ବାବେବିରା ଉଚ୍ଚ ବିଦ୍ୟାଳୟଠାରେ ଗାନ୍ଧୀ ଜୟନ୍ତୀ
ବରଗଡ,
ଆଜି ଦେଶ ପାଳୁଛି ୧୫୭ ତମ ଗାନ୍ଧୀ ଜୟନ୍ତି |ଜାତିର ପିତା ମହାତ୍ମା ଗାନ୍ଧୀକୁ ମନେ ପକାଇ ଆଜି ଅତାବିରା ବ୍ଲକ ଅଧିନ ବାବେବିରା ଉଚ୍ଚ ବିଦ୍ୟାଳୟରେ ଗାନ୍ଧୀକୁ ଜୟନ୍ତି ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମୃତ ବାରିକ କଂ ସଭାପତିତ୍ବରେ ଏହି ଅବସରରେ ଶ୍ରୀଯୁକ୍ତ ଅକ୍ଷୟ କୁମାର ବାରିକ ପୂର୍ବତନ ଅଧ୍ୟକ୍ଷ (DIET )ମୁଖ୍ୟ ଅତିଥି, ଶ୍ରୀଯୁକ୍ତ ମନବୋଧ ନାଏକ ପୂର୍ବତନ ପ୍ରଧାନ ଶିକ୍ଷକ ସମ୍ମାନିତ ଅତିଥି, ତଥା ଶ୍ରୀଯୁକ୍ତ ବିପିନ ବିହାରୀ ସେଠ (ଚଳନ୍ତି ମହାତ୍ମା ଗାନ୍ଧୀ) ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦାନ କରିଥିଲେ | ଗାନ୍ଧୀକଂ ଫଟୋଚିତ୍ରରେ ପୁଷ୍ଫମାଲ୍ୟ ଅର୍ପଣ କରି ଶ୍ରଦ୍ଦାଜଂଳୀ ପ୍ରଦାନ କରାଯାଇଥିଲା |ଶେଷରେ ସୁଦୀପ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଗାନ୍ଧୀବାଦ ଓ ନିଶାମୁକ୍ତି ଉପରେ ଅତିଥି ଗଣ ଚର୍ଚ୍ଚା କରିଥିଲେ
