ଉମରକୋଟ ଠାରେ ଲଘୁଚାପର ପ୍ରଭାବ ବେହେଡ଼। ଅସ୍ଥାୟୀ ପୋଲ ଧୋଇ ହେଇଗଲା,ଉମରକୋଟ – ରାଇଘର ମଧ୍ୟରେ ଯୋଗାଯୋଗ ବିଛିନ୍ନ,୧୦୦ରୁ ଅଧିକ ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ, ବହୁ ଘରେ ପାଣି ପଶିଲା……….
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକରେ ଲଘୁ ଚାପ ଜନିତ ବର୍ଷା ଯୋଗୁଁ ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଛି। ଗୁରୁବାର ରାତି ୮ଟା ଠାରୁ ଉମରକୋଟରେ ଭୀଷଣ ବର୍ଷ। ଆରମ୍ଭ ହେଇ ଆଜି ଦିନ ତମାମ ବର୍ଷା ଜାରି ରହିଛି। ବର୍ତ୍ତମାନ ଉମରକୋଟରେ 123 ମିମୀ ବର୍ଷ। ହେଇଥିବା ରେକର୍ଡ କରାଯାଇଛି। ଭୀଷଣ ବର୍ଷା ଯୋଗୁ ତେଲ ନଦୀରେ ବନ୍ୟା ଜଳ ଆସିବାରୁ ପୁଣି ବେହେଡ। ଠାରେ ନିର୍ମିତ ଅସ୍ଥାୟୀ ପୋଲ ଧୋଇ ହେଇ ଯିବାରୁ ଉମରକୋଟ – ରାଇଘର ରାସ୍ତା ମଧ୍ୟରେ ଯୋଗାଯୋଗ ବିଛିନ୍ନ ହେଇ ଯାଇଛି। ସେହିପରି ଉମରକୋଟ ସହରରେ ମଧ୍ୟ ୩ଟି ଘର ହଠାତ୍ କଲୋନୀ, ଚଡେଇଗୁଡା ଅଞ୍ଚଳ ରେ ଆଂଶିକ ଭାବେ କ୍ଷତିଗ୍ରସ୍ତ ହେବା ସହ ୪ନମ୍ବର ୱାର୍ଡର ମସଜିଦ ନିକଟରେ, ଡି ଏନ୍ କେ , ୧ ନମ୍ବର ୱାର୍ଡର ତୁପରବେଡ଼। ଓ ୧୨ନମ୍ବର ୱାର୍ଡ ରେ ବହୁ ଘରେ ପାଣି ପଶି ଯାଇଥିଲା। କିଛି ଘରେ ଅଗ୍ନିଶ୍ରମ ବିଭାଗ କର୍ମଚାରୀ ମାନେ ପମ୍ପ ଲଗାଇ ଜଳ ନିଷ୍କାସିତ କରିଥିଲେ। ରାତି ତମାମ ଉମରକୋଟ ପୌରପରିଷଦର ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ ଓ ତାଙ୍କ କର୍ମଚାରୀ ଓ ଅଗ୍ନି ଶ୍ରମ ବିଭାଗର କର୍ମଚାରୀ ମାନେ ରାତି ତମାମ ସବୁ ୱାର୍ଡରେ ବୁଲିବୁଲି ଯେଉଁଠି ପାଣି ପଶିଲା ତାକୁ ପମ୍ପ ସାହାଯ୍ୟରେ ନିଷ୍କାସିତ କରିବା ସହ ଯେଉଁ ନାଳରେ ପାଣି ନିଷ୍କାସିତ ହେଇପାରୁ ନ ଥିଲା ସେଠି ଜେସିବି ମେସିନ ସାହାଯ୍ୟରେ ଜଳ ନିଷ୍କାସିତ କରିଥିଲେ।ସେହିପରି ଉମରକୋଟ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୧୦୦ରୁ ଉର୍ଦ୍ଧ୍ବ ଘର ଆଂଶିକ ଭାବରେ କ୍ଷୟକ୍ଷତି ହେଇଥିବା ତହସିଲ କାର୍ଯ୍ୟାଳୟକୁ ବିଭିନ୍ନ ସର୍କଲରୁ ରାଜସ୍ୱ ନିରୀକ୍ଷକ ଦେଇଥିବା ରିପୋର୍ଟରୁ ଜଣାପଡ଼ିଛି। ଭାମିନୀ ରାଜସ୍ୱ ସର୍କଲ ରେ ୨୯, ବଡଭରଣ୍ଡି ରେ ୧୬, ଚିକଲପଦର୍ ରାଜସ୍ୱ ସର୍କଲରେ ୧୨, ଉମରକୋଟ ୧୧ ଓ ବେହେଡ।ରେ ୩ଟି ଘର ଆଂଶିକ କ୍ଷୟକ୍ଷତି ହେଇଥିବା ଆକଳନ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ତହସିଲର ରିପୋର୍ଟ ତହସିଲ କାର୍ଯ୍ୟାଳୟକୁ ଆସି ନାହିଁ ସନ୍ଧ୍ୟା ସୁଦ୍ଧା ଆସିଲେ ଏହାର ସଂଖ୍ୟା ବଢ଼ି ପାରେ ବୋଲି ଅନୁମାନ କରାଯାଉଛି। ସେହିପରି ସିଂସାରି ଅଞ୍ଚକରେ ବ୍ୟାପକ ଭାବେ ଗଛ ଉପୁଡ଼ି ପଡ଼ିଥିବା ସୂଚନା ମିଳିଛି। ସେହିପରି ଉମରକୋଟ ରାଇଘର କୁ ସଂଯୋଗ କରିଥିବା 33 କେଭି ଲାଇନ ବିଦ୍ୟୁତ୍ ତାର ଉମରକୋଟ ନିକଟରେ ପ୍ରବାହିତ ହେଉ ଥିବା ତେଲ ନଦୀରେ ଛିଡିକି ପଡ଼ି ଯାଇଥିଲା। ଫଳରେ ଦିନ ତମାମ ଉମରକୋଟରେ ବିଦ୍ୟୁତ୍ ସେବାରେ ବ୍ୟାପକ ଭାବେ ପ୍ରଭାବିତ ହେଇଥିଲା।
