August 14, 2026

ଛୋଟ ଯାନ ଗୁଡିକରେ କ୍ଷମତା ଠାରୁ ଅଧିକ ଲୋକ ବୋହି ହୋଇ ଆସନ୍ତି ଭବାନୀପାଟଣା ସାପ୍ତାହିକ ହାଟ। ଏଥିପ୍ରତି ଜିଲ୍ଲା ପରିବହନ ଓ ପୋଲିସ ବିଭାଗ ବିଶେଷ ଧ୍ୟାନ ଦେବା ନେଇ ଦାବି

IMG-20260811-WA0032
Share

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଭବାନୀପାଟଣା ସହରରେ ସପ୍ତାହକୁ ଦୁଇ ଥର ମଙ୍ଗଳ ବାର ଓ ଶନିବାର ସାପ୍ତାହିକ ହାଟ ବସେ। ଲକ୍ଷାଧିକ ସଂଖ୍ୟାରେ ଭିଡ ଜମୁଥିବା ଏହି ସାପ୍ତାହିକ ହାଟ ଦୁଇଟି ଉପରେ ସମଗ୍ର କଳାହାଣ୍ଡି ଜିଲ୍ଲା ତଥା ପଡୋଶୀ ଜିଲ୍ଲା ଗୁଡିକର ବେପାରି ଓ ସାଧାରଣ ଲୋକେ କିଣାବିକା ପାଇଁ ସମ୍ପୂର୍ଣ ନିର୍ଭରଶୀଳ ଅଟନ୍ତି। ଦୂର ଦୁରାନ୍ତରୁ ଲୋକେ ହାଟକୁ ଆସିବାପାଇଁ ପ୍ରାୟତଃ ବସ ଯୋଗେ ଯିବା ଆସିବା କରିଥାନ୍ତି। କିନ୍ତୁ ଜିଲ୍ଲାର ଥୁଆମୂଳ ରାମପୁର ଓ ଲାଞ୍ଜିଗଡ଼ ଭଳି ବ୍ଲକର ଅତ୍ୟନ୍ତ ଦୁର୍ଗମ ପାର୍ବତ୍ୟ ଅଞ୍ଚଳର ଅଧିକାଂଶ ପଞ୍ଚାୟତ ଗୁଡିକୁ ଆଜି ପର୍ଯ୍ୟନ୍ତ ବସର ସୁବିଧା ନଥିବାରୁ ବାଧ୍ୟ ହୋଇ ପର୍ବତ ଘାଟି ଉପରେ ବାସ କରୁଥିବା ଲୋକେ ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟ ଆଦି ବିକ୍ରି କରିବାପାଇଁ ଅଟୋରିକ୍ସା ଓ ଚାରି ଚକିଆ ଯାନ ଗୁଡିକ ଉପରେ ନିର୍ଭର କରୁଥିବାବେଳେ, ଚାରିଚକିଆ ଓ ଅଟୋ ଚାଳକ ମାନେ ଅର୍ଥ ଲୋଭରେ ଯାନର କ୍ଷମତା ଠାରୁ ଅଧିକ ଲୋକ ଓ ଜିନିଷ ବୋହି ହଜାର ହଜାର ଫୁଟ ଉଚ୍ଚ ପର୍ବତ ଘାଟି ଉପରୁ ବିପଦ ପୂର୍ଣ୍ଣ ଘାଟି ରାସ୍ତା ଗୁଡିକରେ ଦ୍ରୁତ ଗତିରେ ଅତି ବିପଦ ଜନକ ଭାବରେ ତଳକୁ ଓଲ୍ହାଇ ଭବାନୀପାଟଣା ଆସିଥାନ୍ତି ଏବଂ ହାଟ ସରିଲେ ଲୋକେ ପୁଣି ସେହି ସମାନ ଅବସ୍ତାରେ ଘାଟି ରାସ୍ତା ଦେଇ ନିଜ ଗାଁକୁ ଫେରିଥାଆନ୍ତି।ଅନେକ ସମୟରେ ଏହି ଘାଟି ରାସ୍ତା ଗୁଡିକରେ ମର୍ମନ୍ତୁଦ ଦୁର୍ଘଟଣା ମାନ ଘଟି ଆସୁଥିବା ଜିଲ୍ଲା ସାରା ସମସ୍ତେ ଜାଣନ୍ତି ଏବଂ ଏସବୁ ଜିଲ୍ଲା ପରିବହନ ବିଭାଗ ଓ ପୋଲିସର ଅବହେଳା ଯୋଗୁଁ ହେଉଥିବା ନେଇ ସବୁଆଡେ ଚର୍ଚ୍ଚା ଲାଗିରହିଛି।ଭବାନୀପାଟଣା ସହର ଠାରୁ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ଅଞ୍ଚଳକୁ ଗମନାଗମନ ପାଇଁ ମୋଟ ୬ ଗୋଟି ପ୍ରମୁଖ ରାସ୍ତା ଥିବାବେଳେ, ଆରଟିଓ ଓ ପୋଲିସ ପକ୍ଷରୁ ସବୁବେଳେ ଚାରିଗୋଟି ମୁଖ୍ୟ ରାସ୍ତା ଗୁଡିକରେ ଯାନ ବାହାନ ଗୁଡିକର ବରାବର ଯାଞ୍ଚ କରା ଯାଉଥିବାବେଳେ, ଭବାନୀପାଟଣା ଠାରୁ ଥୁ. ରାମପୁର ଓ ଭବାନୀପାଟଣା ଠାରୁ ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ତେରେ ନାମ ଘାଟି ଦେଇ ରାୟଗଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଦୁଇଟିରେ ଆଦୌ ଯାଞ୍ଚ ହେଉନଥିବା ଯୋଗୁଁ ଚାରିଚକିଆ ଓ ତିନି ଚକିଆ ଯାନର ଚାଳକଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇ ଚାଲିବା ସହ ଅନେକ ସମୟରେ ଦୁର୍ଘଟଣା ମାନ ଘଟାଇ ଚାଲିଛନ୍ତି। ଏହାଛଡା ଏହି ଦୁଇଟି ରାସ୍ତା ଚୋରା ବେପାରୀଙ୍କ ରାଜ ରାସ୍ତା ପାଲଟିଛି। ତେଣୁ ଏହିସବୁ ଓଭରଲୋଡ଼ ଜନିତ ଦୁର୍ଘଟଣା ଓ ଚୋରା କାରବାର ରୋକିବା ପାଇଁ ପରିବହନ ବିଭାଗ ଓ ପୋଲିସ ଏହାକୁ ଗୁରୁତର ସହ ନେଇ ବିଶେଷ ପଦକ୍ଷେପ ନିଅନ୍ତୁ ବୋଲି ବୁଦ୍ଧି ଯିବି ମହଲରେ ଜୋରଦାର ଦାବି ଉଠିଛି।

You may have missed