October 5, 2026

ଐତିହାସିକ ବିଜୟ ଉତ୍ସବ ପାଳନ କଲା ଓଡ଼ିଶା କନିଷ୍ଠ ଥ୍ରୋ ବଲ୍ ବାଳକ ଦଳ

IMG-20261003-WA0107
Share

 

ମହାରାଷ୍ଟ୍ର ର ନାସିକ ଠାରେ ଅନୁଷ୍ଠିତ ହୋଇଥିବା ୩୬ ତମ ଜୁନିଅର୍ ଥ୍ରୋ ବଲ୍ ଚାମ୍ପିଅନସିପ ରେ ଓଡ଼ିଶା ର ବାଳକ ଦଳ ସ୍ଵର୍ଣ୍ଣ ପଦକ ବିଜୟ ଲାଭ ପରେ ଆଜି (୩-୧୦-୨୬) ସକାଳ ୧୦.୪୫ ରେ ସମୟରେ ପୁରୀ ଦୁର୍ଗ ଏକ୍ସପ୍ରେସ ଯୋଗେ ଆସି ପୁରୀ ରେଳ ଷ୍ଟେସନ୍ ଠାରେ ପହଞ୍ଚିଥିଲେ .. ସେଠାରୁ ଝାଡେଶ୍ୱରି କ୍ଲବ୍ ଠାରେ ଖେଳୁଥିବା ଭିନ୍ନ ଭିନ୍ନ ଖେଳ ର ଖେଳାଳି ମାନଙ୍କ ସହ ସମସ୍ତ ଖେଳ ର ସମ୍ପାଦକ ମାନଙ୍କ ଦ୍ଵାରା ଏକ ବିଶାଳ କାୟ ରାଲି ଖେଳାଳି ମାନଙ୍କୁ ଫୁଲ ତୋଡା, ଫୁଲ ମାଳ ଦେଇ ଝାଡେଶ୍ଵରି କ୍ଲବ୍ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ । ଓଡ଼ିଶା ଥ୍ରୋ ବଲ୍ ସଭାପତି ଭୂପିନ୍ଦର ସିଂ, ସମ୍ପାଦକ ଜିତେନ୍ଦ୍ର ନାଥ ଦାସ , ଝାଡେଶ୍ଵରି କ୍ଲବ୍ ର ସମ୍ପାଦକ ପାର୍ଥ ସାରଥୀ ମହାପାତ୍ର,କ୍ଲବ୍ ର ଉପ ସଭାପତି ନିମାଇଁ ଚରଣ ଦାସ ,ଓଡ଼ିଶା ହ୍ୟାଣ୍ଡ ବଲ୍ କୋଷଧକ୍ଷ ସିତେନ୍ଦ୍ର ନାଥ ଦାସ,ପୁରୀ ଜିଲ୍ଲା ସଫ୍ଟ ବଲ୍ ସଭାପତି ଅରବିନ୍ଦ ଦାସ,ପ୍ରଭୁତି ଝାଡେଶ୍ଵରି କ୍ଲବ୍ ପ୍ରାଙ୍ଗଣ ରେ ଖେଳାଳି ମାନଙ୍କୁ ସ୍ଵାଗତ ଜଣାଇଥିଲେ… ଓଡ଼ିଶା ଥ୍ରୋ ବଲ୍ ସମ୍ପାଦକ ଜିତେନ୍ଦ୍ର ନାଥ ଦାସ ମହାରାଷ୍ଟ୍ର ଠାରେ ହୋଇଥିବା ସମସ୍ତ ମ୍ୟାଚ୍ ବିଷୟରେ ଗଣମାଧ୍ୟମ କୁ ସମ୍ୟକ୍ ବିବରଣୀ ପ୍ରଦାନ କରି ଥିଲେ।ଶ୍ରୀ ଦାସ ଙ୍କ କହିବା ଅନୁସାରେ ଏହି ବିଜୟ ଯାତ୍ରା ର ରାସ୍ତା ଏତେ ସହଜ ନଥିଲେ ମଧ୍ୟ ଖେଳାଳି ମାନଙ୍କର ଅକ୍ଲାନ୍ତ ପରିଶ୍ରମ ସେମାନେ ସେଠାରେ ପ୍ରତିଫଳିତ କରି ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ । ଏହି ବାର୍ତ୍ତା ଅନ୍ୟ ଖେଳାଳି ମାନଙ୍କ ମନୋବଳ ବଢାଇ ଥିଲା। ପରିଶ୍ରମ ର ମୂଲ୍ୟ କେବେ ନା କେବେ ମିଳିଥାଏ ତାହା ଓଡ଼ିଶା ର ଥ୍ରୋ ବଲ୍ ଖେଳାଳି ଆଜି ପୁରା ଭାରତ ବର୍ଷ ର କୋଣ ଅନୁକୋଣ ରୁ ଆସିଥିବା ଖେଳାଳି ମାନଙ୍କ ଠାରୁ ବିଜୟ ଲାଭ କରି ଦେଖାଇ ଦେଇଚନ୍ତି..ପରିଶେଶ ରେ ଓଡ଼ିଶା ଥ୍ରୋ ବଲ୍ ସମ୍ପାଦକ ଜିତେନ୍ଦ୍ର ନାଥ ଦାସ ସମସ୍ତ ଙ୍କୁ ଧନ୍ୟବାଦ ଦେବା ସହ ସମସ୍ତ ଖେଳାଳି ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed