ଉମରକୋଟ ବ୍ଲକ ଅନ୍ତର୍ଗତ କେନ୍ଦୁଘାଟ ଗ୍ରାମରେ ଝାଡ଼ା ବାନ୍ତି ଓ ଜ୍ଵର ବାପିବା ରୁ ତୃତୀୟ ଶ୍ରେଣୀ ଛାତ୍ରର ମୃତ୍ୟୁ, ୨୦ ରୁ ଅଧିକ ଆକ୍ରାନ୍ତ,୯ ଜଣ ହସ୍ପିଟାଲରେ ଭର୍ତ୍ତି,କାରଣ ଅସ୍ପଷ୍ଟ……….
ଉମରକୋଟ(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକର ସବୁ ଠାରୁ ଦୁର୍ଗମ ଗ୍ରାମ ପଞ୍ଚାୟତ ଭାବେ ପରିଚିତ ତହର। ଗ୍ରାମ ପଞ୍ଚାୟତର କେନ୍ଦୁଘାଟ ଗ୍ରାମ ଠାରେ ଗତ କାଲି ସନ୍ଧ୍ୟା ୭ଟା ରୁ ଝାଡ଼ା ବାନ୍ତି ଓ ଜ୍ୱର ବ୍ୟାପିବା ଯୋଗୁ ଜଣେ ୩ ବର୍ଷର ଛାତ୍ରର ମୃତ୍ୟୁ ହେବା ସହ ୨୦ ରୁ ଅଧିକ ଆକ୍ରାନ୍ତ ହେଇଛନ୍ତୁି। ପୁୂଜାରିଗୁଡ। ମେଡ଼ିକାଲରେ ୮ ଜଣ ଚିକିତ୍ସିତ ହେଉଛନ୍ତି। ଏହି ଗ୍ରାମରେ ହଠାତ୍ ଗୁରୁବାର ସନ୍ଧ୍ୟାରୁ ଲୋକେ ଝାଡ଼ା ବାନ୍ତି ଓ ଜ୍ୱର ଆରମ୍ଭ ହେଲା। ଲୋକେ କିଛି ନ ବୁଝିବା ଆଗରୁ ତୃତୀୟ ଶ୍ରେଣୀ ଛାତ୍ର ଟଙ୍କଧର ଗୌଡଙ୍କ ୭ ବର୍ଷର ପୁଅ ଉଦୟ ନାଥ ଗୌଡକୁ ବାରମ୍ବାର ଝାଡ଼ା ଆରମ୍ଭ ହେଇ ଯାଇଥିଲା। ତହର। ଗ୍ରାମ ପଞ୍ଚାୟତ ରୁ ୧୦ କିଲୋମିଟର ଦୂରରେ ଥିବା ଏହି ଗ୍ରାମକୁ ୭ କିଲୋମିଟର ରାସ୍ତା ନାହିଁ। ଲୋକେ ପୂଜାରୀଗୁଡ଼। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଫୋନ ମାଧ୍ୟମରେ ଜଣାଇବା ମାତ୍ରେ ଆମ୍ବୁଲାନ୍ସ ଯାଇ ୭ କିଲୋମିଟର ଦୂରରେ ଅଟକି ଯାଇ ରହିଥିଲା।ପରିବାର ଲୋକେ ଉଦୟକୁ ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପୂର୍ବରୁ ଉଦୟର ପ୍ରାଣ ବାୟୁ ଉଡ଼ି ଯାଇଥିଲା। ଉଦୟ ଝରିଗାଁ ବ୍ଲକ କଲେଗା ଆଶ୍ରମ ସ୍କୁଲରେ ତୃତୀୟ ଶ୍ରେଣୀରେ ପଡୁ ଥିଲେ। ସୋମବାର ଦିନ ନୂଆଖାଇ ଓ ଗଣେଶ ପୂଜା ପାଇଁ ଘରକୁ ଆସିଥିଲେ। ସେ ଘରକୁ ଆସିବା ବେଳେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ବୋଲି ପିତା ଟଙ୍କଧର ଗୌଡ କହିଛନ୍ତି। ଉଦୟର ଶେଷ କୃତ୍ୟ ଶୋକାକୁଳ ପରିବେଶ ରେ ସମ୍ପନ୍ନ ହେଇଯାଇଛି। ବର୍ତ୍ତମାନ ଏହି ଗ୍ରାମର ୯ ଜଣ ଆକ୍ରାନ୍ତ ପୂଜାରୀଗୁଡ଼। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସିତ ହେଇଥିବା ଆକ୍ରାନ୍ତ ମାନେ ହେଲେ ଡ।ଲିମ ଗୌଡ ୨୦ ବର୍ଷ, ଭବାନୀ ଗୌଡ ୧୦ ବର୍ଷ, ସଦନ। ଗୌଡ ୧୬, ଖ।ଡ଼ି ଗୌଡ ୬୦, ଜୟମଣୀ ଗୌଡ ୧୬, ଖିର ମଣି ଗୌଡ ୧୦ ଓ ଲିଙ୍ଗରାଜ ଗୌଡ ୭ ବର୍ଷ, ଯମୁନା ଗୌଡ ୩୨ ଓ ତୁଳସା ଗୌଡ ୬୮ ବର୍ଷ। ତେବେ ଲିଙ୍ଗରାଜ ହସ୍ପିଟାଲ କୁ ଆସିବା ବେଳେ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା କିନ୍ତ୍ରୁ ଚିକିତ୍ସା ପରେ ସୁସ୍ଥ ଅଛି ବୋଲି ମେଡିକାଲ ଅଫିସର ଡକ୍ଟର ପତିତପାବନ ଦ୍ୱିବେଦୀ ସୂଚନା ଦେଇଛନ୍ତି।ପୂଜାରୀଗୁଡା ହସ୍ପିଟାଲ ର ୨ଟିମେଡ଼ିକାଲ ଟିମ୍ କେନ୍ଦୁଘାଟ ରେ ପହଞ୍ଚି ପ୍ରାଥମିକ ଚିକିତ୍ସା ଆରମ୍ଭ କରିଛନ୍ତି। ମେଡ଼ିକାଲ ଅଫିସର୍ ଡକ୍ଟର ପତିତପାବନ ଦ୍ୱିବେଦୀ, ସୁପରଭାଇଜର ରଞ୍ଜନ ଦାସ, BHEO ପ୍ରଶାନ୍ତ ମଲିକ , MHU ଟିମ୍ର ଡକ୍ଟର ନିୟ।ମତ ଅଲ୍ଲୀ, ଫାର୍ମାସିଷ୍ଟ ସୁଶାନ୍ତ କୁମାର ନାୟକ ଓ ରେବ।ନାଥ ପ୍ରମୁଖ ପହଞ୍ଚି ଆକ୍ରାନ୍ତଙ୍କୁ ଚିକିତ୍ସା କରୁଛନ୍ତି।ଏହି ଗ୍ରାମରେ ୩୭ ଟି ଘରଥିବା ବେଳେ ୧୭୦ ଲୋକେ ବସବାସ କରନ୍ତି। କାହିଁକି ଝାଡ଼ା ବାନ୍ତି ଓ ଜ୍ୱର ବ୍ୟାପିଲା ତାହା ସ୍ପଷ୍ଟ ହେଇ ପାରୁନାହିଁ କାରଣ ଗ୍ରାମରେ ୪ଟା ବୋର ୱେଲ ଥିବା ବେଳେ ଲୋକେ ସବୁ ଏଥିରୁ ପାଣି ହିଁ ପିଅନ୍ତି। ମେଡ଼ିକାଲ ଟିମ୍ ପାଣିର H2S ପରୀକ୍ଷା ସଂଗ୍ରହ କରିବା ସହ ଲୋକେ ବ୍ୟବହାର କରିଥିବା ପାଣିର ନମୁନା ସଂଗ୍ରହ କରିଛନ୍ତି। ପାଣିରେ କଉନସି ଦୁୂଷିତ ନ ଥିବା ସୁଚନା ମିଲିଛି। ନବରଙ୍ଗପୁରରୁ ମାଇକ୍ର ବାଇଲଜି ଟିମ୍ ପହଞ୍ଚି ପରୀକ୍ଷା କରିଥିବା ବେଳେ ପୂଜାରୀଗୁଡା ମେଡ଼ିକାଲ ରେ ଚିକିତ୍ସିତ ସମସ୍ତ ରୋଗୀଙ୍କ ଝାଡ଼ା ନମୁନା ସଂଗ୍ରହ କରାଯାଇ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠ।ଯାଇଛି। ସମସ୍ତ ରୋଗୀ ସୁସ୍ଥ ଅଛନ୍ତି, ଜଣେ ସୁସ୍ଥ ହେଇ ଘରକୁ ଫେରିଯାଇଛି ବୋଲି ମେଡିକାଲ ଅଫିସର ଡକ୍ଟର ପତିତପାବନ ଦ୍ୱିବେଦୀ ସୂଚନା ଦେଇଛନ୍ତି।
