October 5, 2026

ଗାନ୍ଧୀ ଜୟନ୍ତୀ ଅବସରରେ ରାସ୍ତା ସଫା କଲେ ଯୁବକ 

IMG-20261002-WA0025
Share

 

 

ବରଗଡ

ରୋଗମୁକ୍ତ,ସୁନ୍ଦର ଓ ସ୍ବଚ୍ଛ ଗାଁ ଗଢିବା ଓ ଗାଁକୁ ପରିଷ୍କାର,ପରିଚ୍ଛନ୍ନତା ରଖିବା ଉଦ୍ଦେଶ୍ୟରେ ଆଜି ଗାନ୍ଧୀଜୟନ୍ତୀ ଅବସରରେ ଅତାବିରା ବ୍ଲକ ଅଧିନ ଜହ୍ନାପଡା ଗ୍ରାମର ଯୁବକ ମାନେ ଏକତ୍ରିତ ହୋଇ ଦେବାହାଲରୁ ଜହ୍ନାପଡାକୁ ଯାଇଥିବା ରାସ୍ତା ସଫେଇ କରିଛନ୍ତି |ଏହି ସଫେଇ କାର୍ଯ୍ୟକ୍ରମରେ ଗାଁର ଯୁବକ ପରେଶ ପ୍ରଧାନ,ସୁଜିତ ବାରିକ,ଭକ୍ତ ପ୍ରଧାନ,ମୁଲା ବାଗ,ନରେଶ ଦାଶ,ବିନୟ ପ୍ରଧାନ ,ଶିବ ପ୍ରଧାନ,ଯଶୋବନ୍ତ ପ୍ରଧାନ ପ୍ରମୁଖ ଯୁବକ ମାନେ ସାମିଲ ଥିଲେ |ଗାଁ ର ଯୁବକ ମାନକଂ ଏହି ପରି ମହତ କାର୍ଯ୍ୟ ଦେଖି ଲୋକେ ପ୍ରଶଂସା କରୁଛନ୍ତି |

You may have missed