ଆଜିର ଖବର…
୧-ଭୁବନେଶ୍ୱର:ଆଜି ବି ଭୀଷଣ ବର୍ଷିବ! ଚେତାବନୀ ଜାରିକଲା ପାଣିପାଗ ବିଭାଗ।
୨-ଖଣି ବିଲ୍ ପ୍ରସଙ୍ଗ: ଲଗାତାର ତୃତୀୟ ଦିନ ଗୁହ ଅଚଳ,୧୭ ମିନିଟ୍ ଚାଲିଲା ବିଧାନସଭା।
୩-ଆଗତ ହେଲା ଓଡ଼ିଶା ଜନ ବିଶ୍ବାସ ବିଲ୍: ସାମାନ୍ୟ ତ୍ରୁଟି ପାଇଁ ଆଉ ହେବ ନାହିଁ ଜେଲ୍ ଦଣ୍ଡ,ସରଳ ହେବ ଲାଇସେନ୍ସ ବ୍ୟବସ୍ଥା।
୪-ବନ୍ୟା-ବର୍ଷାରେ ବେହାଲ ଓଡ଼ିଶା; ୨୬ ଜିଲ୍ଲାର ୩୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ବିଧାନସଭାରେ ମନ୍ତ୍ରୀଙ୍କ ବଡ଼ ତଥ୍ୟ।
୫-ଭୁବନେଶ୍ୱର:ବର୍ଷା ପାଇଁ ବଢ଼ିପାରେ ସ୍କୁଲ ଛୁଟି,ସୂଚନା ଦେଲେ ମନ୍ତ୍ରୀ।
୬-ମହାକାଳପଡ଼ାରେ ହେବ ବୃହତ୍ ଜାହାଜ ତିଆରି କାରଖାନା, ୨୪,୭୦୦ କୋଟି ନିବେଶରେ ବଦଳିବ କେନ୍ଦ୍ରାପଡ଼ାର ଚିତ୍ର।
୭-ପୁରୀ:ଗଭୀର ଅବପାତ ପ୍ରଭାବରେ ଅଶାନ୍ତ ପୁରୀ ସମୁଦ୍ର, ସ୍ନାନ ଉପରେ ପ୍ରଶାସନର କଟକଣା ଲାଗୁ।
୮-କନ୍ଧମାଳ: ପ୍ରବଳ ବର୍ଷା ପାଇଁ ଗାର୍ଡ ୱାଲ୍ ନଷ୍ଟ ଓ ଭୂସ୍ଖଳନ ଭୟ ରହିଛି, ସେଥିପାଇଁ କଳିଙ୍ଗା ଘାଟି ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ।
୮-ଡ. ଅଚ୍ୟୁତ ସାମନ୍ତଙ୍କୁ ଆନ୍ତର୍ଜାତିକ ଚେସ୍ ମହାସଂଘ ଫିଡେ ପକ୍ଷରୁ ‘ଏଡୁକେସନ୍ ଫିଲାନ୍ଥ୍ରପିକ୍ ଆୱାର୍ଡ’।
୧୦-ସମ୍ବଲପୁରରେ ନକଲି ସିମ୍ କାରବାର ଠାବ; ୩ ଗିରଫ।ଅଭିଯୁକ୍ତମାନେ ଗ୍ରାହକଙ୍କ ପରିଚୟ ପତ୍ର ଓ ଅନ୍ୟାନ୍ୟ କାଗଜପତ୍ର ବ୍ୟବହାର କରି ଗୋଟିଏ ନମ୍ବର ବଦଳରେ ଏକାଧିକ ସିମ୍ ପ୍ରସ୍ତୁତ କରୁଥିଲେ।
୧୧-ଭୁବନେଶ୍ୱର ବିମାନବନ୍ଦରକୁ ବଡ଼ ଝଟକା; ବନ୍ଦ ସବୁ ଅନ୍ତର୍ଜାତୀୟ ଉଡ଼ାଣ, ୩୩ରୁ ଖସି ୧୯କୁ ଆସିଲା ଘରୋଇ ରୁଟ୍।
୧୨-ଏଚ୍ପିଭି ଟିକାକରଣରେ ଗଜପତି ଆଗୁଆ, ସବୁଠୁ ପଛରେ ରାଉରକେଲା ସହରାଞ୍ଚଳ।
୧୩-ଭୁବନେଶ୍ୱର:୧୯୩ ପୂଜା କମିଟି ସହ ପୁଲିସର ବୈଠକ, ଦୁର୍ଗା ପୂଜାରେ ବାଣ, ଡିଜେ ବନ୍ଦ।
୧୪-କେନ୍ଦ୍ରାପଡ଼ା, ନିକିରାଇ: ଠିକ୍ ସମୟରେ ପହଞ୍ଚିଲାନି ଆମ୍ବୁଲାନ୍ସ,ଆଖିବୁଝିଲେ ଆସନ୍ନ ପ୍ରସବା ଓ ଗର୍ଭସ୍ଥ ଶିଶୁ।
୧୫-CHSE ଦ୍ବାଦଶ ପରୀକ୍ଷା ପ୍ରସ୍ତୁତି: ଅକ୍ଟୋବର ୨୬ରୁ ଆରମ୍ଭ ହେବ ଫର୍ମ ପୂରଣ।
୧୬-୧୦୮ ଆମ୍ବୁଲାନ୍ସ ଦରମାରେ ହେରଫେର ଅଭିଯୋଗ; ଡ୍ରାଇଭର, ଆଟେଣ୍ଡାଣ୍ଟଙ୍କୁ ୪୧୯ ଟଙ୍କା କମ୍ ମିଳୁଥିବା ଅଭିଯୋଗ।
୧୭-ଡିଜିପି ନିଯୁକ୍ତି ମାମଲା: ୧ ଘଣ୍ଟା ୪୦ ମିନିଟ୍ ଧରି SCRରେ ଚାଲିଲା ଜୋରଦାର ବିତର୍କ, ମଙ୍ଗଳବାର ହେବ ପରବର୍ତ୍ତୀ ଶୁଣାଣି।
୧୮-CEC ଜ୍ଞାନେଶ କୁମାରଙ୍କୁ CJPର ଚରମବାଣୀ:୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦିଅ।
୧୯-ଉପଗ୍ରହ ଚିତ୍ରରେ ୪,୦୦୦ କିମି ଲମ୍ବା ମେଘମାଳା, ଲମ୍ୱିଛି ଭାରତରୁ ଚୀନ୍ ଯାଏଁ।
୨୦-ମକ୍କା ଉପରେ ବିପଦ ଆଶଙ୍କା, ୬ଟି ବାଲିଷ୍ଟିକ୍ ମିସାଇଲ୍ ଅଟକାଇଲା ସାଉଦି।
୨୧-ମାନବ ନିୟନ୍ତ୍ରଣରେ ରହୁ AI ବିକାଶ: ହ୍ୱାଇଟ୍ ହାଉସରେ ଜିନପିଙ୍ଗଙ୍କ ବଡ଼ ବୟାନ।
୨୨-ଆମେରିକାକୁ ଇରାନର ଚେତାବନୀ: ଭାରତ ମହାସାଗରର ପର୍ଯ୍ୟନ୍ତ ଯୁଦ୍ଧ ବ୍ୟାପିବ, ଆକ୍ରମଣ କଲେ ଜବାବ ଦେବୁ।
