September 27, 2026

ଗଜପତି:- ଷ୍ଟାର୍ ରିକ୍ରିଏସନ୍ ଓ କଲ୍ଚୁରାଲ କ୍ଲବ ପକ୍ଷରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20260926-WA0061
Share

 

ଗଜପତି ଜିଲ୍ଲାର ଷ୍ଟାର୍ ରିକ୍ରିଏସନ୍ ଓ କଲ୍ଚୁରାଲ କ୍ଲବ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାର’ରେ ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାକୁ ରକ୍ତଭଣ୍ଡାରର ବରିଷ୍ଠ ଟେକନିସିଆନ ଶ୍ରୀ ଖଗେଶ୍ବର ବେହେରା ଶିବିର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ କ୍ଲବର ସଭାପତି ଶ୍ରୀ ଏ. ପେଦାଦେମୁଡୁ ଓ ସମ୍ପାଦକ ମୁକେଶ ଜୈନ ପ୍ରମୁଖ ପରିଚାଳନା କରିଥିଲେ । ଏପରି ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଆଜି ସମ୍ପୃକ୍ତ କ୍ଲବ ପକ୍ଷରୁ ଆରମ୍ଭ କରାଯାଇଛି ଏବଂ ପ୍ରତ୍ୟେକ ମାସରେ ଏଭଳି ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଷ୍ଟାର୍ ରିକ୍ରିଏସନ ଓ କଲଚୁରାଲ କ୍ଳବ’ର ସଭାପତି ଓ ସମ୍ପାଦକ ସୂଚନା ଦେଇଛନ୍ତି ।

ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ମୋଟ ୯ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିବାର ଜଣାପଡିଛି । ଏହି ଶିବିରକୁ ଡି.ଚିନ୍ନା, ଏନ୍.ଅରୁଣ, ଏମ୍.ନାଗେଶ୍ବର ଓ ଜଗଦୀଶ ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

—————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

—————————————;: