October 1, 2026

ନିଷ୍ଠାପର ସେବା ହିଁ ପ୍ରକୃତ ଧର୍ମ

IMG-20260930-WA0072
Share

 

 

ଖୋର୍ଦ୍ଧା (ସୁଧାଂଶୁ ଶେଖର ପରିଡା):ବୁଧବାର ଅପରାହ୍ନରେ ଖୋର୍ଦ୍ଧା ଏସପି କାର୍ଯ୍ୟାଳୟରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ପରମାର ସ୍ମିତ ପୁରୁଷୋତ୍ତମଦାସ ଗୃହରକ୍ଷୀ ବିଦ୍ୟାଧର ସେଠୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ବାଲିଡିହ ଗ୍ରାମର ୧୯୬୬ ମସିହାରେ ଜନ୍ମିତ ବିଦ୍ୟାଧର ସେଠୀ ଓଡ଼ିଶା ଗୃହରକ୍ଷୀ ବାହିନୀରେ ଜଣେ ଦକ୍ଷ ଗୃହରକ୍ଷୀ ଭାବେ ୧୯୯୫ ମସିହାରୁ ଯୋଗଦାନ କରି କୃତିତ୍ୱର ସହ କାର୍ଯ୍ୟ ସମ୍ପାଦନ କରିଆସିଛନ୍ତି।ଶ୍ରୀ ବିଦ୍ୟାଧର ଜଣେ ଶୃଙ୍ଖଳିତ,ସମୟାନୁବର୍ତ୍ତି,ଭଦ୍ର, ସଚ୍ଚୋଟ ଓ କର୍ମ ପରାୟଣ ବ୍ୟକ୍ତି ଭାବରେ ସବୁ କ୍ଷେତ୍ରରେ ପାରଦର୍ଶିତା ସହ କାର୍ଯ୍ୟ କରି ଆସୁଥିବା ହେତୁ ଏହି ମହାନ୍ କାର୍ଯ୍ୟକୁ ସମ୍ମାନ ଜଣାଇ ଏସପି କାର୍ଯ୍ୟାଳୟ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଭାବବିହ୍ବଳ ମୁହୂର୍ତ୍ତରେ ଶ୍ରୀ ସେଠୀ ନିଜର କର୍ମମୟ ଜୀବନର ବିଭିନ୍ନ ସ୍ମୃତି ସମ୍ପର୍କରେ ଉପସ୍ଥାପନ କରିବାସହ ନିଷ୍ଠାପର ସେବା ହିଁ ପ୍ରକୃତ ଧର୍ମ ବୋଲି କହିଥିଲେ।ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ଆରକ୍ଷୀ ଅଧିକ୍ଷକଙ୍କ ସମେତ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ସମସ୍ତ ଗୃହରକ୍ଷୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।