ନବରଙ୍ଗପୁର ଜିଲ୍ଲାର ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକର ୧୨ତମ ଜିଲ୍ଲାସ୍ତରୀୟ Foundation Day ‘SPARK 2026’ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଉମରକୋଟ ପରିସରରେ ଉତ୍ସାହ ଓ ଆନନ୍ଦର ସହିତ ପାଳିତ ହୋଇଯାଇଛି…….
ନବରଙ୍ଗପୁର ଜିଲ୍ଲାର ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକର ୧୨ତମ ଜିଲ୍ଲାସ୍ତରୀୟ Foundation Day ‘SPARK 2026’ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଉମରକୋଟ ପରିସରରେ ଉତ୍ସାହ ଓ ଆନନ୍ଦର ସହିତ ପାଳିତ ହୋଇଯାଇଛି……
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଜିଲ୍ଲା ଶିକ୍ଷା ଅଧିକାରୀ (DEO), ନବରଙ୍ଗପୁରଙ୍କ ନିର୍ଦ୍ଦେଶକ୍ରମେ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ନବରଙ୍ଗପୁର ଜିଲ୍ଲାର ୧୦ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ ପ୍ରାୟ ୪୫୦ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଦିନବ୍ୟାପୀ କାର୍ଯ୍ୟକ୍ରମରେ ବିଭିନ୍ନ ସାଂସ୍କୃତିକ, ସୃଜନଶୀଳ ଓ ଶିକ୍ଷାମୂଳକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଛାତ୍ରଛାତ୍ରୀମାନଙ୍କ ଆକର୍ଷଣୀୟ ପ୍ରଦର୍ଶନ ଉପସ୍ଥିତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଦର୍ଶକମାନଙ୍କ ମନ ମୋହିଥିଲା।କାର୍ଯ୍ୟକ୍ରମରେ ଉମରକୋଟ SDPO ଶ୍ରୀ ଶୁଭେନ୍ଦୁ କୁମାର ସବର ଏବଂ BDO ମନୋଜ କୁମାର ସାହୁ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। DEO ନବରଙ୍ଗପୁର ଶ୍ରୀ ଛତ୍ରପତି ସାହୁଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ପରିଚାଳିତ ହୋଇଥିଲା। ଏଥିରେ ADEO (Establishment) ଶ୍ରୀ ପ୍ରକାଶ ଚନ୍ଦ୍ର ମହାଲିକ, ADEO (Academic) ଶ୍ରୀମତୀ ସୁପ୍ରିୟା ନାୟକ, BEO ଶ୍ରୀ ଈଶ୍ୱର ଚନ୍ଦ୍ର ମାଝୀଙ୍କ ସହଯୋଗ ରହିଥିଲା। କାର୍ଯ୍ୟକ୍ରମର ନୋଡାଲ ପ୍ରିନ୍ସିପାଲ ଶ୍ରୀ ରାଜେନ୍ଦ୍ର ପ୍ରସାଦ ମହାପାତ୍ରଙ୍କ ମାର୍ଗଦର୍ଶନରେ ଏବଂ OAV ଉମରକୋଟର ପ୍ରଧାନଶିକ୍ଷକ ଶ୍ରୀ ସୁଶେନ ଢାଳିଙ୍କ ନେତୃତ୍ୱରେ ‘SPARK 2026’ର ସମସ୍ତ ଆୟୋଜନ ସଫଳତାର ସହିତ ସମ୍ପନ୍ନ ହୋଇଥିଲା। ଏହି ସାଂସ୍କୃତିକ ଆୟୋଜନରେ ମୋଟ ୨୨ଟି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିଭିନ୍ନ କାର୍ଯ୍ୟକ୍ରମରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଓ ସମ୍ମାନ ପ୍ରଦାନ କରାଯାଇଥିଲା। ଅତିଥିମାନେ ନିଜର ପ୍ରେରଣାଦାୟକ ବାର୍ତ୍ତା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଦିନରେ ଆହୁରି ଉତ୍ସାହ ଓ ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ିବାକୁ ପ୍ରେରିତ କରିଥିଲେ। ଏହି ଆୟୋଜନ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ପ୍ରତିଭା ପ୍ରଦର୍ଶନ, ସୃଜନଶୀଳତା, ଆତ୍ମବିଶ୍ୱାସ ଓ ସାଂସ୍କୃତିକ ଚେତନାର ବିକାଶ ପାଇଁ ଏକ ସୁନ୍ଦର ମଞ୍ଚ ସୃଷ୍ଟି ହୋଇଥିଲା। ଉତ୍ସବମୁଖର ପରିବେଶରେ ଆୟୋଜିତ ଏହି ‘SPARK 2026’ କାର୍ଯ୍ୟକ୍ରମ ସମସ୍ତଙ୍କ ମନରେ ଏକ ସ୍ମରଣୀୟ ଅନୁଭୂତି ସୃଷ୍ଟି କରିଥିଲା।
