October 2, 2026

ଗଜପତି:- ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁ ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ ‘”ମହକ’ ଓ ‘ ଉତ୍ସାହ”‘ ପାଳିତ —

IMG-20261001-WA0100
Share

 

ଗଜପତି ଜିଲ୍ଲାରେ ଥିବା ଛଅଗୋଟି ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନ ମାନଙ୍କରେ ରହୁଥବା ଶିଶୁ ମାନଙ୍କର ଅନ୍ତର୍ନିହିତ ପ୍ରତିଭା ର ପରିପ୍ରକାଶ ଓ ବିକାଶ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ଗଜପତି ଦ୍ଵାରା ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ ‘ ମହକ’ ଓ ‘ଉତ୍ସାହ’ ୨୦୨୬ ପାଳିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଶ୍ରୀ ମୁନିଦ୍ର ହୋନନାଗା , ଶିଶୁ କଲ୍ୟାଣ ସମିତି ର ଅଧ୍ୟକ୍ଷା ଶ୍ରୀ ଅମିୟ କୁମାର ତ୍ରିପାଠୀ , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରମୁଖ ମଞ୍ଚାସିନ ଥିଲେ। ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ଵଳନ କରିବା ପରେ ଶିଶୁ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର ପ୍ରାୟ ୧୨୦ ଜଣ ଶିଶୁ ମାନଙ୍କୁ ନେଇ ସେମାନଙ୍କ ମଧ୍ୟରେ ଲମ୍ବ-ଡିଆଁ , ଉଚ୍ଚ ଡିଆଁ , ୧୦୦ ମିଟର ଦୌଡ ଓ ୨୦୦ ମିଟର ଦୌଡ , ଚେସ ,କ୍ୟାରେମ ପ୍ରତିଯୋଗିତା ଗଜପତି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବା ସହ ନୃତ୍ୟ ପରିବେଷଣ , ସଙ୍ଗୀତ ଗାନ , ବକ୍ତୃତା , ଚିତ୍ରାଙ୍କନ , ସାଧାରଣ ଜ୍ଞାନ ପରୀକ୍ଷା ଇତ୍ୟାଦି ପ୍ରତିଯୋଗିତା ବିଜୁ କଲ୍ୟାଣ ମଣ୍ଡପ ଠାରେ ରେ ଅନୁଷ୍ଠିତ ହୋଇଥିଲା।

ଉଦ୍ ଯାପନୀ ଉତ୍ସବରେ କିଶୋର ନ୍ୟାୟ ପରିଷଦ ର ମୁଖ୍ୟ ନ୍ୟାୟଧୀଶ ଶ୍ରୀ ସତ୍ୟବ୍ରତ ରଣା , ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ , ଜିଲ୍ଲା ପରିଷଦ ଶ୍ରୀ ଦୟାମୟ ପାଢୀ , ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଶ୍ରୀ ଅମିୟ କୁମାର ତ୍ରିପାଠୀ , ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଶ୍ରୀ ହିକ୍କା ସଂଗ୍ରାମ କୁମାର, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ସୁରକ୍ଷା ଅଧିକାରିଣୀ ଶ୍ରୀମତି ଶାରଳା ପାତ୍ର ଓ କିଶୋର ନ୍ୟାୟ ପରିଷଦର ସଭ୍ୟ ଶ୍ରୀ ରବୀନ୍ଦ୍ର ପାଳ ପ୍ରମୁଖ ଉପସ୍ଥିତ ଥିଲେ।

କିଶୋର ନ୍ୟାୟ ପରିଷଦ ର ମୁଖ୍ୟ ନ୍ୟାୟଧୀଶ ଶ୍ରୀ ସତ୍ୟବ୍ରତ ରଣା ତାଙ୍କର ଭାଷଣରେ ମାତୃପିତୃହୀନ ଏବଂ ପରିତ୍ୟକ୍ତ ଓ ଉଦ୍ଧାର ହୋଇ ରହୁଥିବା ଶିଶୁ ମାନଙ୍କର ଉନ୍ନତି ପାଇଁ ନିଯୋଜିତ ହୋଇଥିବା ବିଭିନ୍ନ ଅନୁଷ୍ଠାନର ଦାୟିତ୍ବ ଉପରେ ବୁଝାଇଥିଲେ। ସେହିପରି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ , ଜିଲ୍ଲା ପରିଷଦ ଏହିପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ପ୍ରତି ପିଲା ଏଥିରେ ସାମିଲ ହୋଇ ନିଜ ମଧ୍ୟରେ ଥିବା ପ୍ରତିଭାକୁ ସାକାର ରୂପ ଦେବା ପାଇଁ ଚେଷ୍ଟା କରନ୍ତୁ। ପ୍ରତିଯୋଗିତାରେ ଭାଗ ନେଇଥିବା ଶିଶୁ ମାନଙ୍କ ମଧ୍ୟରେ ଯେଉଁମାନେ ବିଜୟୀ ହୋଇଥିଲେ ସେମାନେ ଟ୍ରଫି ସହ ପୁରସ୍କାର ପ୍ରମାଣ ପତ୍ର ଅତିଥି ମାନଙ୍କ ହସ୍ତରୁ ଗ୍ରହଣ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମର ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିଶୁମାନେ ରାଜ୍ୟସ୍ତରରେ ହେବାକୁ ଥିବା ‘ମହକ’ ଓ ‘ଉତ୍ସାହ’ କାର୍ଯ୍ୟକ୍ରମରେ ଭାଗନେବାକୁ ମନୋନୀତ ହୋଇଛନ୍ତି।

ପରିଶେଷରେ କ୍ୟାମ୍ପ ଫାୟାର ରେ ଶିଶୁ ମାନେ ନାଚ ମାଧ୍ୟମରେ କାର୍ଯ୍ୟକ୍ରମକୁ ବେଶ ଉପଭୋଗ କରିଥିଲେ।

ଏହି କାର୍ଯକ୍ରମ କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଏହାକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ସମସ୍ତ କର୍ମଚାରୀ , ଚାଇଲ୍ଡ ହେଲ୍ପ ଲାଇନର ସମସ୍ତ କର୍ମୀ ତଥା ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

——————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

——————————————