September 19, 2026

ଦିଶା ବୈଠକରେ ସାମ୍ବାଦିକଙ୍କୁ ଅସଦାଚରଣ, କୋରାପୁଟରେ ତୀବ୍ର ପ୍ରତିବାଦ

IMG-20260919-WA0025
Share

 

କୋରାପୁଟ, ୧୮ ସେପ୍ଟେମ୍ବର: କୋରାପୁଟରେ ଅନୁଷ୍ଠିତ ଦିଶା (DISHA) ବୈଠକ ପରେ ସାମ୍ବାଦିକଙ୍କ ସହ ଅସଦାଚରଣ ହୋଇଥିବା ଅଭିଯୋଗକୁ ନେଇ ଜିଲ୍ଲାରେ ଅସନ୍ତୋଷ ଦେଖାଦେଇଛି। ବୈଠକର କଭରେଜ୍ କରୁଥିବା ସମୟରେ କିଛି ସାମ୍ବାଦିକଙ୍କୁ ଧକ୍କାମୁକ୍କି କରାଯିବା ସହ ଖବର ସଂଗ୍ରହରେ ବାଧା ସୃଷ୍ଟି କରାଯାଇଥିବା ଅଭିଯୋଗ ହୋଇଛି।

ଘଟଣାକୁ ନେଇ କୋରାପୁଟର ବିଭିନ୍ନ ସାମ୍ବାଦିକ ସଂଗଠନ ତୀବ୍ର ପ୍ରତିବାଦ ଜଣାଇଛନ୍ତି। ସାମ୍ବାଦିକମାନେ କହିଛନ୍ତି ଯେ, ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ମାନଜନକ ପରିବେଶରେ କାର୍ଯ୍ୟ କରିବାର ସୁଯୋଗ ମିଳିବା ଉଚିତ୍ ଏବଂ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ଦାୟୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ଏହି ଘଟଣା ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ବିସ୍ତୃତ ସରକାରୀ ବିବୃତି ପ୍ରକାଶ ପାଇନାହିଁ। (ଗୁପ୍ତେଶ୍ୱର ରଥ କୋରାପୁଟ)