କିଶାନ୍ ମଜଦୁର୍ ସଭାର ୩ୟ ରାଜ୍ୟ ସମ୍ମିଳନୀ..

*ରାଜ୍ୟ ଓ କେନ୍ଦ୍ର ଉଭୟ ସରକାର କମ୍ପାନୀ ସ୍ଵାର୍ଥରେ କୣଷକ ବିରୋଧୀ ନୀତି ଆପଣେଇଛନ୍ତି !*
ସର୍ବଭାରତୀୟ କୣଷକ ସଂଗଠନ, ଅଖିଳ ଭାରତ କିଶାନ୍ ମଜଦୁର୍ ସଭାର ଦୁଇ ଦିନିଆ ସମ୍ମିଳନୀ ଆଜି ଠାରୁ ଗୁଣୁପୁର ଠାରେ ଆରମ୍ଭ ହୋଇଯାଇଛି । ଆଜି ସମ୍ମିଳନୀର ପ୍ରଥମ ଦିନରେ ଗୁଣୁପୁର ସହରରେ ଏକ ବିଶାଳ ରାଲି ଓ ସାଧାରଣ ସଭାର ଆୟୋଜନ ହୋଇଥିଲା । ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରୁ ପୂର୍ବାହ୍ନ ଏଗାରଟା ବେଳେ ରାଲି ଆରମ୍ଭ ହୋଇ ପୁରୁଣା ବସଷ୍ଟାଣ୍ଡ, ପୁରୁଣା ଗୁଣପୁର ଛକ ଦେଇ ଟାଉନ ହଲ୍ ଠାରେ ପହଞ୍ଚିଥିଲା । ସେଠାରେ ରାଜ୍ୟ ସମ୍ପାଦକ ସାଥି ପ୍ରତାପ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ସଂଗଠନର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ଉଦବୋଧନ ଦେଇ ଦେଶରେ ଉତ୍କଟ ହେଉଥିବା କୣଷି ସଂକଟ ଓ କୣଷକମାନଙ୍କ ବର୍ଦ୍ଧିତ ଦୁର୍ଦଶା ଉପରେ ଆଲୋକପାତ କରିଥିଲେ । ସେ କହିଥିଲି ଯେ ଦେଶର କୣଷି, ଜମି ଓ କୣଷିଜାତ ଦ୍ରବ୍ୟର ବ୍ୟବସାୟକୁ ବଡ କମ୍ପାନୀଙ୍କ ହାତରେ ଟେକିଦେବାକୁ କେନ୍ଦ୍ରର ବିଜେପି ସରକାର କରୋନା ସମୟରେ ତିନୋଟି କଳା କୣଷି ଆଇନ ଆଣିଥିଲେ । କିନ୍ତୁ ଭାରତର କୣଷକମାନଙ୍କ ବୀରତ୍ଵପୂର୍ଣ୍ଣ ଲଢେଇ ଫଳରେ ପରେ ତାକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ ମଧ୍ୟ ସେମାନଙ୍କ ଅନେକ ଦାବିକୁ ପୂରଣ କରିପାରି ନାହାନ୍ତି । କୣଷକ ବିରୋଧୀ ତଥା କର୍ପୋରେଟ ସପକ୍ଷବାଦୀ ବିହନ ବିଲ୍ ଓ ବିଦ୍ୟୁତ ବିଲ୍ ଏବେ ବି କୣଷକଙ୍କ ମୁଣ୍ଡରେ ଖଣ୍ଡା ଭଳି ଝୁଲୁଛି । ଇତି ମଧ୍ୟରେ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ଗରିବ କୣଷକଙ୍କୁ ୟ୍ଯ ଦେଶର କୋଟି କୋଟି କ୍ଷୁଦ୍ର ଚାଷୀ ଓ କୣଷି ଶ୍ରମିକଙ୍କ କାମ କରିବାର ଅଧିକାରକୁ ଛଡେଇ ନେଇଛନ୍ତି । ସେହିପରି ଆମେରିକାର ଚାପରେ ମୋଦି ସରକାର କରୁଥିବା ଭାତ_ଆମେରିକା ବାଣିଜ୍ୟ ଚୁକ୍ତି ଦେଶର ବଜାରକୁ ବିଦେଶର ଶସ୍ତା ଖାଦ୍ୟଶସ୍ୟରେ ଭରିଦେବା ସହ ଭାରତର କୣଷି ଓ କୣଷକଙ୍କୁ ବରବାଦ କରିବ ।
କେନ୍ଦ୍ର ସରକାରଙ୍କ ପଦାନୁସରଣ କରି ରାଜ୍ୟର ବିଜେପି ସରକାର ମଧ୍ୟ କର୍ପୋରେଟଙ୍କ ସ୍ଵାର୍ଥରେ ରାଜ୍ୟର କୣଷି, କୣଷକ ଏବଂ ଆଦିବାସୀଙ୍କ ଉପରେ ଜୋରଦାର ଆକ୍ରମଣ ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାର ଖଣି ଓ ଖଣିଜ ଆଇନରେ ସଂଶୋଧନ କରି ରାଜ୍ୟର ଖଣି ଅଞ୍ଚଳ ଓ ଖଣିଜ ସମ୍ପଦର ମାଲିକାନାକୁ ନିଜ ହାତକୁ ନେଇ ରାଜ୍ୟର ରାଜନୈତିକ ଓ ଆର୍ଥିକ କ୍ଷମତାକୁ ଆକ୍ରମଣ କରିଥିବା ବେଳେ ସଂସଦରେ ଥିବା ବିଜେପିର 25 ସାଂସଦ ଓ ଆଦିବାସୀ ମୁଖ୍ୟମନ୍ତ୍ରୀ ଏକଦମ୍ ଚୁପ୍ ରହିଛନ୍ତି । ଏହି ଆଇନ ଫଳରେ ଆଗାମୀ ଦିନରେ ବଡ ବଡ କମ୍ଫାନୀଙ୍କୁ ଅବାଧ ଖଣି ଲୁଟର ସୁଯୋଗ ମିଳିବା ସହ ରାଜ୍ୟବାସୀ ଭୟଙ୍କର ବିସ୍ଥାପନ ଓ ପ୍ରଦୂଷଣର ଶିକାର ହେବେ ।
ଅନ୍ୟତମ ବକ୍ତା ଭାବେ ମାନବିକ ଅଧିକାର ସଂଗଠନ ଗାସ୍ ର ସମ୍ପାଦକ ଶ୍ରୀମନ୍ତ ମହାନ୍ତି ରାଜ୍ୟ ଓ କେନ୍ଦ୍ରର କମ୍ପାନୀ ନିଶା ଲାଗି ଆଗାମୀ ଦିନରେ ରାୟଗଡା ଜିଲ୍ଲା ସମେତ ଓଡିଶା ଧୂଳି ଧୂସର ମରୁଭୂମିରେ ପରିଣତ ହେବ । ସରକାର କମ୍ପାନୀଙ୍କ କଥାରେ ବଳପୂର୍ବକ ବିସ୍ଥାପନ କରି ଗାଁ ଗାଁରେ ଚାଷୀ, ଆଦିବାସୀ ଓ ଦଳିତ ଲୋକଙ୍କୁ ବଳପୂର୍ବକ ସେମାନଙ୍କ ଭିଟାମାଟିରୁ ବଞ୍ଚିତ କରୁଛନ୍ତି । କମ୍ପାନୀଙ୍କ ଖଣି ଲୁଟକୁ ସୁଗମ କରିବା ପାଇଁ ସରକାର ବଡ ବଡ ରାଜପଥ ଓ କରିଡର କରୁଛନ୍ତି । ଏଥିରେ ସାଧାରଣ ଲୋକଙ୍କ କୌଣସି ଲାଭ ନାହିଁ ।
ଅନ୍ୟମାନଙ୍କ ମଧ୍ୟରେ ଏଆଇକେଏମଏସ୍ ଜାତୀୟ କମିଟିର ପ୍ରତିନିଧି ପି ଇଶ୍ୱର ରାଓ ନିଜର ବକ୍ତବ୍ୟରେ ସରକାରଙ୍କ କୣଷକ ବିରୋଧୀ ନୀତି ବିରୁଦ୍ଧରେ ନିଜର ଅଧିକାର ରକ୍ଷା ଲାଗି ସମସ୍ତେ ଏକତାବଦ୍ଧ ଭାବେ ସଂଗ୍ରାମ କରିବାକୁ ଡାକରା ଦେଇଥିଲେ ।
ଅଖିଳ ଭାରତ ଆଦିବାସୀ ଫୋରମର ନେତା କୁଶନାଥ ପ୍ରଧାନ, ଶ୍ରମିକ ସଂଗଠନ ଆଇଏଫଟିୟୁର ରାଜ୍ୟ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରତିନିଧିମାଳଙ୍କୁ ସ୍ଵାଗତ ଜଣାଇ ସରକାରର କର୍ପୋରେଟ ସପକ୍ଷବାଦୀ ନୀତି ବିରୁଦ୍ଧରେ ଆନ୍ଦୋଳନକୁ ଜୋରଦାର କରିବାକୁ କହିଥିଲେ । ମଞ୍ଚରେ ସଂଗଠନର ନେତା ଲଡ଼ୁ କିଶୋର ଡାକୁଆ, ଅର୍ଜୁନ ଗମାଙ୍ଗ ପ୍ରମୁଖ ମଞ୍ଚାସିନ ଥିଲେ । ଶେଷରେ ରାଜ୍ୟ କମିଟି ସଦସ୍ୟ ସୁବାଷ କୁଲେସିକା ଧନ୍ୟବାଦ ଜଣାଇଥିଲେ ।
ଅଖିଳ ଭାରତ କିଶାନ୍ ମଜଦୁର୍ ସଭା (AIKMS)ର ୩ୟ ରାଜ୍ୟ ସମ୍ମିଳନୀ ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଂଗଠନର 150ରୁ ଉର୍ଦ୍ଧ୍ଵ ପ୍ରତିନିଧି ଆଗାମୀ ଦୁଇ ଦିନ ଧରି ରାଜ୍ୟ ତଥା ଦେଶର କୣଷି ଓ କୣଷକଙ୍କ ପରିସ୍ଥିତି, ସରକାରଙ୍କ ନୀତି ଏବଂ କୣଷକ ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିବେ । ଆଜି ଅପରାହ୍ନରେ ସମ୍ମିଳନୀର ଖୋଲା ଅଧିବେଶନ ଓ ପ୍ରତିନିଧି ଅଧିବେଶନ ଅନୁଷ୍ଠିତ ହୋଇ ଜାତୀୟ କମିଟି ଦ୍ଵାରା ପ୍ରସ୍ତୁତ କୣଷକ ଓ କୣଷି ଶ୍ରମିକଙ୍କୁ ଡାକରା ଶୀର୍ଷକ ଦସ୍ତାବିଜ ଉପରେ ଆଲୋଚନା ହୋଇଥିଲା ।
