ଜିଲ୍ଲାନାସୀ ପଞ୍ଚାୟତ ଯୁବ କଳା ମଞ୍ଚ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଓ ବୃକ୍ଷ ରୋପଣ..

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଅବସରରେ ସଫେଇ କାର୍ଯ୍ୟକ୍ରମ ଓ ବୃକ୍ଷ ରୋପଣ ଅନୁଷ୍ଠିତ।ଏପରି ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଜିଲ୍ଲାନାସୀ ପଞ୍ଚାୟତରେ।ତେବେ ଜିଲ୍ଲାନାସୀ ପଞ୍ଚାୟତ ଯୁବ କଳା ମଞ୍ଚ ପକ୍ଷରୁ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଜମା ହୋଇ ରହିଥିବା ଅଳିଆ ଆବର୍ଜ୍ଜନା ଗୁଡ଼ିକ ସଫେଇ କରିବା ସହିତ ପଞ୍ଚାୟତର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯାଇଥିଲା।ମାତ୍ର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତିକୁ ଆପଣେଇବା ପାଇଁ ସମାଜକୁ ବାର୍ତ୍ତା ଦେବା ସହ ଏହି ସଫେଇ କାର୍ଯ୍ୟକ୍ରମ ଓ ବୃକ୍ଷ ରୋପଣ ପାଇଁ ମନୁଷ୍ୟ ରୂପରେ ମହାତ୍ମା ଗାନ୍ଧୀଙ୍କ ଅବିକଳ ଚେହେରା ମଧ୍ଯ ଦେଖିବାକୁ ମିଳିଥିଲା।ଆୟୋଜିତ କାର୍ଯ୍ୟକ୍ରମରେ ଯୁବ କଳା ମଞ୍ଚର ସଭାପତି ଚିତ୍ତ ରଞ୍ଜନ ଦାସ,ସମ୍ପାଦକ ସୁବାଷ ବେହେରା,ସହ ସମ୍ପାଦକ ଚିନ୍ମୟ ଦାସ,କାର୍ଯ୍ୟକାରୀ ସଭାପତି ଶିଶିର କୁମାର ପରିଡ଼ା,କୋଷାଧ୍ୟକ୍ଷ ଅଭୟ କୁମାର ଦାସ ଓ ସଚିତ୍ର ମହାନ୍ତିଙ୍କ ସମେତ ଜିଲ୍ଲାନାସୀ ପଞ୍ଚାୟତ ଯୁବ କଳା ମଞ୍ଚର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )
