August 14, 2026

ହର ଘର ତ୍ରିରଙ୍ଗା ଅଭିଯାନରେ ଅନୁଗୋଳ ବିଧାୟକ ହର ଘର ତ୍ରିରଙ୍ଗା ଅଭିଯାନରେ ଅନୁଗୋଳ ବିଧାୟକ

IMG-20260813-WA0082
Share

 

ଅନୁଗୋଳ: ଆଗାମୀ ସ୍ୱାଧୀନତା ଦିବସ ପୂର୍ବରୁ ଅନୁଗୋଳ ବିଧାନସଭା ବିଜେପି ମହୀଧରପୁର ମଣ୍ଡଳ ପକ୍ଷରୁ ତୁଳସୀପାଳ ଗ୍ରାମ ପଞ୍ଚାୟତରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆୟୋଜିତ ହୋଇଥିଲା। ଏଥିରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ଦଳୀୟ ନେତୃବୃନ୍ଦ, କର୍ମକର୍ତ୍ତା ଓ ସ୍ଥାନୀୟ ଲୋକଙ୍କ ସହ ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇଥିଲେ।

ବିଧାୟକ ଶ୍ରୀ ପ୍ରଧାନ ସମସ୍ତଙ୍କୁ ସ୍ୱାଧୀନତା ଦିବସ ପାଳନ ସହ ଘରେ ଘରେ ଜାତୀୟ ପତାକା ଉଡ଼ାଇବାକୁ ଆହ୍ୱାନ ଦେଇଥିଲେ। ତ୍ରିରଙ୍ଗା ଆମ ଦେଶର ଗର୍ବ, ଏକତା ଓ ଦେଶପ୍ରେମର ପ୍ରତୀକ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଜୋନ୍‌ ନଂ-୨୮ ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡ଼ନାୟକ, ମହୀଧରପୁର ମଣ୍ଡଳ ସଭାପତି ରାଧାକାନ୍ତ ପଟ୍ଟନାୟକ, ତୁଳସୀପାଳ ପଞ୍ଚାୟତ ବିଜେପି ସଭାପତି ବସନ୍ତ ବିଶ୍ୱାଳ, ବଉଳିଗଡ଼ ସରପଞ୍ଚ ଅମରେନ୍ଦ୍ର ଗଡ଼ନାୟକଙ୍କ ସମେତ ବହୁ ନେତା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

You may have missed