କଳାଙ୍ଗ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ
ବୋଲଗଡ଼,( ଉପାନ୍ତ ଖବର ମାନସ ରଞ୍ଜନ କର)ତା ୦୩/୧୦ ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ କଳାଙ୍ଗ ସାଧନ କେନ୍ଦ୍ରର ସଂଯୋଜକ ବିଭୁ ପ୍ରସାଦ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଫିରିଫିରାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପ୍ରଧାନ ଶିକ୍ଷକ ଜ୍ୟୋଚିନ୍ଦ୍ର ଦାସ ଜଗନ୍ନାଥଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ସାହୁ ୮ଟି ବିଦ୍ୟାଳୟରୁ ଆସିଥିବା ୮ ଜଣ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ,୮ ଜଣ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ୱାଗତ କରିଥିଲେ ।କିଶୋର କୁମାର ବେହେରା ବିବରଣୀ ପଠନ କରିଥିଲେ ।କଳାଙ୍ଗ ସାଧନ କେନ୍ଦ୍ରର ସଂଯୋଜକ ଶ୍ରୀ ମହାପାତ୍ର ଆଲୋଚନା ହେବାକୁ ଥିବା ପ୍ରସଙ୍ଗ ଗୁଡ଼ିକ ଉପରେ ସୂଚନା ପ୍ରଦାନ କରିଥିଲେ। ସୁବାଷ ଚନ୍ଦ୍ର ମହାପାତ୍ର ଏବଂ ସୁଶ୍ରୀ ସୁନୀତା ପ୍ରଧାନ ମୌଳିକ ସାକ୍ଷରତା ସମ୍ପର୍କରେ ଆଲୋକପାତ କରିଥିଲେ। ଜିତେନ୍ଦ୍ର ସ୍ୱାଇଁ ଓ ପ୍ରଶାନ୍ତ କୁମାର ପ୍ରଧାନ ଗଣିତ ଶିକ୍ଷଣ କାର୍ଯ୍ୟ ସଂପର୍କରେ ଅବଗତ କରିଥିଲେ। ଜମ୍ବେଶ୍ୱର ପୃଷ୍ଟି ଓ ମୁସ୍ତାକ ଅହମ୍ମଦ ଖାଁ ନ୍ୟସ୍ତ କାର୍ଯ୍ୟ ଉପରେ ଆଲୋଚନା କରିଥିଲା ବେଳେ ଅରୁଣ କୁମାର ସାହୁ ଓ ରମେଶ କୁମାର ନାୟକ ସଂକ୍ଷେପଣ ସମ୍ପର୍କରେ ବାଖ୍ୟା କରିଥଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ପରିଦର୍ଶନରେ ଆସି ସାଧନ କେନ୍ଦ୍ର ସଂଯୋଜକଙ୍କ ଦ୍ୱାରା ଆଲୋଚିତ ପ୍ରସଙ୍ଗ ସଂପର୍କରେ ନିଜ ନିଜର ବିଦ୍ୟାଳୟରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଜଣାଇ ଶ୍ରେଣୀ ଗୃହରେ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ। ପରିଶେଷରେ ଉକ୍ତ ବିଦ୍ୟାଳୟର ଶିକ୍ଷୟିତ୍ରୀ ଚନ୍ଦ୍ରିକା ସମାନ୍ତରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
