୍ତନ ବିରୋଧରେ ଆସିବ କଠୋର ଆଇନ।
୧୬-ନୂଆଦିଲ୍ଲୀ:ଖେଳ ଦେଖିବା ସହ ବେଟିଂର ନିଶା! ନିବେଶ ଭାବି ଟଙ୍କା ଲଗାଉଛନ୍ତି ଯୁବପିଢ଼ି।
୧୭-ସଲମାନ ଖାନ୍ଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର, ‘ମାତୃଭୂମି’କୁ ମିଳିବ ସେନ୍ସର ବୋର୍ଡ ସାର୍ଟିଫିକେଟ୍।
୧୮-ମୁମ୍ବାଇ ଛାଡ଼ିଲେ ଆଦିତ୍ୟ ଧର ଓ ୟାମୀ ଗୌତମ୍! ୨୫ ଏକରରେ ନିର୍ମିତ ୧୦୦ ବର୍ଷ ପୁରୁଣା ଘରେ ରହିବେ ହିମାଚଳରେ।
୧୯-ଫ୍ରାନ୍ସରେ ତାଣ୍ଡବ ରଚୁଛନ୍ତି ବାମପନ୍ଥୀ ଛାତ୍ର, ୧୫ ବର୍ଷର ନାବାଳକ ମହିଳାଙ୍କ ମୁହଁରେ ଲଗାଇଲା ନିଆଁ।
୨୦-ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କ ବଡ଼ ନିର୍ବାଚନୀ ଥୋପ: ବରିଷ୍ଠ ନାଗରିକଙ୍କୁ ମିଳିବ ୯୦ ଡଲାର, ଉପକୃତ ହେବେ ୨ କୋଟି ୮ ଲକ୍ଷ ମେଡିକେୟାର ହିତାଧିକାରୀ।
