August 14, 2026

ଅଷ୍ଟମ ବାଟାଲିୟନ୍ ପରିସରରେ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ 

IMG-20260813-WA0067
Share

 

 

ଛତ୍ରପୁର ତା ୧୩/୮/୨୬(ଅରୁଣ କୁମାର ପଣ୍ଡା )ଆଜି ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଅଷ୍ଟମ ବାଟାଲିୟନ ପରିସରରେ ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ହାତପାଣ୍ଠି ୫ ଲକ୍ଷ ଟଙ୍କାରେ ନିର୍ମିତ ଗୋଷ୍ଠୀ କେନ୍ଦ୍ରକୁ ଅଷ୍ଟମ ବାଟାଲିୟନର ଦୁର୍ଗପତି ସାରଦା ପ୍ରସାଦ ଦାସଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ରୂପେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଏବଂ ସାଂସଦଙ୍କ ପ୍ରତିନିଧି ଦିପ୍ତିଶ୍ ପଟ୍ଟନାୟକଙ୍କ କରକମଳରେ ଶୁଭ ଉଦଘାଟନ ହୋଇଛି l ଏହି ଅବସରରେ ଛତ୍ରପୁର ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ, ଭାରପ୍ରାପ୍ତ ଅଧ୍ୟକ୍ଷ ଜି.ପାପା ରାଓ, ପୋଡାପଦର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଜାତା ଦାସ, ଅଗସ୍ତିନୂଆଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ଉର୍ମିଳା ଦାସ, ଅଷ୍ଟମ ବାଟାଲିୟନର ଉପ ଦୁର୍ଗପତି ଯଶୋବନ୍ତ ସେଠୀ, ସମସ୍ତ ଅଧିକାରୀ ବୃନ୍ଦ, ହାବିଲଦାର ଏବଂ ସିପାହୀ ସଙ୍ଘ ସଭାପତି ଯଶୋବନ୍ତ ସ୍ୱାଇଁ, ସମ୍ପାଦକ ଜଗନ୍ନାଥ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ l ଦୀର୍ଘଦିନ ପରେ ସାଂସଦଙ୍କ ସହଯୋଗରେ ଅଷ୍ଟମ ବାଟାଲିୟନର ହାବିଲଦାର ଏବଂ ସିପାହୀ ସଂଘର ପ୍ରଚେଷ୍ଟାରେ ଏହା ସଫଳ ହୋଇଛି l ଉକ୍ତ କାର୍ଯ୍ୟକ୍ରମରେ ସିପାହୀ ଶୁଭେନ୍ଦୁ ପଲେଇ, ପ୍ରଶାନ୍ତ ବେହେରା ଙ୍କ ସମେତ ସମସ୍ତ ସିପାହୀ ଓ ହାବିଲଦାର ପରିଚାଳନାରେ ସହଯୋଗ କରିଥିଲେ l

You may have missed