October 1, 2026

ଗଜପତି:- ସେବା ପଖୱାଡା ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

IMG-20260930-WA0069
Share

 

ସେବା ପଖୱାଡା ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଏସ୍‌.କେ‌.ସି‌.ଜି‌. କଲେଜ ନିକଟରେ ଆଜି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ମେରା ଯୁବା ଭାରତ (ମାଇ ଭାରତ) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନ୍‌ସିସି ଛାତ୍ରଛାତ୍ରୀ, ମାଇ ଭାରତ କର୍ମଚାରୀ ଓ ସ୍ୱେଚ୍ଛାସେବୀ ମାନେ ସକ୍ରିୟ ଭାବେ ଯୋଗ ଦେଇଥିଲେ।

ମାଇ ଭାରତ ଵିଭାଗ ରୁ ଭି.ଭବାନୀ ପ୍ରସାଦ, ଜାତୀୟ ଯୁବ ସ୍ୱେଚ୍ଛାସେବାରୁ ଦୁର୍ଗା ପ୍ରସାଦ ଓ ଦିବ୍ୟା ଭାରତୀଙ୍କ ଉପସ୍ଥିତିରେ ଏନ୍‌ସିସି ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରଜାତିର ଚାରା ରୋପଣ କରିଥିଲେ। ପରିବେଶ ସୁରକ୍ଷା, ସବୁଜ ପରିବେଶ ସୃଷ୍ଟି ଏବଂ ଯୁବପିଢ଼ିଙ୍କ ମଧ୍ୟରେ ପରିବେଶ ସଚେତନତା ବୃଦ୍ଧି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏଥିସହ ଯୁବପିଢ଼ିଙ୍କୁ ପରିବେଶ ସୁରକ୍ଷାରେ ସକ୍ରିୟ ଭାବେ ସାମିଲ ହୋଇ ସବୁଜ ଓ ସୁସ୍ଥ ସମାଜ ଗଠନରେ ଅବଦାନ ରଖିବାକୁ ଆହ୍ୱାନ କରା ଯାଇଥିଲା।

—————————-:———–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

————————————–;-