October 2, 2026

80ତମ ସ୍ଵାଧୀନତା ଦିବସ ପାଳନ ଅବସରରେ ଦେଶାତ୍ମବୋଧକ କବିତା ପାଠୋତ୍ସବ ଓ ଆଲୋଚନାଚକ୍ର

IMG-20260815-WA0036
Share

 

ବ୍ରହ୍ମପୁର,16/8: ସ୍ଥାନୀୟ ଅଗ୍ରଣୀ ସାରସ୍ଵତ ପ୍ରତିଷ୍ଠାନ ‘ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ’ ତରଫରୁ 80ତମ ପବିତ୍ର ସ୍ଵାଧୀନତା ଦିବସ ପାଳନ ଉପଲକ୍ଷେ ନବୀନ ଭବନ ପରିସରରେ ଦେଶାତ୍ମବୋଧକ କବିତା ପାଠୋତ୍ସବ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପ୍ରତିଷ୍ଠାନର ଉପଦେଷ୍ଟା ବୈଜ୍ଞାନିକ ଡ଼. ଡ଼ମ୍ୱରୁଧର ସାହୁ ଜାତୀୟ ପତାକା ଉତ୍ତୋଳନ କରି ଦେଶ ଆଜି ବିଭିନ୍ନ କ୍ଷେତ୍ରରେ ସଙ୍କଟରେ ଗତି କରୁଛି ବୋଲି କହିଥିଲେ । ଏଥିପାଇଁ ସମସ୍ତ ସଚେତନ ନାଗରିକ ସଂକଳ୍ପବଦ୍ଧ ହେବାକୁ ଗୁରୁତ୍ଵାରୋପ କରିଥିଲେ । ପରେ ପ୍ରତିଷ୍ଠାନର ସଭାପତି ତଥା ‘ନବୀନ’ର ସମ୍ପାଦକ ରବି ରଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଦେଶାତ୍ମବୋଧକ କବିତା ପାଠୋତ୍ସବ ଓ ଆଲୋଚନାଚକ୍ରରେ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ପ୍ରମୋଦ କୁମାର ପଣ୍ଡା, ଲିଙ୍ଗରାଜ ଜେନା, ବିଜେଡି ନେତା ଉମା ଚରଣ ନାୟକ, ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା, ନବୀନର ପ୍ରକାଶିକା ମଞ୍ଜୁ ରଥ, ସ୍ତମ୍ଭକାର ଦେବୀ ପ୍ରସାଦ ମହାପାତ୍ର, ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ପାତ୍ର, ମନମୋହନ ରଥ, ପ୍ରତିଷ୍ଠାନର ସମ୍ପାଦକ ସୁଶାନ୍ତ କର, ସୁନୀଲ କୁମାର ପ୍ରଧାନ, ସିଏଚ୍‌‍. ମୋହନ ରାଓ, ପବିତ୍ର କୁମାର ଚୌଧୁରୀ, ଏସ୍‌‍. ଆଦି ନାରାୟଣ ପାତ୍ର ପ୍ରମୁଖ ଯୋଗଦେଇ ସ୍ଵରଚିତ କବିତା ପାଠ କରିବା ସହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

 

 

(ରବି ରଥ)

ସଭାପତି

ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ, ବ୍ରହ୍ମପୁର

You may have missed