September 19, 2026

ଗଜପତି:- ପୂର୍ବତନ ପାରଳା ବିଧାୟକ ସ୍ବର୍ଗତ ଶ୍ରୀନାଥ ସାହୁ ଙ୍କ ୧୭ତମ ଶ୍ରାଦ୍ଧଦିବସ: :  କଂଗ୍ରେସ କାର୍ଯ୍ୟାଳୟ ଶ୍ରଦ୍ଧାଞ୍ଜଳୀ ।

IMG-20260918-WA0053
Share

 

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଆଜି ପୂର୍ବାହ୍ନ ସମୟରେ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ପାରଳାଖେମୁଣ୍ଡି ର ପୂର୍ବତନ ବିଧାୟକ ସ୍ବର୍ଗତ ଶ୍ରୀନାଥ ସାହୁ ଙ୍କ ୧୭ତମ ଶ୍ରାଦ୍ଧ-ଦିବସ ପାଳନ କରାଯାଇଛି। ଆଜି ଏହି ଅବସରରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ କଂଗ୍ରେସ ନେତା ଓ କର୍ମୀ ମାନଙ୍କ ଉପସ୍ଥିତିରେ ସ୍ବର୍ଗତ ସାହୁଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ନିକଟରେ ସ୍ବର୍ଗତ ଶ୍ରୀନାଥ ସାହୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବା ସହ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇ କଂଗ୍ରେସ ପ୍ରେମିଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଅର୍ପଣ କରାଯାଇଥିଲା।

ଏହି ଅବସରରେ ତାଙ୍କର ରାଜନୀତି କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକଳାପର ସ୍ମୃତିଚାରଣ କରା ଯାଇଥିଲା ।

ଆଜିର ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସୂର୍ଯ୍ୟ ନାରାୟଣ ପାତ୍ର, ସଂଗ୍ରାମ ସାହୁ, ବି.ଜନାର୍ରାଦନ ରାଓ ଓ ପଡୋଶୀ ଆନ୍ଧ୍ର ପ୍ରଦେଶ ପୁରୁଣାପାଟଣା ମଣ୍ଡଳର ବଳିଷ୍ଠ କଂଗ୍ରେସ ନେତା ତଥା ରାମ ରାଜୁ ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ପି.ରାମରାଜୁ, ବସନ୍ତ କୁମାର ପଣ୍ଡା ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

——————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

—————————————–