August 11, 2026
ajiro khabar
Share

 

 

୧-ସ୍ବାଧୀନତା ଦିବସ ସମାରୋହ: ଭୁବନେଶ୍ବରରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ,୧୫ ଜିଲ୍ଲାରେ ଯୋଗଦେବେ ଉପମୁଖ୍ୟ ମନ୍ତ୍ରୀ ଓ ମନ୍ତ୍ରୀ।

 

୨-ଭୁବନେଶ୍ୱର:୨.୮୮କୋଟି ଲାଭାଂଶ ଦେଲା ଓଡିଶା ରାଜ୍ୟ ପଣ୍ୟାଗାର ନିଗମ।

 

୩-ଭୁବନେଶ୍ୱର:ଶିକ୍ଷାନୁଷ୍ଠାନ ନିକଟ ଦୋକାନରେ ମିଳିବନି ନିଶା ଦ୍ରବ୍ୟ, ସ୍ପେଶାଲ କ୍ରାଇମ ୟୁନିଟ୍‌ର ରେଡ୍ ଜାରି।

 

୪-ଭୁବନେଶ୍ୱର:୯ଟି ବିଭାଗରେ ନିଯୁକ୍ତି ପାଇଲେ ୧୩୨୬ଜଣ, ଶିଳ୍ପାୟନ ଜରିଆରେ ରାଜ୍ୟର ଯୁବଶକ୍ତି ପାଇଁ ଅଛି ବ୍ୟାପକ ସୁଯୋଗ।

 

୫-କଟକ:ବୀମା ନ ଥିଲେ ଗାଡ଼ି ହେବ ଜବତ, ରାଜ୍ୟରେ ୬୫ ଲକ୍ଷ ଗାଡ଼ିର ବୀମା ନାହିଁ।

 

୬-ଏମପିଲାଡସ୍ ପାଣ୍ଠି ଖର୍ଚ୍ଚ ପାଇଁ କୁନ୍ଥୁ କୁନ୍ଥୁ,ସବୁଠୁ ପଛରେ କେରଳ ଓ ଓଡ଼ିଶା।୭୨୨ କୋଟିରୁ ଖର୍ଚ୍ଚ ହୋଇଛି ୨୬୯ କୋଟି।

 

୭-ଖରିଫ ଧାନ କିଣାବିକା ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି; ଅକ୍ଟୋବର ଯାଏଁ ଚାଲିବ ପଞ୍ଜୀକରଣ, କେହି ଚାଷୀ ହେବେନି ବଞ୍ଚିତ।

 

୮-ବଲାଙ୍ଗୀର:କେନ୍ଦୁପତ୍ର ଗୋଦାମ ମରାମତି ପାଇଁ ଲାଞ୍ଚ; ପୂର୍ବତନ DFO ଓ ଡେପୁଟି ରେଞ୍ଜରଙ୍କୁ ୩ ବର୍ଷ ଜେଲ୍।

 

୯-ଭୁବନେଶ୍ୱର:ଏଡିଜି ପାହ୍ୟାରୁ ଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଓ ଯଶୋବନ୍ତ ଜେଠୱା।

 

୧୦-ଭୁବନେଶ୍ୱର:ଏଗ୍ରିଷ୍ଟେକ ଆଇଡି ବାଧ୍ୟତାମୂଳକ ନୁହେଁ, ଯେଉଁ ଚାଷୀ ଆସିପାରିବେ ନାହିଁ ସେମାନଙ୍କ ପାଖକୁ ଯିବେ ସରକାର:ରାଜସ୍ବ ମନ୍ତ୍ରୀ ।

 

୧୧-ଭିତରକନିକାରେ ଆରମ୍ଭ ହେବାକୁ ଯାଉଛି ପାଇଲଟ୍ ପ୍ରୋଜେକ୍ଟ, ନଦୀରେ ଖୁବଶୀଘ୍ର ଚାଲିବ EV ବୋଟ୍।

 

୧୨-କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ହାଜର ହେଲେ ସୌମ୍ୟରଞ୍ଜନଙ୍କ ବାପା, ଦେଲେ ପେନ୍ ଡ୍ରାଇଭ୍ ଯେଉଁଥିରେ ରହିଛି ବଡ ପ୍ରମାଣ।

 

୧୩-ଭୁବନେଶ୍ୱର,ଲକ୍ଷ୍ମୀ ସାଗର:ଭୁବନେଶ୍ୱରରେ ବିଲ୍ଡରଙ୍କ ଘରୁ ୨ କୋଟିର ସୁନା ଲୁଟ୍‌; ଜଣେ ଗିରଫ, ଲକ୍ଷ ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଜବତ।

 

୧୪-ନୂଆ ଦିଲ୍ଲୀ: ହଟ୍ଟଗୋଳ ମଧ୍ୟରେ ୩ ବିଲ୍ ପାସ୍, ରାଜ୍ୟ ସଭାରେ ଟିକସ୍ ବିଲ୍ ଗୃହୀତ।

 

୧୫-ଆମେରିକାର ବର୍କଲିରେ ସ୍ନାନଯାତ୍ରାକୁ ନେଇ ବିବାଦ, ଗଜପତିଙ୍କ ଅନୁରୋଧ ସତ୍ତ୍ୱେ ଇସ୍କନ୍‌ର ଅଦିନିଆ ରଥଯାତ୍ରା।

 

୧୬-କିଛି ସେକେଣ୍ଡରେ ଭାସିଗଲା ବ୍ରିଜ୍, ପ୍ରଖର ଜଳସ୍ରୋତରେ ଉତ୍ତରାଖଣ୍ଡରେ ଭୟଙ୍କର ସ୍ଥିତି।

 

୧୭-ପ୍ରଥମଥର ପାଇଁ ସ୍ୱାଧୀନତା ଦିବସରେ ଲାଲ କିଲ୍ଲାରେ ଗାନ ହେବ “ବନ୍ଦେ ମାତରମ୍”।

 

୧୮-ଝାଡ଼ଖଣ୍ଡ ଛାତ୍ର ଆନ୍ଦୋଳନ: ଆରମ୍ଭରୁ ଛାଡ଼ି ଦେଲେ, ଶେଷ ବ୍ୟାରିକେଡ୍ ନିକଟରେ କଲେ ଲାଠି ଚାର୍ଜ।

 

୧୯-କୋଲମ୍ବିଆରେ ଶକ୍ତିଶାଳୀ ଭୂକମ୍ପ: ୭.୪ ତୀବ୍ରତାରେ ଥରିଲା ମାଟି,୧୧୧ ମୃତ ଓ ବ୍ୟାପକ କ୍ଷତି।

 

୨୦-ରୁଷ ମାଟିରେ ୟୁକ୍ରେନର ବଡ଼ ଆକ୍ରମଣ, ୧୨ ଜଣଙ୍କ ମୃତ୍ୟୁ; ୧୦୦୦ କିମି ଭିତରେ ପଶିଲା କିଭ୍‌ ସେନା।

 

୨୧-ଆମେରିକାରେ ମଧ୍ୟବର୍ତ୍ତୀ ନିର୍ବାଚନ: ଟ୍ରମ୍ପଙ୍କ ପରାଜୟ ସମ୍ଭାବନା ୬୫%।