October 3, 2026

୫୨ ଜଣ ସ୍ବେଚ୍ଛାସେବୀ ଙ୍କୁ ଜିଲ୍ଲାପାଳ ଆଶୁତୋଷ କୂଳକର୍ଣ୍ଣି ଓ ଏସପି ରାଜପ୍ରାସାଦ ଙ୍କ ଦ୍ବାରା ସମର୍ଦ୍ଧିତ*

IMG-20261003-WA0106
Share

 

 

କୋଲନରା: ( ସଞ୍ଜୀବ କୁମାର କଣ୍ଡାଗରୀ ) ରାୟଗଡ଼ା ଜିଲ୍ଲାରେ ବିଭିନ୍ନ ସମୟରେ ସଡ଼କ ଦୁର୍ଘଟଣା ଘଟିଲେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ସାହାଯ୍ୟ କରି ଜୀବନ ରକ୍ଷା କରୁଥିବା ଜିଲ୍ଲାର ୫୨ ଜଣ ସ୍ୱେଚ୍ଛାସେବୀଙ୍କୁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଏବଂ ଏସ୍‌ପି ରାଜପ୍ରସାଦ ସମ୍ବର୍ଦ୍ଧିତ କରିଛନ୍ତି। ସଡ଼କ ସୁରକ୍ଷା ସପ୍ତାହ ଅବସରରେ ମନୋନୀତ ହୋଇଥିବା ଏହି ସ୍ୱେଚ୍ଛାସେବୀମାନଙ୍କୁ ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରତ୍ୟେକଙ୍କୁ ଦୁଇ ହଜାର ଟଙ୍କା ଲେଖାଏଁ ଚେକ୍ ପ୍ରଦାନପୂର୍ବକ ସମ୍ମାନିତ କରାଯାଇଥିବା ବେଳେ ଏହି ଅବସରରେ ବିଷମକଟକର ସାମାଜିକ କର୍ମୀ ପ୍ରସନ୍ନ କୁମାର ପଣ୍ଡା ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ। ଏହି ସମ୍ବନ୍ଧିତ ଉତ୍ସବରେ ପରିବହନ ଅଧିକାରୀ ବିନୟ କୁମାର ପାଲ, ରାୟଗଡ଼ା ଓ ଗୁଣୁପୁର ଏସ୍‌ଡିପିଓ ଏବଂ ରାୟଗଡ଼ା, ଜେକେପୁର ଓ ଟିକିରି ଥାନାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହାସହିତ ବିଭିନ୍ନ ସ୍ଥାନରେ ଘଟିଥିବା ଦୁର୍ଘଟଣାରେ ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇ ମାନବିକତାର ପରିଚୟ ଦେଇଥିବାରୁ ଗୁଣପୁର ଥାନା ଅଞ୍ଚଳର ପାଞ୍ଚ ଜଣ ଯୁବକ ଯଥା ସାମ୍ବାଦିକ ଜନାର୍ଦ୍ଦନ ମହାପାତ୍ର, ଅର୍ଜୁନ ଶବର, ବି. ଚାନ୍ଦ, ଏନ୍. ତାଙ୍ଗୁଡୁ ଓ ଟି. ହରିପ୍ରସାଦଙ୍କୁ ମଧ୍ୟ ସମ୍ବନ୍ଧିତ କରାଯାଇଛି। ସେହିପରି ସମାଜସେବା ଓ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବାରୁ ଟିକିରି ଅଞ୍ଚଳର ଯୁବ ସାମ୍ବାଦିକ ତଥା ସ୍ୱେଚ୍ଛାସେବୀ ହୃଷୀକେଶ ସାହୁଙ୍କୁ ପ୍ରତିଷ୍ଠିତ ‘ଗୁଡ୍ ସମରିଟାନ ଆୱାର୍ଡ’ ପ୍ରଦାନ କରାଯାଇଛି, ଯେ କି ଦୀର୍ଘଦିନ ହେବ ସାମ୍ବାଦିକତା ମାଧ୍ୟମରେ ନିରୀହ ଓ ଗରିବ ଲୋକଙ୍କ ସମସ୍ୟାକୁ ପ୍ରଶାସନର ନଜରକୁ ଆଣିବା ସହ ଜଣେ ସ୍ୱେଚ୍ଛାସେବୀ ଭାବେ ବିପଦ ସମୟରେ ରକ୍ତଦାନ, ଦୁର୍ଘଟଣାଗ୍ରସ୍ତଙ୍କୁ ଚିକିତ୍ସା ସେବା ଯୋଗାଇଦେବା ଏବଂ ବିଭିନ୍ନ ସାମାଜିକ ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଆସୁଛନ୍ତି। ଏହିଭଳି ସେବା ଯୋଗାଇ ଦେଉଥିବା ସ୍ବେଚ୍ଛାସେବୀ ମାନଙ୍କୁ ଜିଲ୍ଲାବ୍ୟାପୀ ପ୍ରଶଂସା କରୁଥିବା ସାଧାରଣ ରେ ଚର୍ଚ୍ଚା ହେଉଛି।