October 2, 2026

ଉମରକୋଟ ଠାରେ ଜିଲ୍ଲାସ୍ତରୀୟ ସାରସ୍ୱତ ଆଲୋଚନା ଓ କବିତା ପାଠ ଉତ୍ସବ ଅନୁଷ୍ଠିତ ହେବ……..

IMG-20261001-WA0099
Share

 

ଉମରକୋଟ:- (ଏମ୍.ଦୀନା°ଶୁ ଆଚାରୀ) ଓଡ଼ିଶା ସାହିତ୍ୟ ଏକାଡେମୀ ଓ ନବରଙ୍ଗପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଦାସିଆ ସାଂସ୍କୃତିକ ପରିଷଦର ମିଳିତ ସହଯୋଗରେ ଆସନ୍ତା ୪ ତାରିଖରେ ଉମରକୋଟସ୍ଥିତ ଏସ୍‌ଏସ୍‌ ଇଣ୍ଟରନ୍ୟାସନାଲ ହୋଟେଲ ଠାରେ ଜିଲ୍ଲାସ୍ତରୀୟ ଏକଦିବସୀୟ ସାରସ୍ୱତ ଆଲୋଚନା ଓ କବିତା ପାଠ ଉତ୍ସବ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ସମ୍ମତି ପ୍ରଦାନ କରିଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଚିବ ସଞ୍ଜୟ କୁମାର ଛୁଆଳସିଂହ, ବିଶିଷ୍ଟ ବାଗ୍ମୀ ବଲ୍ଲଭ ରାଉତ, ଶିକ୍ଷାବିତ୍‌ ଉମେଶ ଚନ୍ଦ୍ର ଭୁକ୍ତା, ସାହିତ୍ୟିକ ପଦ୍ମନାଭ ସେଠୀ, ଜଳନ୍ଧର ସ୍ୱାଇଁ, ଡ. ପ୍ରଦୀପ କୁମାର ମିଶ୍ର, ପ୍ରଫୁଲ୍ଲ କୁମାର ରାଉତ, ଗବେଷକ କେଦାରେଶ୍ୱର ପଟ୍ଟନାୟକଙ୍କ ସମେତ ପରୀକ୍ଷିତ ସାହୁ, ଶ୍ରୀନିବାସ ପଟ୍ଟନାୟକ, ନମିତା ମହାପାତ୍ର, ବିଜୟଲକ୍ଷ୍ମୀ ପାଣିଗ୍ରାହୀ, ରାଧାରାଣୀ ସରକାର ଓ ସ୍ୱାଗତିକା ସାହୁ ପ୍ରମୁଖ ଯୋଗଦେବେ। ଦିବସବ୍ୟାପୀ ଏହି ସାରସ୍ୱତ କାର୍ଯ୍ୟକ୍ରମରେ ଅଭିଭକ୍ତ କୋରାପୁଟ ଜିଲ୍ଲାର ଶତାଧିକ କବି, କବୟିତ୍ରୀ ଓ ସାରସ୍ୱତପ୍ରେମୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଦାସିଆ ସାଂସ୍କୃତିକ ପରିଷଦର ସଭାପତି ଟୁଟୁବାବୁ ପଟ୍ଟନାୟକ ଓ ଏମ୍‌. ହିମାଂଶୁ ଆଚାରୀ ଏକ ପ୍ରେସ୍‌ ବିବୃତ୍ତିରେ ସୂଚନା ଦେଇଛନ୍ତି।